ଆମ ଜିଲା ଖବର

ଜିତୁ ମୁଣ୍ଡାଙ୍କୁ ଘରେ କଳହ ଆରମ୍ଭ: ଭାଇ ଶଙ୍କରା କଲେ ଏମିତି କାଣ୍ଡ

ପାଟଣା,୫ା୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଟଙ୍କା ଉଠାଇବା ପାଇଁ ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣାକୁ ୭ ଦିନ ପୂରିଥିଲେ ହେଁ ଚର୍ଚ୍ଚା, ବିବାଦ ଥମୁନି। ଘଟଣାରେ ଜିତୁଙ୍କ ନିକଟକୁ ସମବେଦନା…

ଭାଜପାର ପ୍ରଚଣ୍ଡ ବିଜୟ: କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ, ପରସ୍ପରକୁ ମିଠା ଖୁଆଇ…

ମୋହନା, ୫।୫( ମନ୍ମଥ ମିଶ୍ର ): ପଶ୍ଚିମବଙ୍ଗ ଓ ଆସାମରେ ଭାଜପା ଏକ ତରଫା ଭାବେ ବିପୁଳ ବିଜୟ ହାସଲ କରିଥିବାରୁ ଏହି ଖୁସିରେ ସୋମବାର ଅପରାହ୍ନରେ ମୋହନା ଭାଜପାକର୍ମୀମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପାର ଚାଣକ୍ୟ କୁହାଯାଉଥିବା ତଥା…

ପୁରୀରୁ ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଚକ: ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ହେଲା ପୂରଣ

କୋରାପୁଟ, ୫।୫(ଅମିତାଭ ବେହେରା ): ସୋମବାର ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପବିତ୍ର ରଥ ଚକ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଭକ୍ତମାନଙ୍କ ଦ୍ୱାରା ଭବ୍ୟ ସ୍ବାଗତ କରାଯାଇଛି। ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଭକ୍ତିମୟ ପରିବେଶ…

ଚାକିରି ଦେବାକୁ କହି ଠକେଇ ମାମଲା, ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷାଙ୍କୁ ହାଇକୋର୍ଟରୁ ଜାମିନ

ହାଟଡିହୀ,୫।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମର ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟରୁ ଗତ ୧ ତାରିଖରେ ଜାମିନ ମିଳିଛି। ସୁରେଶ୍ୱରୀ ଚାକିରି ଦେବାକୁ କହି ୨୧ ଲକ୍ଷ ୩୦…

ଜିଲା ପାଇଁ ଗୌଣବ ଆଣିଲେ ଦେବଦର୍ଶୀ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ୫୭୧ ରଖିଛନ୍ତି ଦେବଦର୍ଶୀ ମଣ୍ଡଳ । ଖରିନାସୀ ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ର ଦେବଦର୍ଶୀ ଓ ବ୍ଲକ୍‌ର ଅନ୍ୟ ୪ ଛାତ୍ରୀଛାତ୍ରଙ୍କୁ ଏ-୧ ଗ୍ରେଡ୍‌ ରଖିଥିବାରୁ ସମ୍ମାନିତ…

ଜଗନ୍ନାଥଙ୍କୁ କରିଥିଲେ ଅପମାନ, ଗଲା ଦିଦିଙ୍କ ଆସନ

ପୁରୀ,୫।୫(ଅଜିତ୍‌ କୁମାର ମହାନ୍ତି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି । ୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ଭାଜପା ବହୁମତ ହାସଲ କରିଛି । ଦୀଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣକୁ ମଧ୍ୟ ବିରୋଧ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ: ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ ୫୩ ନଂ. ଜାତୀୟ ରାଜପଥ ମଶାକଣି ବଡଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ ଗୃହ ରହିଛି। ଏହି ଗୋଦାମ ଗୃହରେ ଶହେରୁ ଅଧିକ ଦୈନିକ ଗାଡ଼ି ଚାଳକ, ହେଲ୍ପର୍‌ ଓ ଶ୍ରମିକ…

ବେକରେ ଛୁରି ଲଗାଇ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ମୁଖାପିନ୍ଧି ଲୁଟିନେଲେ ୧୫ ଭରି ସୁନା…

ଲାଞ୍ଜିଗଡ,୫।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଜନଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆନନ୍ଦ ଅଗ୍ରୱାଲଙ୍କ ଘରେ ରାତି ଅଧରେ ବେକରେ ଛୁରି ଲଗାଇ…

ସୁଶ୍ରୀ କ୍ରିଷ୍ଣା ପତି ବ୍ଲକ ଟପ୍ପର: ଛୁଟୁଛି ଶୁଭେଚ୍ଛାର ସୁଅ

ଅତାବିରା, ୫ା୫(ଯୁଧିଷ୍ଠିର ମହାପାତ୍ର):ଚଳିତ ମାଟ୍ରିକ ପରୀକ୍ଷାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ, ଲାଦରପାଲି, ଅତାବିରା ଶତ ପ୍ରତିଶତ ସଫଳତା ହାସଲ କରିଛି। ସୁଶ୍ରୀ କ୍ରିଷ୍ଣା ପତି ୫୬୩ମାର୍କ ରଖି ଅତାବିରା ବ୍ଲକରେ ଟପ୍ପର ହୋଇଛନ୍ତି। ମନୀଷା ପ୍ରଧାନ ୫୫୪ ମାର୍କ, ସୌରଭ…

ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ: ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା:୪/୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ପଡାଠାରେ ଗାନ୍ଧିନଗର କ୍ରିକେଟ କମିଟି ପକ୍ଷରୁ ୨ ଦିନଧରି ରାତ୍ରି କାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ କଳାହାଣ୍ଡି ଓ ବଲାଙ୍ଗୀର…

କନ୍ୟାର ବୟସ ହୋଇନଥିବା ଶୁଣି ବେଦିରୁ ଉଠିଗଲେ ପୁରୋହିତ, ରୋକିଲେ ବାଲ୍ୟବିବାହ

ପାରଳାଖେମୁଣ୍ଡି,୫।୫ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକରେ ନିକଟରେ ଏକ ବାଲ୍ୟବିବାହକୁ ଜିଲା ପ୍ରଶାସନ ରୋକିଥିବା ବେଳେ ସୋମବାର ଆଉ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିଛି। ତେବେ ଏହାକୁ ରୋକିବାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଆସିଥିବା ପୁରୋହିତଙ୍କ ଭୂମିକା…

ଅସ୍ତିତ୍ୱ ଖୋଜୁଛି ଜଳାଶୟ, ସଭିଁଏ ନୀରବ

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଏକଦା ବନ୍ଧ, କଟା ଭଳି ଅନେକ ଜଳାଶୟ ରହିଥିଲା। ଦୂରଦୃଷ୍ଟି ରଖି ପୂର୍ବପୁରୁଷମାନେ ନିଜେ ଶ୍ରମଦାନ କରି ସେଗୁଡ଼ିକ ଖୋଲିଥିଲେ। ସେହି ଜଳାଶୟ ଗୁଡ଼ିକ କେବଳ ଲୋକଙ୍କ ଜଳକଷ୍ଟ ମେଣ୍ଟାଉ ଥିଲା, ତାହା ନୁହେଁ। ଅଞ୍ଚଳର ଜଳସ୍ତରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?