ପୋଲିସ ଅବହେଳା ଜୀବନ ନେଲା

ଭୁବନେଶ୍ୱର,(ବ୍ୟୁରୋ)/କଟକ ସଦର,୨୫ା୬(ଡି.ଏନ.ଏ.): ଗୁଣନିଧିଙ୍କ ମୃତ୍ୟୁକୁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ କମିଶନ ଶୁକ୍ରବାର ନିଜ ଆଡୁ ଏକ ମାମଲା (ନଂ. ୧୨୦୯/୨୨) ରୁଜୁ କରି ଡିଜିପି ଏବଂ ଆଇଜିଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି। କମିଶନ କହିଛନ୍ତି, ପୋଲିସ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଗୁଣନିଧି ଏଭଳି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମରୁ ସୂଚନା ମିଳିଛି। ଏହା ଏକ ସମ୍ବେଦନଶୀଳ ଘଟଣା। ଏହି ଘଟଣାର ତଦନ୍ତ କରି ଜୁଲାଇ ୨୫ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଡିଜିପି ଏବଂ ଆଇଜିଙ୍କୁ ଉକ୍ତ ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ କାହା ପ୍ରରୋଚନାରେ ଗୁଣନିଧି ଏଭଳି ପଦକ୍ଷେପ ନେଲେ ସେନେଇ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି କୃଷ୍ଣଚନ୍ଦ୍ର ପଟ୍ଟନାୟକ ତଦନ୍ତ କରୁଛନ୍ତି। ଏହାଛଡ଼ା ସ୍ଥାନୀୟ ପୋଲିସର ଭୂମିକା ଉପରେ ଅତିରିକ୍ତ ଏସ୍‌ପି କୃଷ୍ଣଚନ୍ଦ୍ର ପଟ୍ଟନାୟକ ତଦନ୍ତ କରି କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳକିଶୋର କୁମାରଙ୍କୁ ରିପୋର୍ଟ ଦେଇଥିବା ସୂଚନା ମିଳିଛି। ସେପଟେ ପୋଲିସ ଅବହେଳା ବିରୋଧରେ ଶୁକ୍ରବାର ଉତ୍କଳ ବିକାଶ ପରିଷଦର ସ୍ବେଚ୍ଛାସେବୀମାନେ କିଶନନଗର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ।
ସୂଚନା ଅନୁଯାୟୀ, କିଶନନଗର ଥାନା ଅଧୀନ ଇଶାଣୀ-ବ୍ରହ୍ମପୁର ପଞ୍ଚାୟତ ସାଇକୋରୁଆ ଗ୍ରାମର ଗୁଣନିଧିଙ୍କ ସଂସାର କହିଲେ ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ। ଚାଷ ମୁଖ୍ୟ ପେସା ହୋଇଥିବାବେଳେ ଛୋଟ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗୁଣନିଧି ଏବଂ ତାଙ୍କ ପୁତୁରା ସାଗର ବିଶୋୟୀଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଗତ ୧୯ ତାରିଖରେ ଏହି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଗୁଣନିଧି କିଶନନଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ପରେ ଗୁଣନିଧି ଗତ ବୁଧବାର କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ପରେ ତୁରନ୍ତ ପୋଲିସ ଏକ ମାମଲା(ନଂ.୧୦୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ପୋଲିସ ଉପରୁ ଭରସା ନ ପାଇ ଗୁଣନିଧି ଗୁରୁବାର ଦେହରେ ନିଅଁା ଲଗାଇଦେବା ପରେ ପୋଲିସ ସନ୍ଧ୍ୟାରେ ସାଗରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବୀ ବିକ୍ରି ରୋକିବା ନେଇ ପଦକ୍ଷେପ

ନୟାଗଡ ଅଫିସ,୧୦ା୪: ଜିଲା ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସଭାଗୃହରେ ଗୁରୁବାର ଜିଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ଘଟଣା: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଏମ୍‌ପି

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଫସି ରହିଛି। ଏହି ଟଙ୍କାକୁ ମୁକାଳିବା ପାଇଁ ବିଜେଡି ଏମ୍‌ପିମାନେ କେନ୍ଦ୍ର ଅଥର୍ର୍ମନ୍ତ୍ରୀ ନିର୍ମଳ ସୀତାରମନଙ୍କୁ...

ଜାଇକା କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ

କଟକ ଅଫିସ, ୨୦ା୧: କଟକ ସହରରେ ଜାଇକା କାର୍ଯ୍ୟର ଅଗ୍ରଗତି ନେଇ ମଙ୍ଗଳବାର ନୂଆବଜାରସ୍ଥିତ ଜାଇକା କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ନୋଟିସ ଲଗାଇ ପାର୍‌

ଢେଙ୍କାନାଳ ଅଫିସ, ୨୩।୯: ‘ଇଏନ୍‌ଟି ଓପିଡି ଇଜ୍‌ କ୍ଲୋଜଡ୍‌। ଇଏନ୍‌ଟି ସ୍ପେଶାଲିଷ୍ଟ ଅନ୍‌ ଲିଭ୍‌ ଫ୍ରମ୍‌ 13।9।2022 ଟୁ 6।11।2022’। ଏଭଳି ଲେଖାଥିବା ଏକ ନୋଟିସ...

ବିଷ୍ଣୁ ସେଠୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର...

ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି,୬।୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାର ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାର୍ଡକୋର...

ଆଇସିଏସ୍‌ଇ ଦଶମ ପାସ୍‌ ହାର ୯୯.୯୭%: ଓଡ଼ିଶାର ୪ଜଣ ରାଜ୍ୟ ଟପ୍ପର

ଭୁବନେଶ୍ୱର,୧୮।୭(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌...

୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବ ସ୍ବାସ୍ଥ୍ୟ ଉପକେନ୍ଦ୍ର

ବରଗଡ଼ ଅଫିସ, ୭।୪: ବରଗଡ଼ ବ୍ଲକ ତୋରା ଗ୍ରାମରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ହେବ। ଏ ନେଇ...

Advertisement
Archives

Model This Week