ଥାନାର ଦ୍ୱାରସ୍ଥ ହେଲେ ଅମଲା ସଂଘ ସଦସ୍ୟ
ଜୟପୁର,୧୬।୫(ନି.ପ୍ର.): କୋରାପୁଟ ଜିଲା ଅମଲା ସଂଘ ସଦସ୍ୟମାନେ ରବିବାର କୋରାପୁଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସଂଘର ପୁରୁଣା ସଭାପତି ଓ ସମ୍ପାଦକ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ନେଇ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, କୋରାପୁଟ ଜିଲା ଅମଲା ସଂଘ ପୁରୁଣା…
ଓଷ୍ଟା କୋରାପୁଟ ଶାଖାର ରାସ୍ତାକୁ ଓହ୍ଲାଇବା ଚେତାବନୀ
ସୁନାବେଡ଼ା,୧୬।୫(ସ୍ବ.ପ୍ର.): ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ବେତନ ପ୍ରଦାନ ପଦ୍ଧତି (ମୋଡାଲିଟି) ପ୍ରକାଶ ପାଇଛି।…
ଲୁଟେରାଙ୍କ ଗୁଳିମାଡ଼ରେ ଟ୍ରକ୍ ଚାଳକ ଗୁରୁତର
ଟିକିରି/ରାୟଗଡ଼ା ଅଫିସ, ୧୬।୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡ଼ୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ଶନିବାର ରାତିରେ ବନ୍ଧୁକ ମୁନରେ ଜଣେ ଟ୍ରକ୍ ଚାଳକଙ୍କଠାରୁ ଲୁଟ୍ ହୋଇଛି। ଗୁଳିମାଡ଼ରେ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ନୟାଗଡ଼ ଜିଲାର ରମେଶ…
ଭୋଜି ଖାଇ ୧୬ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୭ ଗୁରୁତର
ତୁମୁଡିବନ୍ଧ,୧୬।୫(ଡି.ଏନ.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ବୁଢ଼ା କୁଣ୍ଡଳୀ ଗ୍ରାମରେ ବାହାଘର ଭୋଜି ଖାଇ ୧୫ଜଣ ମହିଳା, ପୁରୁଷ ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…
ସାଗରମୁଣ୍ଡାର ପୁନରୁଦ୍ଧାର ଦାବି
ନବରଙ୍ଗପୁର,୧୬।୫(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତରେ ରହିଛି ଏକ ବୃହତ୍ ଜଳାଶୟ ‘ସାଗରମୁଣ୍ଡା’। ଏହା ପାଖରେ ଥିବା ଗାଁର ନାମ ମଧ୍ୟ ସାଗରମୁଣ୍ଡା। ପ୍ରାୟ ୫୬ ଏକରରେ ପରିବେଷ୍ଟିତ ଏହାର ସୀମା। ଜିଲାର ଏକ ପ୍ରସିଦ୍ଧ ଶୈବପୀଠ, ପାହାଡ଼ର…
ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ ଗୁଣ୍ଠାୱାଡ଼ା ପଞ୍ଚାୟତବାସୀ
ଚିତ୍ରକୋଣ୍ଡା,୧୬।୫(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡ଼ା ପଞ୍ଚାୟତର ବିିଭିନ୍ନ ଗ୍ରାମରେ ଦୁଇଦିନ ହେଲା ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଛି। ଫଳରେ ଖରାଦିନରେ ଲୋକେ ଅସହ୍ୟ ଗରମ ସାଙ୍ଗକୁ ବିଭିନ୍ନ ସମସ୍ୟାରେ ଅଛନ୍ତି। ରବିବାର ଅପରାହ୍ନ ପର୍ଯ୍ୟନ୍ତ ବିଦ୍ୟୁତ୍ ନ ଆସିବାରୁ…
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ହାତୀପଲ
ରାଇଘର, ୧୬।୫(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଲଗାତର ହାତୀପଲ ଛତିଶଗଡ ଅଞ୍ଚଳରୁ ଓଡ଼ିଶା ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି। ଏବେ ଏକ ହାତୀପଲ ସୀମାନ୍ତ ଅଞ୍ଚଳରେ ଘୂରି ବୁଲୁଛନ୍ତି। ସୀମାନ୍ତବାସୀ ଭୟଭୀତ ଅବସ୍ଥାରେ ରହୁଥିବାବେଳେ ବନ ବିଭାଗର ମୁଣ୍ଡ ବ୍ୟଥା…
ଶିକ୍ଷା ବିଭାଗ କର୍ମଚାରୀଙ୍କୁ କଂସଙ୍କ ଡାକରା
ଚନ୍ଦାହାଣ୍ଡି,୧୬।୫(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ଚାଲିଥିବା ବାଲିଯାତ୍ରାର ଅଷ୍ଟମ ରଜନୀରେ ଅଷ୍ଟମଲ୍ଲ ସଖା ବଧ ମଞ୍ଚସ୍ଥ ହୋଇଛି। ମହାରାଜ କଂସଙ୍କୁ ଚନ୍ଦାହାଣ୍ଡି ଗ୍ରାମବାସୀ ଏକ ସୁସଜ୍ଜିତ ରଥରେ ଗୋପପୁରରୁ ବାଜାବାଜଣା ଓ ହୁଳହୁଳି ଦେଇ ମଥୁରା ନଗରୀକୁ…
୩ ଜଙ୍ଗଲରୁ ଅବାଧ କାଠ ଚାଲାଣ
ବଇଣ୍ଡା,୧୬।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ବିପ୍ରଡିହ, ମଇମୁରା, କେଞ୍ଚୁଆନାଳି ଜଙ୍ଗଲରୁ କିଛିଦିନ ହେବ ଅବାଧ କାଠଚାଲାଣ ହେଉଥିବା ନେଇ କେଞ୍ଚୁଆନାଳି ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ଦର୍ଶାଇଛନ୍ତି, ଧଣ୍ଡାତୋପା ରେଞ୍ଜରେ ଅନେକ ଘଞ୍ଚ…
ହେଭିଓ୍ବେଟ୍ ନେତାଙ୍କୁ ବ୍ରଜରାଜନଗର ଦାୟିତ୍ୱ ଦେଲା ବିଜେଡି
ଝାରସୁଗୁଡ଼ା ଅଫିସ,୧୬ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପନିର୍ବାଚନ ପରିଚାଳନା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ଜିଲା ପର୍ଯ୍ୟବେକ୍ଷକ ସୁବାସ ସିଂ, ସହ…
ଗୁରୁ ଯାମିନୀ ରଞ୍ଜନଙ୍କୁ ‘ନୃତ୍ୟାଙ୍ଗନା ସମ୍ମାନ’
ଢେଙ୍କାନାଳ ଅଫିସ୍, ୧୬।୫: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟାଙ୍ଗନା’ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ୭ମ ‘ନୃତ୍ୟାଙ୍ଗନା ସମ୍ମାନ ଉତ୍ସବ’। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା…
ଫାଣ୍ଡି ନିକଟରେ ଚୋରା କୋଇଲା ଡିପୋ
ପରଜଙ୍ଗ, ୧୬।୫(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଅଞ୍ଚଳରେ ବେଆଇନ ଚୋରା କୋଇଲା ଡିପୋ ସଂଖ୍ୟା ବଢ଼ିବାରେ ଲାଗିଛି। ପୋଲିସ ଫାଣ୍ଡିଠାରୁ ଅନତି ଦୂରରେ ଏଭଳି କାର୍ଯ୍ୟ ଦୀର୍ଘଦିନ ହେଲା ଚାଲିଥିବାବେଳେ ଚଢ଼ାଉ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ…

