ଋଣ ଭାର ସହି ନପାରି ବେକରେ ରଶି ଲଗାଇ ଝୁଲିପଡିଲେ ବୃଦ୍ଧ ଦମ୍ପତି
ଗାଙ୍ଗପୁର,୨୫।୪( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନଥିବାବେଳେ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା କରିଛନ୍ତି। ଋଣ ଭାର ସହିନପାରି ବୃଦ୍ଧ…
ଅତର୍କିତ ଆକ୍ରମଣ: ବାପ ପୁଅ ସମେତ ୪ ଆହତ
ଆସିକା,୨୫।୪(ସୁରେନ୍ଦ୍ର ନାଥ ସାହୁ) : ଗଞ୍ଜାମ ଜିଲା କୋଟିନଡା ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅତର୍କିତ ଆକ୍ରମଣରେ ଗୋଟିଏ ପରିବାରର ବାପା ଓ ଦୁଇ ପୁଅଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ…
ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ: ଭର୍ଚୁଆଲ ମାଧ୍ୟମରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ
ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଭାଷୀ ମାଧ୍ୟମରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ବିଡିଓ ବନବିହାରୀ ହରପାଲ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ…
ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍ ପଡିବ…
ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଆସନ୍ତା ମେ ମାସ ୧ତାରିଖରୁ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ…
ମେ ୧୧ରୁ ବରଗଡ଼ରେ ରବି ଧାନକିଣା: ଜିଲାର ୧୮୩ ମଣ୍ଡିରେ…
ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆସନ୍ତା ମେ ୧୧ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଜିଲାର ୧୮୩ ମଣ୍ଡିରେ ଧାନ କିଣାବିକା ହେବ। ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମଣ୍ଡିଗୁଡ଼ିକରେ ଧାନ ସଂଗୃହୀତ ହେବ। ବିଗତବର୍ଷ ଭଳି ଏଥର…
ଜମି ବିବାଦକୁ ନେଇ ଶ୍ୱଶୁର-ଜ୍ୱାଇଁଙ୍କୁ ହତ୍ୟା! ଟ୍ରେନ ଭିତରେ ମାରିଫିଙ୍ଗିଦେଲେ ଥିବା ସନ୍ଦେହ
କେସିଙ୍ଗା,୨୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶ୍ୱଶୁରଙ୍କୁ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ପରେ ନିଜ ଘରକୁ ଟ୍ରେନ୍ରେ ଫେରୁଥିବା ସମୟରେ ଅଧବାଟରେ ଶଶୁର ଓ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା…
ରବିଧାନ ସଂଗ୍ରହ ବୈଠକରେ ଖରିଫ୍ ତାତି: ଚାଷୀ ଆନ୍ଦୋଳନ ଭୟରେ ପୋଲିସ ଛାଉଣି
ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅନେକ ଚାଷୀ ବିଭାଗୀୟ ଅବହେଳା ଯୋଗୁ ଏପର୍ଯ୍ୟନ୍ତ ଗତବର୍ଷ ଖରିଫ୍ରେ ଧାନ ବିକ୍ରି କରି ପାରିନାହାନ୍ତି। ଧାନବିକ୍ରି ଦାବିରେ ଜିଲାର ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଗ୍ରାମଗୁଡ଼ିକର ଚାଷୀମାନେ ଝଡ଼ବର୍ଷା, ଖରାତାତି ସହି…
ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା, କାର୍ଯ୍ୟକ୍ଷମ ହେଉନି: ପାନୀୟଜଳ ଯୋଗାଣ ନେଇ ବିଡିଓଙ୍କ ଦ୍ୱାରସ୍ଥ ଗ୍ରାମବାସୀ
ଲାଞ୍ଜିଗଡ଼,୨୫।୪(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଳିମା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପାନୀୟଜଳ ଯୋଗାଇବାକୁ ନେଇ ଗ୍ରାମବାସୀ ଶୁକ୍ରବାର ଲାଞ୍ଜିଗଡ଼ ବିଡିଓଙ୍କ ଦ୍ବାରସ୍ଥ ହୋଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।…
ଦାରିଙ୍ଗବାଡିରେ ଜାତୀୟ ପଞ୍ଚାୟତରାଜ ଦିବସ : ଅନ୍ତଦୋୟ ଗୃହ ଯୋଜନାରେ ୧୬୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ
ଦାରିଙ୍ଗବାଡ଼ି,୨୪।୪(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀଙ୍କ ପ୍ରତିନିଧି ଭାବେ ଦଳର ମଣ୍ଡଳ ସାଧାରଣ ସମ୍ପାଦକ…
ଯୁବତୀଙ୍କ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର; OISF ଯବାନଙ୍କୁ ବାନ୍ଧିଲା…
ସୁନ୍ଦରଗଡ,୨୪।୪(ଜୟ ନାରାୟଣ ମେଣ୍ଡୁଳି): ବିବାହର ପ୍ରତଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଏମ୍ସିଏଲ୍ରେ କାର୍ଯ୍ୟରତ ଓଡିଶା ଶିଳ୍ପାଞ୍ଚଳ ସୁରକ୍ଷା ପୋଲିସ (ଓଆଇଏସ୍ଏଫ୍) ଯବାନଙ୍କୁ ଗିରଫ କରି ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ…
କୁଶପଡାରେ କ୍ରିକେଟ ଟୁର୍ନାମେଣ୍ଟ: ମହାମାୟୀ ଟିମ୍ ଚାମ୍ପିୟନ
ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ଖେଳପଡିଆ ଠାରେ ଚାଲିଥିବା ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ମହାମାୟୀ ଟିମ୍ ପ୍ରଥମେ ବ୍ୟାଟିଂ କରି ୮୬ ରନ୍…
ଜାତୀୟ ପଞ୍ଚାୟତିରାଜ ଦିବସରେ ଥୁଆମୂଳ ରାମପୁରରେ ବଡ଼ ଆୟୋଜନ:କାର୍ଯ୍ୟାଦେଶ ବଣ୍ଟନ ସହ ଶ୍ରେଷ୍ଠ ପଞ୍ଚାୟତ ସମ୍ମାନିତ, ହେଲେ ଶେଷ ବେଳକୁ ଖାଲି ପଡ଼ିଥିଲା ଚେୟାର
ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରାଙ୍ଗଣରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୬ ବ୍ଲକ ସ୍ତରୀୟ ସମାରୋହ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ…

