୧୦୮ ଆମ୍ବୁଲାନ୍ସର ଅପବ୍ୟବହାର କରୁଛନ୍ତି ଲୋକେ

ପଦ୍ମପୁର,୧୩।୬ (ଡି.ଏନ୍‌.ଏ.): ଦୁର୍ଘଟଣା କିମ୍ବା କୌଣସି ରୋଗରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ସରକାର ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇଛନ୍ତି। ତେବେ ଅନେକ ଲୋକ ଏହାର ଅପବ୍ୟବହାର କରୁଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି। ଶନିବାର ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ବାଇକ୍‌ରୁ ପଡ଼ି ସାମାନ୍ୟ ଆହତ ହୋଇଥିବା ଜଣେ ବ୍ୟକ୍ତି ଶନିବାର ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ସାମାନ୍ୟ ଆହତ ହୋଇଥିବାରୁ ଦାୟିତ୍ୱରେ ଥିବା ସର୍ଜରୀ ବିଭାଗ ପ୍ରଫେସର୍‌ ରାମକୃଷ୍ଣ ଧଳ ତାଙ୍କର ଚିକିତ୍ସା କରିବା ସହ ଔଷଧ ଲେଖିଦେଇ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ବ୍ୟକ୍ତି ଜଣଙ୍କ ନିଜ ଘର ଗୁଣପୁରକୁ ଯିବା ପାଇଁ ମିଛ କଥା କହି ଆମ୍ବୁଲାନ୍ସକୁ ଡାକିଥିଲେ। ପଦ୍ମପୁର ଅଞ୍ଚଳରେ ସେତେବେଳେ ଆମ୍ବୁଲାନ୍ସ ଉପଲବ୍ଧ ନ ଥିଲା। ଡାକ୍ତର ଗୁଣପୁରକୁ ରେଫର କରିଥିବା କହି ଡାକିବାରୁ ୨୦ କି.ମି. ଦୂର ରାମନାଗୁଡ଼ା ବ୍ଲକରୁ ଆମ୍ବୁଲାନ୍ସ ଆସି ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା। ଏହା ଜାଣିବା ପରେ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଧଳ ଆହତ ବ୍ୟକ୍ତିଙ୍କୁ ତାଗିଦ କରିବା ସହ ଆମ୍ବୁଲାନ୍ସକୁ ପଠାଇ ଦେଇଥିଲେ। କିଛି ସମୟ ପରେ ଆହତ ବ୍ୟକ୍ତି ପରିବାର ଲୋକଙ୍କୁ ଡାକି ବାଇକ୍‌ରେ ଗୁଣପୁର ଯାଇଥିଲେ।
କିଛି ଲୋକଙ୍କ ଆମ୍ବୁଲାନ୍ସର ଅପବ୍ୟବହାର ଯୋଗୁ ଅନେକ ସମୟରେ ଜରୁରୀସେବା ଉଦ୍ଦେଶ୍ୟରେ ଥିବା ୧୦୮ ଆମ୍ବୁଲାନ୍ସ ଗୁରୁତରଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏଭଳି ଅଯଥାରେ ଆମ୍ବୁଲାନ୍ସର ଅପବ୍ୟବହାର ନ କରିବାକୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri