କୃଷ୍ଣସାଗର ଡାହାଣ କେନାଲ ମରାମତି କରୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୨୫ା୬(ଡି.ଏନ୍‌.ଏ.): ଗଜପତି ଜିଲାରେ ପୁଣି ଆନ୍ଧ୍ର ଅନୁପ୍ରବେଶ କରି ନିଜର ଦାଦାଗିରି ଦେଖାଇଛି। ଚଳିତଥର କୃଷ୍ଣ ସାଗର ଡାହାଣ କେନାଲରେ ଜଳ ଲୁଟି ନେବାକୁ ମସୁଧା କରିଛି। ଗୋଷାଣୀ ବ୍ଲକର ଜଙ୍ଗଲପାଡୁ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଆନ୍ଧ୍ର ପ୍ରଶାସନର ନିର୍ଦ୍ଦେଶରେ ଆନ୍ଧ୍ରର ଠିକାଦାର ଓ ସରପଞ୍ଚ ଉପସ୍ଥିତ ରହି ଇଚ୍ଛା ମୁତାବକ ମରାମତି କରୁଛନ୍ତି। ଏଥିରେ ନୀରବଦ୍ରଷ୍ଟା ସାଜିଛି ଗଜପତି ଜିଲା ପ୍ରଶାସନ।
ଚାଷୀଙ୍କ ସୁବିଧା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ ଅନେକ ଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଥିଲା। ସେଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ କ୍ଷୁଦ୍ର ଜଳସେଚନ ବିଭାଗ ନେଇଥିଲେ ସୁଦ୍ଧା ଦୀର୍ଘ ଦିନ ହେଲା ମରାମତି ଅଭାବରୁ ଅଧିକାଂଶ ଭାଙ୍ଗିରୁଜି ଗଲାଣି। ଦୀର୍ଘ ୨୦ ବର୍ଷ ଧରି କୃଷ୍ଣ ସାଗରର ଡାହାଣ କେନାଲର ଜଙ୍ଗଲପାଡୁ ଚେକଡ୍ୟାମ ମରାମତି ଅଭାବରୁ ଭାଙ୍ଗିଯାଇଛି। ଏ ନେଇ ସ୍ଥାନୀୟ ଚାଷୀ ବିଭିନ୍ନ ସମୟରେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଆଜି ଯାଏ ଏହି କେନାଲର କୌଣସି ମରାମତି ହୋଇପାରି ନାହିଁ। ଏହି କେନାଲ ଓଡ଼ିଶାର ପ୍ରାୟ ୫୦୦ ଏକର ଜମିକୁ ପାଣି ଯୋଗାଇବା ପରେ ଅବଶିଷ୍ଟ ଜଳ ଆନ୍ଧ୍ର ଜମିକୁ ଯାଇଥାଏ। ଚଳିତ ଖରିଫ ଚାଷ ପୂର୍ବରୁ ଆନ୍ଧ୍ରର ସରପଞ୍ଚ ଓ ଠିକାଦାର ଓଡ଼ିଶା ସୀମାରେ ପଶି ଉକ୍ତ ଚେକଡ୍ୟାମର ମରାମତି କାର୍ଯ୍ୟ ଚାଲୁ ରଖିଛନ୍ତି; ଯାହାକୁ ନେଇ ସ୍ଥାନୀୟ ଚାଷୀ ପ୍ରତିବାଦ କରିବାରୁ ବିବାଦୀୟ ପରିସ୍ଥିତି ଉପୁଜିଛି। ଏହି ଘଟଣାକୁ ନେଇ ଆନ୍ଧ୍ର ସରପଞ୍ଚ ଓ ଠିକାଦାର କହିଛନ୍ତି, କେନାଲ ତଳମୁଣ୍ଡରେ ଶହଶହ ଏକର ଆନ୍ଧ୍ର ଚାଷ ଜମି ରହିଛି। ପାଣି ପାଇବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ ତେଣୁ ସରକାରଙ୍କ ନିର୍ଦ୍ଦେଶରେ ଚେକଡ୍ୟାମର ମରାମତି କରାଯାଉଛି। ଅପରପକ୍ଷରେ ଘଟଣାସ୍ଥଳରେ ପହଞ୍ଚିଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଦୀର୍ଘ ୫ ଘଣ୍ଟାରୁ ଊଦ୍ଧର୍‌ବ ସମୟ ଉତ୍ତ୍ୟକ୍ତ ଚାଷୀ ଅଟକ ରଖିଥିଲେ। ସମ୍ପୃକ୍ତ ବିଭାଗୀୟ ଏସ୍‌ଡିଓ ଆଶିଷ କୁମାର ମଲ୍ଲିକ ପହଞ୍ଚି ତୁରନ୍ତ ମରାମତି କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଯନ୍ତ୍ରୀଙ୍କୁ ଛାଡ଼ିଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ଭିତରେ ପ୍ରବେଶ କରି ଆନ୍ଧ୍ରର ଲୋକପ୍ରତିନିଧି ଓ ଠିକାଦାର ଉକ୍ତ ଚେକଡ୍ୟାମ ଓ କେନାଲ ମରାମତି କରୁଥିବା ବେଳେ ଦୀର୍ଘ ୨୦ ବର୍ଷ ଧରି ଉକ୍ତ ଚେକଡ୍ୟାମ ମରାମତି ପାଇଁ ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri