ସ୍ଥିରତା ପାଇଁ ଫେରୁ ‘ସବୁଜ ପତ୍ରିକା’

ଆଠମଲ୍ଲିକ,୧୯।୭ (ଡି.ଏନ.ଏ.)
ଜନସଂଖ୍ୟାରେ ଦେଖାଦେଲାଣି ବିସ୍ଫୋରକ ପରିସ୍ଥିତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱ ଜନସଂଖ୍ୟା ବହୁଳ ଦେଶ ତାଲିକାର ଶୀର୍ଷ ସ୍ଥାନକୁ ଯିବ। ଏହାର ପ୍ରତିକୂଳ ପ୍ରଭାବକୁ ନେଇ ଏବେ ତଥ୍ୟାଭିଜ୍ଞମହଲରେ ଚିନ୍ତାର ରେଖା ଦେଖାଦେଇଛି। ହୁ ହୁ ହୋଇ ବଢ଼ୁଥିବା ଦେଶର ଜନସଂଖ୍ୟାରେ ସ୍ଥିରତା ଆଣିବାକୁ ଏବେ କେବଳ ସଚେତନତାକୁ ମୁଖ୍ୟ ମାଧ୍ୟମ କରାଯାଉଛି। ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ସଚେତନତା ରଥ ପରିକ୍ରମା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଚେତନା ଉଦୟର ଉଦ୍ୟମ କରାଯାଉଛି। କିନ୍ତୁ ପରିବାର ନିୟୋଜନ ଯୋଜନା ଉପରେ ପୂର୍ବପରି ଅଧିକ ଗୁରୁତ୍ୱ ଦିଆଯାଉ ନାହିଁ। ବିଶେଷକରି ଏହାକୁ ପ୍ରୋତ୍ସାହନ ଦେଉଥିବା ‘ସବୁଜ ପତ୍ରକା’ (ଗ୍ରୀନ୍‌ କାର୍ଡ) କଥା ପୁନଃ ଚିନ୍ତା କରାଯାଉ ନାହିଁ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦତ୍ତ ଏହି ପତ୍ରିକାରେ ଥିବା ସରକାରୀ ସୁବିଧା ସୁଯୋଗ ଅତୀତରେ ଅନେକ ୨ ସନ୍ତାନ ଥିବା ଦମ୍ପତିଙ୍କୁ ଆକର୍ଷିତ କରିଥିଲା। ‘ଛୋଟ ପରିବାର ସୁଖୀ ପରିବାର’ର ମୂଲ୍ୟ ସେମାନଙ୍କୁ ମିଳୁଥିଲା। ହେଲେ ୨୦୧୧ରୁ ଏହା ବନ୍ଦ ହୋଇଯାଇଥିବା ବେଳେ ଏବେ ବି ବହୁ ପତ୍ରିକାଧାରୀ ପରିବାର ଉପକୃତ ହେବାରୁ ବଞ୍ଚିତ ରହିଛନ୍ତି। ଘରଡିହ ପାଇଁ ସରକାର ଭୂମି ଦେଇଥିଲେ ବି ୧୧ ବର୍ଷ ହେଲା ତାହାକୁ ଚିହ୍ନଟ ଦିଆଯାଉ ନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ଏମିତି ଅନେକ ପତ୍ରିକାଧାରୀ ଦମ୍ପତି ଏ ନେଇ ଅଭିଯୋଗ କରିବା ସହ ଜନସଂଖ୍ୟାରେ ସ୍ଥିରତା ରକ୍ଷା ନିମନ୍ତେ ବନ୍ଦ ହୋଇଯାଇଥିବା ସବୁଜ ପତ୍ରିକାକୁ ପୁଣି ଫେରାଇ ଆଣିବାକୁ ଦାବି କରିଛନ୍ତି।
ପ୍ରତିବର୍ଷ ଜୁଲାଇ ୧୧ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତବର୍ଷ ମଧ୍ୟ ଅନୁଗୋଳ ଜିଲାରେ ଏହାର ଆୟୋଜନ କରାଯାଇଥିଲା। ଜନସଂଖ୍ୟା ନିୟନ୍ତ୍ରଣର ଲାଭ ବିଷୟରେ ଜିଲାବାସୀଙ୍କୁ ଅବଗତ କରିବାକୁ ସ୍ବତନ୍ତ୍ର ରଥର ଶୁଭାରମ୍ଭ କରାଯାଇଥିଲା। ଆସନ୍ତା ୨୪ ତାରିଖ ଯାଏ ଏହି ରଥଗୁଡ଼ିକ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ସଚେତନ କରୁଛି। ଆଠମଲ୍ଲିକ ଉପଖଣ୍ଡରେ ମଧ୍ୟ ପ୍ରଶାସନ ସଚେତନତା ରଥ ବୁଲାଇଛି। କିନ୍ତୁ ଯେଉଁ ପରିବାରମାନେ ସଚେତନ ହୋଇ ପୂର୍ବରୁ ପରିବାର ନିୟୋଜନ ନିମନ୍ତେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ ସେମାନଙ୍କ କଥା ପ୍ରଶାସନ ଯେପରି ପାଶୋରି ଦେଇଛି। ସରକାରଙ୍କ ସବୁଜ ପତ୍ରିକା ନିୟମ କହୁଛି ରାଜ୍ୟ ସରକାର କିମ୍ବା ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମିତ ଗୃହଗୁଡିକ ମଧ୍ୟରୁ ଶତକଡା ୫ଭାଗ ଏହି ପତ୍ରିକାଧାରୀଙ୍କ ପାଇଁ ସରଂକ୍ଷିତ ରଖାଯିବ। ଘରଡିହ ନ ଥିଲେ ୮ ଡେସିମିଲ ଭୂମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ନିମ୍ନ ଆୟ କିମ୍ବା ମଧ୍ୟମ ଆୟ ଗୋଷ୍ଠୀର ଲୋକମାନଙ୍କୁ ଦିଆଯାଉଥିବା ଗୃହ ନିର୍ମାଣ ଋଣରେ ଶତକଡା ୫ ଭାଗ ସରଂକ୍ଷଣ ମିଳିବ। ମେଡିକାଲ, ଇଞ୍ଜିନିୟରିଂ, ପଲିଟେକ୍‌ନିକ୍‌ ଓ ଆଇଟିଆଇ ଆଦି ଶିକ୍ଷାନୁଷ୍ଠାନରେ ଶତକଡା ୫ ଭାଗ ସ୍ଥାନ ପତ୍ରିକାଧାରୀଙ୍କ ସନ୍ତାନ ସନ୍ତତିଙ୍କ ପାଇଁ ସରଂକ୍ଷିତ ରଖାଯିବ। ସେହିଭଳି ସରକାରୀ କର୍ମଚାରୀ ହୋଇଥିଲେ (ସ୍ବାମୀ କିମ୍ବା ସ୍ତ୍ରୀ) ତାଙ୍କ ଦରମାର ଗୋଟିଏ କିମ୍ବା ଦୁଇଟି ଇନ୍‌କ୍ରିମେଣ୍ଟର ସମତୁଲ ପ୍ରୋତ୍ସାହନ ଭତ୍ତା ଯୋଗାଇ ଦିଆଯିବ। ହେଲେ ଆଠମଲ୍ଲିକ ଅଞ୍ଚଳରେ ଥିବା ବହୁ ସବୁଜ ପତ୍ରିକାଧାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ ଏହି ସୁବିଧା ସୁଯୋଗର ଲାଭ ମିଳିପାରି ନାହିଁ। ଦୀର୍ଘବର୍ଷ ହେଲା ଅପେକ୍ଷା କରିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜନସଂଖ୍ୟାରେ ସ୍ଥିରତା ପାଇଁ ସରକାରଙ୍କ ସଚେତନତା ଆଭିମୁଖ୍ୟ ଅନ୍ତରିକତାହୀନ ବୋଲି ସୁବିଧାରୁ ବଞ୍ଚିତ ଏହି ପତ୍ରିକାଧାରୀମାନେ ଅଭିଯୋଗ କରିଛନ୍ତି। ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସବୁଜ ପତ୍ରିକା ଯୋଜନାର ପୁନଃ ପ୍ରଚଳନ ଓ ଏହାସହ ଜଡ଼ିତ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା କହିଛନ୍ତି, ଘରଡିହ ପାଇ ନ ଥିବା ସବୁଜ ପତ୍ରାଧିକାରୀମାନେ ଆବେଦନ କଲେ ସରକାରଙ୍କ ନୀତିନିୟମ ଅନୁସାରେ ତଦନ୍ତ କରାଯାଇ ଯୋଗ୍ୟ ହୋଇଥିଲେ ଭୂମି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?