ସୁସ୍ଥ ହେଲେ ମହାପ୍ରଭୁ

ପୁରୀ ଅଫିସ, ୨୫ା୬: ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ବା ଖଳିଲାଗି ଏକାଦଶୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖଳିଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଅଙ୍ଗରେ ଖଳି ଲାଗି ହୋଇଛନ୍ତି। ସେହିପରି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଦଶମୀ ତିଥିରେ ଶ୍ରୀମନ୍ଦିରକୁ ଆସିଥିବା ଦଶମୂଳ ମୋଦକ ମଧ୍ୟ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ସେହିପରି ମହାପ୍ରଭୁ ସୁସ୍ଥ ଅନୁଭବ କରିଥିବାରୁ ତାଙ୍କୁ ତୁଳସୀ ଓ ବାରଲାଗି ଖଣ୍ଡୁଆ ଲାଗି କରାଯାଇଛି। ସୂଚନାଯୋଗ୍ୟ, ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନବେଦୀରେ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଦଇତାପତି ଓ ପତିମହାପାତ୍ର ତାଙ୍କର ଗୁପ୍ତସେବା କରୁଛନ୍ତି। ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବା ପରେ ଦଶମ ତିଥିରେ ଚକାବିଜେ ନୀତି ସମ୍ପନ୍ନ ହୋଇଥିଲା।
ଶୁକ୍ରବାର ଶ୍ରୀମନ୍ଦିର ପଟିଦିଅଁଙ୍କ ନିକଟରେ ମଧ୍ୟାହ୍ନ ଧୂପ ଓ ଦକ୍ଷିଣୀ ଘର ଭୋଗ ବଢିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାରା ଖୋଲାଯାଇଥିଲା। ଅଣସର ଗୃହରେ ଦଇତାପତି ଓ ପତିମହାପାତ୍ର ପ୍ରବେଶ କରିଥିଲେ। ଶୁଦ୍ଧସୁଆରଙ୍କ ଘରୁ ଖଳି ଆସି ଠାକୁରଙ୍କୁ ଲାଗି କରାଯିବା ସହିତ ରକ୍ତବସ୍ତ୍ର ଲାଗି କରାଯାଇଥିଲା। ଏହାପରେ ଚକଟା ଭୋଗ ଓ ପଣାଭୋଗ ହୋଇ ବେହରଣ ଦ୍ୱାର ବନ୍ଦ କରାଯାଇଥିଲା। ଜୟବିଜୟ ଦ୍ୱାର ଖୋଲାଯାଇ ପଟିଦିଅଁଙ୍କ ନୀତି ଆରମ୍ଭ ହୋଇଥିଲା। ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢ଼ିବା ପରେ ବେହରଣ ଦ୍ୱାର ଖୋଲିଥିଲା। ପଟିଦିଅଁ ଏବଂ ଶ୍ରୀବିଗ୍ରହମାନଙ୍କ ସର୍ବାଙ୍ଗ ନୀତି ହୋଇଥିଲା। ଚତୁର୍ଦ୍ଧାବିଗ୍ରହଙ୍କୁ ବାରଲାଗି ଖଣ୍ଡୁଆ, ରଙ୍ଗିନ ସୁଙ୍ଗନ୍ଧିତ ପୁଷ୍ପ ଓ ତୁଳସୀ ଲାଗି କରାଯାଇଥିଲା। ଦଶମୂଳକୁ ପତିମହାପାତ୍ର ସେବକ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କୁ ଲାଗି କରାଇଥିଲେ। ଏହାପରେ ଶ୍ରୀମନ୍ଦିରରେ ଘଣ୍ଟ, କାହାଳୀ ବାଦ୍ୟ ଶବ୍ଦ ପୁଣି ଶୁଣିବାକୁ ମିଳିଛି। ଶନିବାର ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନେ ସୁସ୍ଥ ହୋଇଥିବା ଖବର ଦଇତାପତିମାନେ ରାଜନଅରକୁ ଯାଇ ଗଜପତି ମହାରାଜାଙ୍କୁ ଜଣାଇବେ। ଏଥିସହ ରଥଯାତ୍ରା ସମ୍ପର୍କରେ ସୂଚନା ଦେବେ। ଆସନ୍ତା ୨୯ ତାରିଖ ଅମାବାସ୍ୟା ଦିନ ଭକ୍ତଙ୍କୁ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ୱାର୍ଡସଭ୍ୟାଙ୍କ ପାଇଁ ପ୍ରଚାର କଲେ ହାସ୍ୟାଭିନେତା

ବାହାନଗା, ୩ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ସିନେତାରକା ମଇଦାନକୁ ଓହ୍ଲାଇଛନ୍ତି। ଜଣେ ୱାର୍ଡସଭ୍ୟା ପ୍ରାର୍ଥିନୀଙ୍କ ପାଇଁ ହାସ୍ୟାଭିନେତା ବ୍ରଜ ସିଂ...

ଚାଲାଣ ବେଳେ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କଲେ ଗ୍ରାମବାସୀ

ବାଲିଆପାଳ, ୨୧।୮(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ-କର୍ମଦ୍ଦା ରାସ୍ତା ଛୁଟଖାନପୁର ଦେଇ ରବିବାର ରାତିରେ ୨ଟି ପିକଅପ୍‌ରେ ଗୋରୁ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ...

ଆଇଚିପୁର-କଡ଼ମା ସେତୁ କାର୍ଯ୍ୟରେ ଅନିୟମିତତା

କୋରେଇ,୧୭ା୭(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଆଇଚିପୁର-କଡ଼ମା ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରଗଡ଼ି ପୂର୍ତ୍ତ...

କୋରକୋରାର ବୋରିକ ମେଲଣ ସ୍ଥଗିତ

କଣ୍ଟାପଡା,୩।୪(ଡି.ଏନ.ଏ.):- କଟକସଦର ଥାନା ଅନ୍ତର୍ଗତ କୋରକୋରା ଗ୍ରାମରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ବୋରିକ ମେଲଣକୁ ମହାମାରୀ କୋରନା ଯୋଗୁ ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଚଳିତ...

ବିଦ୍ୟୁତ୍‌ ଆଘାତରେ ୨ ଯୁବକ ମୃତ

ରସାଳପୁର, ୧୮ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ହିଡ଼ିଗଁାରେ ଶନିବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପ୍ରଦୀପ ଜେନା...

ବାହାର ନେତା ନିର୍ବାଚନମଣ୍ଡଳୀ ଛାଡ଼ନ୍ତୁ

ପଦ୍ମପୁର,୪।୧୨(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ୍‌ଗ୍ରହଣ ହେବ। ଏହାକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ମତଦାନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଶନିବାର...

ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ/ପଦ୍ମପୁର,୨୬।୭: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଖଗେଶ୍ବର ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି...

ମିଳିଲାନି ଗୃହରକ୍ଷୀ ଚାକିରି: ଏସ୍‌ପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋନପୁର,୨୨।୬(ନି.ପ୍ର.): ଗୃହରକ୍ଷୀ ଚାକିରି ନ ମିଳିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ମାଣିକପୁର ଗ୍ରାମର ଚମୁରୁ ହାତୀଙ୍କ ପୁଅ ଗୁପ୍ତେଶ୍ୱର(୩୨) ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ...

Advertisement
Archives

Model This Week