ଆମ ଜିଲା ଖବର

ପରିବେଶକୁ ଅଣଦେଖା: ୩ ବର୍ଷରେ ୯ ଏନ୍‌ଜିଟି ମାମଲା

କେନ୍ଦ୍ରାପଡା, ୨୬ା୯ (ଜଗନ୍ନାଥ ଧଳ): ପରିବେଶ ସୁରକ୍ଷା ସାମ୍ପ୍ରତିକ ସମୟରେ ଏକ ଆହ୍ବାନ ହୋଇଛି। ଜାତିସଂଘଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଏ ନେଇ ବିବିଧ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା...

ପ୍ରତାପଙ୍କ ନାଁରେ ହତ୍ୟା ମାମଲା ଚାଲିବ

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୨୬ା୯ (ଅଶୋକ କୁମାର ମହାପାତ୍ର/ଯଯାତି ସିଂ):ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ୧୩ ନମ୍ବର ଅଭିଯୁକ୍ତ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି। ବିଧାୟକ ଜେନାଙ୍କ ନାମରେ ଆଇପିସି ଦଫା ୩୦୨, ୧୨୦ ବି...

ନାବାଳକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା,୨୬।୯(ସଂଗୀତା ଜେନା): ସୁନ୍ଦରଗଡ ଜିଲାର ରାଉରକେଲାରେ ଜଣେ ନାବାଳକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ହେକେଟ ରୋଡରୁ ଦେଓଗାଆଁକୁ ସଂଯୁକ୍ତ କରୁଥିବା ରାସ୍ତାକଡ ବୁଦାରୁ ମଙ୍ଗଳବାର ସକାଳୁ ଜଣେ ନାବାଳକଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତକ ହେଉଛନ୍ତି...

ଷ୍ଟିଲ୍‌ ଓପନ ବୋଟ୍‌ ଉପରେ ପ୍ରଶାସନର ନଜର ପଡ଼ିଲା

କାଏମା,୨୬ା୯( ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ କାଏମା ବ୍ରିଜର ପାଲା ଚାନ୍ଦିନୀ ନିକଟରେ ମୋଟର ଚାଳିତ ବୋଟ୍‌ ଏସ୍‌ଓବି(ଷ୍ଟିଲ ଓପନ ବୋଟ୍‌) ଦୀର୍ଘଦିନରୁ ଅବହେଳିତ ଭାବେ ପଡ଼ିରହିଥିଲା। ଏ ସଂକ୍ରାନ୍ତରେ ଗତ ୨୩ ତାରିଖ ଧରିତ୍ରୀରେ ‘ଅବହେଳିତ ଅବସ୍ଥାରେ ଷ୍ଟିଲ...

୨ ପାଣିଟାଙ୍କିରେ ଫାଟ

ସୁକିନ୍ଦା,୨୬ା୯(ସତ୍ୟଜିତ ଦାଶ): ଘରେ ଘରେ ପାନୀୟଜଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସୁକିନ୍ଦା ବ୍ଲକରେ ମଧ୍ୟ ଜାରି ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ସାଙ୍ଗକୁ ଦୁର୍ନୀତି ଅଭିଯୋଗ ହୋଇଆସୁଛି।...

ପରିଚାଳନା କମିଟି ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ଯାଜପୁର ରୋଡ୍‌,୨୬ା୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ଜଣେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯାଜପୁର ଜିଲାପାଳଙ୍କ...

ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର

ପାରଳାଖେମୁଣ୍ଡି, ୨୬।୯(ଗିରିଧାରୀ ପରିଛା): ଗଜପତି ଜିଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଘୋଡ଼ାପଙ୍କା ଗାଁରେ ଗୁଣି ଗାରେଡି ସନ୍ଦେହରେ ସ୍ବାମୀ ଓ ସ୍ତ୍ରୀ ଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୃତକମାନେ ହେଲେ...

ମା’ଙ୍କ ପାଇଁ ପୂଜାମଣ୍ଡପରେ ପ୍ରସ୍ତୁତି ଜୋରଦାର

କଟକ,୨୫ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଗଣେଶ ପୂଜାଠାରୁ କଟକ ସହରରେ ବାରି ହୋଇପଡ଼ିଲାଣି ପାର୍ବଣର ପରିବେଶ। ଦଶହରା ଲାଗି କଟକ ସହରର ସାହିବସ୍ତି, ସବୁଠାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତିପର୍ବ। ପୁରୁଣା ପୂଜାମଣ୍ତପଗୁଡ଼ିକରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଗଲାଣି।...

ଜାନବିଲି ଆନିକଟରୁ ବ୍ୟକ୍ତିଙ୍କ ମୃତଦେହ ଜବତ

ଧରାକୋଟ,୨୫ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ନିକଟସ୍ଥ ଜାନବିଲି ଆନିକଟରୁ ଋଷିକୁଲ୍ୟା ନଦୀରେ ଭାସି ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସୋମବାର ମଧ୍ୟାହ୍ନରେ ଜବତ କରାଯାଇଛି। ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଋଷିକୁଲ୍ୟା ନଦୀରେ ସୋରଡ଼ା ପଟରୁ ଭାସି ଆସି ଆନିକଟ...

ରାଜ୍ୟ ହକି ଚାମ୍ପିୟନଶିପ୍‌ରେ ସ୍ଥାନ ପାଇଲେ ପ୍ରୀତି

କୋକସରା,୨୫।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ରାଜ୍ୟ ହକି ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆୟୋଜିତ ହେଉଛି ରାଜ୍ୟ ହକି ଚାମ୍ପିୟନଶିପ୍‌। ଟୁର୍ନାମେଣ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ କଳାହାଣ୍ଡି ହକି...

୬ ଫୁଟର ଅଜଗର ଉଦ୍ଧାର

ଉଦଳା,୨୫ା୯(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ନୟାରଙ୍ଗାମାଟିଆ ଗ୍ରାମରୁ ଏକ ୬ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ଗ୍ରାମର ଆଶାରାମ ବିନ୍ଧାଣୀଙ୍କ ଘର ବାଡ଼ିରେ ଥିବା ଏକ ଜାଲରେ ଅଜଗର ଛନ୍ଦି ହୋଇଥିବା ଦେଖିବାକୁ...

ଗୋରୁ ବୋଝେଇ ଗାଡ଼ି ଛାଡି ଚମ୍ପଟ ମାରିଲେ ଅଭିଯୁକ୍ତ

କେନ୍ଦୁଝର,୨୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ-କାଞ୍ଜିପାଣି ମୁଖ୍ୟ ରାସ୍ତା ଦେଇ ବେଆଇନ ଭାବେ ଗୋରୁ ଚାଲାଣ ଦିନିକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ତେଲକୋଇ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri