ବିଦ୍ୟୁତ୍‌ ପାଇଁ କଲବଲ ହେଲେ ସହରବାସୀ

ଅନୁଗୋଳ ଅଫିସ, ୧୩।୬: ଗତ ଦୁଇ ଦିନ ହେଲା ଅନୁଗୋଳରେ ତାତି ନ ଥିଲା। ପାଗ କାଉଁଳିଆ ଥିବାରୁ ଗ୍ରୀଷ୍ମ ପ୍ରବାହ ସେତେଟା ଅନୁଭବ କରିହେଉ ନ ଥିଲା। ହେଲେ ରବିବାର ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅଥୟ ହୋଇପଡ଼ିଥିଲେ। ଏପରି ସମୟରେ ଦୀର୍ଘ ୪ ଘଣ୍ଟା ଧରି ସେକ୍ସନ-୧ରେ ବିଜୁଳି ବିଭ୍ରାଟ ଲୋକଙ୍କୁ କଲବଲ କରିଦେଇଥିଲା। ଏପରି କି ମାତ୍ର ୧୦ ମିନିଟ୍‌ ମରାମତି କାର୍ଯ୍ୟ ପାଇଁ ବିଦ୍ୟୁତ୍‌ ବିଭାଗକୁ ୪ଘଣ୍ଟା ଲାଗିଯାଇଥିଲା। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଅନୁଗୋଳ ବିଦ୍ୟୁତ୍‌ ଡିଭିଜନର ସେକ୍ସନ୍‌-୧ରେ ମଧ୍ୟାହ୍ନରେ ବିଭ୍ରାଟ ଦେଖାଯାଇଥିଲା। ଗୋଟିଏ ସ୍ଥାନରୁ ଜମ୍ପର ଉଡ଼ିଯାଇଥିବାରୁ ସୌଭାଗ୍ୟନଗର, ତାମ୍ରିିତ କଲୋନୀ, ହେମସୁରପଡ଼ା, ଶିକ୍ଷକପଡ଼ା, ପ୍ରଗତିନଗର, କୁମଣ୍ଡର କିଛି ଅଂଶ, ଭଣ୍ଡୁବର, ହୁଲୁରିସିଂହା, ବଣିଆବାହଳ, ଶରଧାପୁର ଆଦି ଅଞ୍ଚଳରୁ ବିଦ୍ୟୁତ୍‌ ଚାଲିଯାଇଥିଲା। ହେମସୁରପଡା ଅଞ୍ଚଳରେ ଥିବା ଡିଆସି ଛକରେ ଏହି ବିଭ୍ରାଟ ହୋଇଥିଲେ ହେଁ ବିଦ୍ୟୁତ୍‌ ବିଭାଗ ଜାଣିପାରି ନ ଥିଲା। ଏ ନେଇ ସୂଚନା ଦେବାକୁ ଲୋକେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ପର୍କ ହୋଇପାରି ନ ଥିଲା। ପରେ ଅପରାହ୍ନ ୫ଟାରେ ଖବରପାଇ ବିଭାଗୀୟ କର୍ମଚାରୀ ବିଭ୍ରାଟ କେଉଁ କାରଣରୁ ହୋଇଛି ତାହା ଖୋଜିଥିଲେ। ଡିଆଇସି ଛକରେ ବିଭ୍ରାଟ ଖୋଜି ପାଇବା ସହ ମରାମତି କରିଥିଲା। କିନ୍ତୁ ୧୦ ମିନିଟ୍‌ର କାର୍ଯ୍ୟ ପାଇଁ ଦୀର୍ଘ ୪ ଘଣ୍ଟା ଧରି ସହରବାସୀ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଥିଲେ। ଏ ନେଇ ବିଭାଗୀୟ ଅଧିକାରୀ କହିଛନ୍ତି, ବିଭ୍ରାଟ ସମ୍ପର୍କରେ କୌଣସି ସୂଚନା ନ ଥିଲା। ଖବର ପାଇବା ପରେ ତୁରନ୍ତ ମରାମତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri