ହାଇଜେନିକ୍‌ ମାଛ ବଜାରରେ ରହୁନି ସ୍ବଚ୍ଛତା

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ସହରବାସୀଙ୍କୁ ସ୍ବଚ୍ଛତା ବାତାବରଣ ମଧ୍ୟରେ ଆମିଷ ଦ୍ରବ୍ୟ ଯୋଗାଇବା ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପରିସରରେ ହାଇଜେନିକ୍‌ ମାଛ ବଜାର ନିର୍ମାଣ କରାଯାଇଛି। ଯେଉଁଠାରେ ମାଛ ବ୍ୟବସାୟୀଙ୍କ ନିମନ୍ତେ ପାନୀୟ ଜଳଠାରୁ ଆରମ୍ଭ କରି ଗୃହ ଯୋଗାଇ ଦିଆଯାଇଛି। କିନ୍ତୁ ଏହି ହାଇଜେନିକ୍‌ ବଜାରରେ ପରିଷ୍କାର ପରିଚ୍ଛନ୍ନତା ରହୁ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଉକ୍ତ ମାଛ ବଜାର ପାଇଁ ୨୦୧୯ରେ ମହାନଗର ନିଗମର ବାର୍ଷିକ ବଜେଟରେ ଅର୍ଥ ମଞ୍ଜୁର ହୋଇଥିଲା। ଉକ୍ତ ବର୍ଷ ସ୍ବାୟତ୍ତ ଶାସନ ଦିବସରେ ୨ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଜାର ନିର୍ମାଣ ପାଇଁ ଭୂମିପୂଜା ହୋଇଥିଲା। ଏହାର କାର୍ଯ୍ୟ ଆରମ୍ଭ ହେବା ସତ୍ତ୍ୱେ କରୋନା ମହାମାରୀ କାରଣରୁ କାର୍ଯ୍ୟ ବନ୍ଦ ରହିଥିଲା। ଫଳରେ ବିଳମ୍ବରେ କାର୍ଯ୍ୟ ଶେଷ ହେବା ପରେ ୨୦୨୧ ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲରେ ଉଦ୍‌ଘାଟିତ ହୋଇଥିଲା। ଚଳିତବର୍ଷ ଜାନୁୟାରୀ ୭ରେ ଲୋକାର୍ପିତ ହୋଇଥିଲା। ଏହାପରେ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ବାହାରେ ଓ କମାପଲୀ ଓଭର ବ୍ରିଜ ପାର୍ଶ୍ୱରେ ବସୁଥିବା ମାଛ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା। ପରେ ବିଏମ୍‌ସି ପକ୍ଷରୁ ଲଟେରି ମାଧ୍ୟମରେ ବ୍ୟବସାୟ ନିମନ୍ତେ ଗୃହ ଯୋଗାଇ ଦିଆଯାଇଥିଲା। କିନ୍ତୁ ବଜାର ମଧ୍ୟରେ ବହୁ ବ୍ୟବସାୟୀଙ୍କୁ ଗୃହ ମିଳି ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସତ୍ତ୍ୱେ ବି ମାଛ ବଜାରରେ ବ୍ୟବସାୟ ଆରମ୍ଭ ହୋଇଥିଲା। କିନ୍ତୁ ହାଇଜେନିକ୍‌ ମାଛ ବଜାରରେ ଗ୍ରାହକଙ୍କୁ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ବଜାରରେ ମାଛ ବ୍ୟବସାୟୀଙ୍କ ନିମନ୍ତେ ପାଣି ସମସ୍ୟା ରହୁଥିବା ବେଳେ ବିଏମ୍‌ସି ପକ୍ଷରୁ ସ୍ବଚ୍ଛତା କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାହକମାନେ ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଆମିଷ ଦ୍ରବ୍ୟ କ୍ରୟ କରୁଛନ୍ତି। ମାଛ ବଜାର ପରିସର ମଧ୍ୟରେ ବିଏମ୍‌ସି ପକ୍ଷରୁ କୌଣସି ସଫେଇ କିମ୍ବା ସ୍ବଚ୍ଛତା ରଖାଯାଉ ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
କାତି ଓ ଅନ୍ୟାନ୍ୟ ଜିନିଷଗୁଡିକ ଏଣେତେଣେ ହୋଇ ପଡ଼ିରହିଛି। ଫଳରେ ବର୍ଷା ସମୟରେ ବହୁ ଆବର୍ଜନା ଯାତାୟାତ ରାସ୍ତାରେ ଭାସମାନ ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ ବହୁ ଗ୍ରାହକ ବଜାରକୁ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅନ୍ୟପଟେ ବଜାରରେ ବାହାରେ ବିକ୍ରି ପାଇଁ ବିଏମ୍‌ସି ପକ୍ଷରୁ ମନା କରାଯାଇଥିବା ବେଳେ ବହୁ ବ୍ୟବସାୟୀ ବାହାରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଏଥିସହ କୋଠାଟିରେ ମାଛ ରଖିବା ନିମନ୍ତେ ଗୃହକାର୍ଯ୍ୟ ଦୀର୍ଘ ଦିନରୁ ଜାରି ରହିଛି। ଏହାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ସେମାନଙ୍କର ଗଚ୍ଛିତ ଆମିଷ ଦ୍ରବ୍ୟକୁ ପିଣ୍ଡି ଉପରେ ହିଁ ରଖୁଥିବା କହିଛନ୍ତି। ଉକ୍ତ ଗୃହକାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି ବ୍ୟବହାର ନିମନ୍ତେ ପ୍ରଦାନ କରିବା ପାଇଁ ବ୍ୟବସାୟୀମାନେ ଦାବି କରିଛନ୍ତି।
ଏ ନେଇ କନିଷ୍ଠ ଯନ୍ତ୍ରୀ ସୂଚୀସ୍ମିତା ପୁହାଣଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ମାଛ ବଜାରକୁ କର୍ମଚାରୀଙ୍କ ଦ୍ୱାରା ସଫେଇ କରାଯାଉଛି। ଏଠାରେ ନିର୍ମାଣାଧୀନ ଶୀତଳ ଭଣ୍ଡାର କାର୍ଯ୍ୟ ଶେଷ ହେବା ପରେ ଖୁବ ଶୀଘ୍ର ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?