Posted inଭଦ୍ରକ

କେବଳ ପୂଜାପର୍ବ ପାଇଁ ଘୂରୁଛି କୁମ୍ଭାର ଚକ

ଆରଡ଼ି,୨୬।୬(ଡି.ଏନ.ଏ.): ଦିନ ଥିଲା ହାଣ୍ଡି ମାଠିଆ ଗଢ଼ି ଚଳୁଥିଲା ପରିବାର। ଗଁାରେ ରହିଥିଲା ଏହାର ଚାହିଦା। ମାଟିରେ ତିଆରି ହାଣ୍ଡି, ମାଠିଆ, ସୁରେଇ, ପଲମ, ମାଢିଆ, ଉଠାଚୁଲି, ପୂଜା କଳସ, ସରା ଆଦି ଦୈନନ୍ଦିନ ଜୀବନରେ ଦରକାରୀ ଥିଲା। ଏସବୁ ଗଢ଼ି କୁମ୍ଭକାର ପରିବାର ଜୀବିକା ନିର୍ବାହ କରୁଥିଲେ। ମାତ୍ର ଏବେ ନା ଅଛି ମାଟି ସାମଗ୍ରୀର ଚାହିଦା, ନା ଅଛି ସରକାରୀ ପ୍ରୋତ୍ସାହନ। ତଥାପି ପୁରୁଷ ପୁରୁଷ ଧରି ଏହି କୌଳିକ ବୃତ୍ତିକୁ ଆଦରି ନେଇ ନିଜ ଭିଟାମାଟିରେ ଦୁଃଖକଷ୍ଟକୁ ସାଥି କରି ପଡ଼ିରହିଛନ୍ତି କେତେକ କୁମ୍ଭକାର ପରିବାର।
ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ପଞ୍ଚାୟତର ଦୋହରାପାଟଣା ଗଁାରେ ପ୍ରାୟ ୨୨ କୁମ୍ଭକାର ପରିବାର ବସବାସ କରୁଛନ୍ତି। ଏବେ ବିଜ୍ଞାନ ଯୁଗରେ ଆଉ ମାଟିରେ ତିଆରି ସାମଗ୍ରୀର ଚାହିଦା ନାହିଁ। ପୂର୍ବ ପରି ଶସ୍ୟ ସାଇତି ରଖିବାକୁ ବଡ଼ ଘୁମା, ଧାନ ଭିଜେଇବାକୁ ମାଢିଆ, ପିଠା କରିବାକୁ ପଲମ ଆଉ ଆବଶ୍ୟକ ପଡୁନି। ଏହାର ବିକଳ୍ପ ଭାବେ ଆଲୁମିନିୟମ, ଲୁହା ଓ ଅନ୍ୟାନ୍ୟ ଧାତୁରେ ତିଆରି ସାମଗ୍ରୀକୁ ଲୋକେ ଆପଣାଇ ନେଇଛନ୍ତି। ଏବେ କେବଳ ପୂଜା ପର୍ବ ପାଇଁ କୁମ୍ଭାର ଚକ ଘୂରୁଛି। ପୂଜା, ବିବାହ, ବ୍ରତ, ଗୃହ ପ୍ରତିଷ୍ଠା ଯଜ୍ଞ, ଅନ୍ତ୍ୟେଷ୍ଟି କ୍ରିୟାରେ ମାଟି ନିର୍ମିତ ସାମଗ୍ରୀର ଆଦର ରହିଛି। ମା’ଙ୍କ ପୀଠରେ ମାନସିକଧାରୀଙ୍କ ମାଟିଘୋଡ଼ାର ମଧ୍ୟ କେତେକାଂଶରେ ଦରକାର ପଡୁଛି। ସେହିପରି ପରମ୍ପରା ଅନୁସାରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ବିଭିନ୍ନ ଉତ୍ସବରେ ସମସ୍ତ ଉପକରଣ ଏହି କୁମ୍ଭକାର ସମ୍ପ୍ରଦାୟ ଯୋଗାଇଥାନ୍ତି। ବହୁ ପୁରାତନ କାଳରୁ ଶୈବପୀଠରେ ମହାଶିବରାତ୍ରରେ ମାଟି ନିର୍ମିତ ମହାଦୀପ ହିଁ ଏହି କୁମ୍ଭକାର ସମ୍ପ୍ରଦାୟ ତିଆରି କରିଥାନ୍ତି। ତେବେ ମାଟି ସାମଗ୍ରୀ ବିକି ପରିବାର ଚଳାଇବା ଏବେ ସମ୍ଭବ ନୁହେଁ ବୋଲି ଏହି କୁମ୍ଭକାର ପରିବାର କହିଛନ୍ତି। ଏହାବ୍ୟତୀତ ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀ ସମୟରେ ସରକାରୀ ସାହାଯ୍ୟ ଆବଶ୍ୟକ। ସମସ୍ତ କୁମ୍ଭକାର ପରିବାରକୁ ମାସିକ ସହାୟତା ରାଶି ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି କୃଷ୍ଣ ମୁଦୁଲି। ମାଟି ହାଣ୍ଡି ଗଢ଼ିବା ଏତେ ସହଜ କଥା ନୁହେଁ। ଏହା ଏକ ପାରମ୍ପରିକ କଳା କୌଶଳ। ତେବେ ଦୋହରାପାଟଣାରେ ଏବେବି ଏହି ପାରମ୍ପରିକ ବୃତ୍ତିକୁ ଆପଣେଇ ଯେଉଁମାନେ ଜୀବିକା ନିର୍ବାହ କରୁଛନ୍ତି, ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବା ନିହାତି ଦରକାର ବୋଲି ପୂର୍ବତନ ସରପଞ୍ଚ କିଶୋର ନାୟକ ଦାବି କରିଛନ୍ତି। ଏହି କୁମ୍ଭକାର ପରିବାରକୁ ମାସିକ ୧୦ ହଜାର ଟଙ୍କା ସହାୟତା ମିଳିଲେ ସେମାନଙ୍କ ପରିବାର ଠିକ୍‌ରେ ଚଳିପାରନ୍ତା ବୋଲି ଆଖଣ୍ଡଳମଣି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ ଗୋସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri