୨ଘଣ୍ଟା ବର୍ଷା: ଯୋଡ଼ାରେ କୃତ୍ରିମ ବନ୍ୟା

ଯୋଡ଼ା,୨୬।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଶନିବାର ପୂର୍ବାହ୍ନରେ ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ଯୋଡ଼ାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନସାଧାରଣ । ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସମଗ୍ର ରାସ୍ତା,ଜଳମଗ୍ନ ହୋଇ ଘର ଭିତରେ ବର୍ଷା ଜଳ ଲହଡ଼ି ମାରିଥିଲା। ଯୋଡ଼ା ସହରରେ ବିଭିନ୍ନ ଶିଳ୍ପ ସଂସ୍ଥା ଦ୍ୱାରା ଖୋଳା ଯାଉଥିବା ଖଣିଜ ସ୍ଲରି ପାଇପ ଲାଇନ ହେତୁ ଏହି କୃତ୍ରିମ ବନ୍ୟା ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
ସହରରେ ନିର୍ମାଣାଧୀନ ଫ୍ଲାଏ ଓଭର ପାଇଁ ବର୍ଷା ଜଳ ନିଷ୍କାସନ ହୋଇପାରି ନ ଥିଲା। ଯୋଡ଼ା ମଙ୍ଗଳା ମନ୍ଦିର, ମହାବୀର ଛକ, ସିଂଘାନିଆ ଟାୱାର ଛକ, କମାର ସାହି, ବସ୍‌ ଷ୍ଟାଣ୍ଡ, ହନୁମାନ ହଟିଂ ପ୍ରଭୃତି ବହୁ ସ୍ଥାନରେ ୱାଟର ଲଗିଂ ହେତୁ ବାସଗୃହ, ଦୋକାନ, ହୋଟେଲ ପ୍ରଭୃତିରେ ବର୍ଷାଜଳ ଆଣ୍ଠୁଏ ଉଚ୍ଚରେ ପ୍ରବାହିତ ହୋଇଥିଲା। ପାଇପ ଲାଇନ ଖୋଳା ହେବା ହେତୁ ଏହିପରି ବାରମ୍ବାର ଅସୁବିଧା ହେଉଥିବା ବ୍ୟବସାୟୀ ସନାତନ ମହଲ।, ହେମନ୍ତ ମହାନ୍ତି, ନିର୍ମଳ ସିଂ ପ୍ରମୁଖ ଅଭିଯୋଗ କରିଥିଲେ। ଏନେଇ କେତେକ ବସ୍ତିବାସୀନ୍ଦା ଅଭିଯୋଗ କରିଥିଲେ ଯେ, ବର୍ଷାଜଳ ନିଷ୍କାସନ ପାଇଁ ପୌରପାଳିକା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସ୍ଲରୀ ପାଇପ୍‌ ଲାଇନ ଖୋଳ। ହେବା ଫଳରେ ଯୋଡ଼ା ସହରର ବାଂଶପାଣି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇପ ଲାଇନ ଫାଟି ଯାଇଥିବା ଅଭିଯୋଗ କରିଛନ୍ତି। ପୌରପାଳିକା ଜନସାଧାରଣଙ୍କ ଅସୁବିଧାକୁ ଉପେକ୍ଷା କରି ପାଇପ୍‌ ଲାଇନ ଖୋଳୁଥିବା କମ୍ପାନୀଠାରୁ ରାଜସ୍ବ ନେଇ କମ୍ପାନୀକୁ ଖୋଳିବାକୁ ଅନୁମତି ଦେଇଥିବା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଯୋଡ଼ା ପୌରଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ କହିଛନ୍ତି ଯେ, ଜନସାଧାରଣଙ୍କ ସାମୂହିକ ସ୍ବାର୍ଥକୁ ପ୍ରଥମେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ପଡିଲେ ବର୍ଷାଦିନ ପାଇଁ ସ୍ଲରି ପାଇପ ଲାଇନ ଖୋଳାକୁ ସ୍ଥଗିତ ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri