ଚୋର, ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୩।୬: ଶାନ୍ତ, ସରଳ ଲୋକଙ୍କ ଜିଲା ରୂପେ ପରିଚିତ ରାୟଗଡ଼ାରେ ଏବେ ଅପରାଧ ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷକରି ବନ୍ଦ ଘର, ଦୋକାନ, ମନ୍ଦିର, ରାସ୍ତାରେ ଯାଉଥିବା ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ଚୋରି ଏବଂ ଲୁଟ୍‌ ବଢ଼ୁଛି। ଏମିତିକି ଘରେ ପଶି ବନ୍ଧୁକ ମୁନରେ ଭୟଭୀତ କରି ଲୁଟ୍‌ କରିବା ଭଳି ଘଟଣା ବାରମ୍ବାର ନଜରକୁ ଆସୁଛି। ଅଭିନବ ଉପାୟରେ ଅତି ଚତୁରତାର ସହ ଦୁର୍ବୃତ୍ତମାନେ ଚୋରି କରୁଥିବାବେଳେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ଚ୍ୟାଲେଞ୍ଜ ହେଉଛି। ଚୋରିର ଦୀର୍ଘ ମାସ ବିତିଯାଉଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର ପାଉନି। ଏହାକୁ ନେଇ ରାୟଗଡ଼ା ଜିଲାବାସୀ ଏବେ ପୋଲିସ ଉପରୁ ଆସ୍ଥା ହରାଇଛନ୍ତି।
ପୂର୍ବରୁ ଜିଲାରେ ରୋରି ସଂଖ୍ୟା ଅତି କମ୍‌ ରହିଥିବାବେଳେ କରୋନା ପରେ ଏହା ଚୋର ଏବଂ ଡକାୟତଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦିନ ଦ୍ୱିପ୍ରହରରେ ମଧ୍ୟ ନିର୍ଭୟରେ ଚୋରି କରୁଛନ୍ତି। ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଅଭିଯୋଗ ପରେ ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିପାରୁନାହିଁ। ତେଣୁ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରବାସୀ ରାତିରେ ଶାନ୍ତିରେ ଶୋଇବାକୁ ମଧ୍ୟ ଭୟ କରୁଛନ୍ତି। ରାୟଗଡ଼ା ସହରର ସାଇପ୍ରିୟା ନଗର ଅଞ୍ଚଳର ଏମ୍‌. ଭେଙ୍କଟ ରାଓଙ୍କ ଘରେ ଦୁର୍ବୃତ୍ତମାନେ ପଶି ଗୋଡ଼, ହାତ, ଗୋଡ଼ ବାନ୍ଧି ସୁନା ଓ ଟଙ୍କା ଲୁଟି ନେଇଥିଲେ। କାସ୍ତୁରୀ ନଗର ବାସିନ୍ଦା ଏନ୍‌. ସାବିତ୍ରୀଙ୍କ ଘରେ ମଧ୍ୟ ଦୁର୍ବୃତ୍ତମାନେ ପଶି ପୁଅକୁ ଘରୁ ବାହାର କରି ମାରଣାସ୍ତ୍ର ଦେଖାଇ ବେକରୁ ୩ ଭରି ସୁନା ଚେନ୍‌ ଟାଣି ନେଇଥିଲେ। ଉଭୟ ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବା ଲୁଟ୍‌ର ଶିକାର ହୋଇଥିବା ପରିବାର ଲୋକେ କହିଛନ୍ତି।
ଏହା ବ୍ୟତୀତ ଜିଲାରେ ଶେଷେଖାଲ ଥାନା ନିକଟରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧ କେଜି ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ମାସେ ପୁରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳତା ପାଇନି। ସେହିପରି ଗୁଣପୁର ଥାନା ଅଞ୍ଚଳରେ ସୁନା ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ୩କେଜି ସୁନା ଓ ୨ଲକ୍ଷ ଟଙ୍କା ଲୁଟ୍‌ ଘଟଣା, ଠାକୁରାଣୀ ମନ୍ଦିରରୁ ୨ ଥର ଚୋରି, ଥାନା ନିକଟ କାଶୀ ବିଶ୍ୱନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି, ଶନିବାର ଗୁଣପୁର ସହରରେ ଏକ ବନ୍ଦ ଘରୁ ୭ ତୋଳା ସୁନା ଅଳଙ୍କାର ଚୋରି, ବିବାହ କାର୍ଡ ଦେବା ନାଁରେ ବେକରେ ଛୁରୀ ଲଗାଇ ଲୁଟ୍‌ ଉଦ୍ୟମ, ଦୋକାନ ଶଟର୍‌ ତାଡ଼ି ଲୁଟ୍‌ ଆଦି ଘଟଣାର ଏ ପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇପାରିନି। ଏ ନେଇ ଅତିରିକ୍ତ ଏସ୍‌ପି ରାମ ପ୍ରସାଦ ସାହୁଙ୍କୁ ପଚାରବାରୁ, ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ସମସ୍ତ ଉଦ୍ୟମ ଚଳାଇଥିବା କହିଛନ୍ତି। ଏଥିସହ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଯୋଗୁ ତଦନ୍ତ ପ୍ରକ୍ରିୟା ଆଗେଇ ପାରୁନି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଗୁଡ଼ିକ ଅକାମି ହୋଇ ପଡ଼ିଛି। ଏଗୁଡ଼ିକୁ ମରାମତି କଲେ ପୋଲିସ ଚୋରମାନଙ୍କୁ ଧରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ସେହିପରି ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ଅଳଙ୍କାର, ନଗଦ ଟଙ୍କା

ରାୟଗଡା,୭।୨(ସ୍ବ.ପ୍ର.): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି। ପୁଣି ସୋମବାର ଏହାର ପୁନରାବୃତ୍ତି ଘଟିଛି। ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ...

ଶ୍ରାଦ୍ଧ ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଗୁଣପୁର,୧୭।୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ବିଜେଡିରେ ଥିବା ମତଭେଦ ଯୋଗୁ ଶ୍ରାଦ୍ଧ ଦିବସରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ ହେଲାଭଳି ଘଟଣା ଦେଖିବାକୁ ମିଳିଛି। ବୁଧବାର ନୂତନ...

ପିକ୍‌ନିକ୍‌ ସ୍ପଟ୍‌: ଓ୍ବାଇଲ୍ଡଲାଇଫ୍‌ ୱାଚ୍‌ ଟାୱାର

ରାୟଗଡ଼ା ଜିଲାର ଅନେକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ବର୍ଷ ତମାମ ଭିଡ଼ ଜମିଥାଏ। ହେଲେ ଜିଲାର ଚନ୍ଦ୍ରପୁର ବ୍ଲକ୍‌ର ଅନ୍ୟତମ ଆକର୍ଷଣ ‘ଓ୍ବାଇଲ୍ଡଲାଇଫ୍‌...

ଇନ୍‌ଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ଅନ୍ତର୍ଗତ ଚିନ୍ତାପାଲ୍ଲୀ ମଣ୍ଡଳର ଭୀରାଭରମ ଗ୍ରାମର ୨ ଜଣଙ୍କୁ ମାଓବାଦୀମାନେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି।...

ସୁଇସାଇଡ୍‌ ନୋଟ୍‌ ଲେଖି ଦୁଇ ଛାତ୍ରୀ ନିଖୋଜ

ରାୟଗଡ଼ା ଅଫିସ,୬।୨: ରାୟଗଡ଼ା ସହରର ନିଉ କଲୋନୀସ୍ଥିତ ଏକ ସ୍କୁଲରେ ପଢୁଥିବା ଦୁଇ ଛାତ୍ରୀ ଗୁରୁବାର ଭୋର୍‌ରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅଭିଭାବକଙ୍କୁ ରୁମ୍‌ରେ ତାଲା...

ରାୟଗଡ଼ାରେ ୧୬ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା

ରାୟଗଡ଼ା ଅଫିସ,୨୭ା୬: ରାୟଗଡ଼ା ଜିଲାରୁ ଶନିବାର ସର୍ବାଧିକ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରି ରାୟଗଡ଼ା ରାଣୀଗୁଡ଼ା ଫାର୍ମରେ...

ରାୟଗଡ଼ାରେ ‘ଉଗାଦି’ ଉତ୍ସବ ପ୍ରସ୍ତୁତି ଜୋରଦାର

ରାୟଗଡା ଅଫିସ,୧୬/୩: ଆସନ୍ତା ତେଲୁଗୁ ସଂପ୍ରଦାୟର ନବବର୍ଷ ତଥା ‘ଉଗାଦି’ ଉତ୍ସବ ଆସନ୍ତା ୨୨ ତାରିଖରେ ହେବ। ଚଳିତବର୍ଷ ଉଗାଦି ପର୍ବ ପାଳନକୁ ନେଇ ରାୟଗଡା...

କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣପୁର,୨୪।୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା।...

Advertisement
Archives

Model This Week