ବେଆଇନ ବସ୍‌ ଷ୍ଟପ ନିର୍ମାଣକୁ ଭାଙ୍ଗିଲା ବନ ବିଭାଗ

ପାପଡାହାଣ୍ଡି,୧୩ା୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଧାମଣାପଦର ଛକରେ ଥିବା ସଂରକ୍ଷିତ ଜଙ୍ଗଲରେ ବେଆଇନ ବସ ଷ୍ଟପ ନିର୍ମାଣକୁ ରବିବାର ବନ ବିଭାଗ ଭାଙ୍ଗିଦେଇଛି। ବନ ବିଭାଗ ଅଜାଣତରେ ଠିକାଦାର ଛକରେ ଥିବା ସଂରକ୍ଷିତ ଜଙ୍ଗଲ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁ କରିଦେଇଥିଲେ। ଏ ନେଇ ବନ ବିଭାଗ ଜାଣିବା ପରେ ପାପଡାହାଣ୍ଡି ଫରେଷ୍ଟର ଲକ୍ଷ୍ମୀ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ାଉ କରି ବସ୍‌ ଷ୍ଟପ ନିର୍ମାଣ କାମକୁ ଭାଙ୍ଗି ଦେଇଥିଲା। ସୂଚନା ମୁତାବକ ପଞ୍ଚାୟତ ପକ୍ଷରୁ ବସ ଷ୍ଟପ ନିର୍ମାଣ ଲାଗି ୨ଲକ୍ଷ ଟଙ୍କାର ଫାଇଲ ଖୋଲା ଯାଇଛି। ତହସିଲଦାରଙ୍କଠାରେ ସ୍କେଚ ମ୍ୟାପ ଲାଗି ଆବେଦନ କରାଯାଇଥିବା ପିଇଓ ସଞ୍ଜୟ ମହାକୁଡ଼ କହିଛନ୍ତି । ତେବେ ଠିକାଦାର ଜଣକ ତରବରିଆ ଭାବେ ଜାଗା ନ ଜାଣି ନିର୍ମାଣ କାମ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?