ବିପଜ୍ଜନକ ସ୍ଥିତିରେ ମୁଣ୍ଡମରାଇ ସେବା ସମବାୟ ସମିତି

ଧରାକୋଟ,୨୬।୬(ଡି.ଏନ୍‌.ଏ.): ଚାଷୀର ଆର୍ଥିକ ମାନଦଣ୍ଡର ବିକାଶରେ ସେବା ସମବାୟ ସମିତିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବିହନ, ସାର ଯୋଗାଣଠାରୁ କୃଷି ଋଣ ପର୍ଯ୍ୟନ୍ତ ସବୁଥିରେ କୃଷକ ପଛରେ ଠିଆ ହୋଇଥାଏ ସେବା ସମବାୟ ସମିତି । ହେଲେ ସମବାୟ କେନ୍ଦ୍ର ବ୍ୟାଙ୍କ ଧରକୋଟ ଶାଖା ଅଧୀନରେ ରହିଥିବା ୧୫ ସମିତିର ସ୍ଥିତି ଶୋଚନୀୟ। ସେଥିମଧ୍ୟରୁ ମୁଣ୍ଡମରାଇ ସମିତିର ସ୍ଥିତି ଅତ୍ୟନ୍ତ ଜରାଜୀର୍ଣ୍ଣ। ୧୯୬୪ରେ ପ୍ରତିଷ୍ଠିତ ଏହି ସମିତିର କାର୍ଯ୍ୟାଳୟ, ୨ଟି ଗୋଦାମ ଗୃହ ଏବେ ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଏହି ସମିତି ଅଧୀନରେ ମୁଣ୍ଡାମରାଇ ଓ ସରଧାପୁର ପଞ୍ଚାୟତର ମୋଟ ୩୪୬୮ ଜଣ ଚାଷୀ ସଭ୍ୟ ଭାବରେ ଅନୁବନ୍ଧିତ। ରବି ଓ ଖରିଫ ଫସଲ ପାଇଁ ଆସୁଥିବା ବିହନ ଓ ସାର ରଖିବା ପାଇଁ ଦୁଇଟି ଗୋଦାମ ରହିଛି। ଗତ ଫାଇଲିନ ବାତ୍ୟା ସମୟରେ କାର୍ଯ୍ୟାଳୟ ଓ ଗୋଦାମ ଗୃହର ଟିଣ, ସିଲିଂ, ଫ୍ଲୋରିଂ ନଷ୍ଟ ହୋଇଯାଇଥିବା ବେଳେ କବାଟ, ଝରକା ସମ୍ପ୍ରତି ଜରାଜୀର୍ଣ୍ଣ ସ୍ଥିତିରେ ପହଞ୍ଚିଲାଣି। ଗୋଦାମରେ ରହୁଥିବା ସାର ଓ ବିହନ ବର୍ଷା ଜଳରେ ଭିଜି ନଷ୍ଟ ହେଉଥିବାବେଳେ କାର୍ଯ୍ୟାଳୟର ଆସବାବପତ୍ର, କମ୍ପ୍ୟୁଟର, ଲାପଟପ, ଜେରକ୍ସ ମେଶିନକୁ ପାଲ ଘୋଡ଼ାଇ ରଖିବାକୁ ପଡୁଛି। ସମିତିର ଶୋଚନୀୟ ସ୍ଥିତି ସମ୍ପର୍କରେ ସମବାୟ ବିଭାଗର ଉପନିବନ୍ଧକ ଓ ସହକାରୀ ଉପନିବନ୍ଧକଙ୍କୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଫଳାଫଳ ଶୂନ। ସ୍ଥିତି ଏପରି ହେଲାଣି କେଉଁ ମୁହୂର୍ତ୍ତରେ ଗୃହ ଭୁଶୁଡ଼ି ଧନ ଜୀବନ ନଷ୍ଟ ହେବ ତାହା କହିହେଉନାହଁି। ଏଣୁ ସମବାୟ ବିଭାଗର ଉଚ୍ଚ ପଦାଧିକାରୀ ତୁରନ୍ତ ମୁଣ୍ଡମରାଇ ସମେତ ସମସ୍ତ ୧୫ଟି ସମିତିର କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?