ସ୍ଥିରତା ପାଇଁ ଫେରୁ ‘ସବୁଜ ପତ୍ରିକା’

ଆଠମଲ୍ଲିକ,୧୯।୭ (ଡି.ଏନ.ଏ.)
ଜନସଂଖ୍ୟାରେ ଦେଖାଦେଲାଣି ବିସ୍ଫୋରକ ପରିସ୍ଥିତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱ ଜନସଂଖ୍ୟା ବହୁଳ ଦେଶ ତାଲିକାର ଶୀର୍ଷ ସ୍ଥାନକୁ ଯିବ। ଏହାର ପ୍ରତିକୂଳ ପ୍ରଭାବକୁ ନେଇ ଏବେ ତଥ୍ୟାଭିଜ୍ଞମହଲରେ ଚିନ୍ତାର ରେଖା ଦେଖାଦେଇଛି। ହୁ ହୁ ହୋଇ ବଢ଼ୁଥିବା ଦେଶର ଜନସଂଖ୍ୟାରେ ସ୍ଥିରତା ଆଣିବାକୁ ଏବେ କେବଳ ସଚେତନତାକୁ ମୁଖ୍ୟ ମାଧ୍ୟମ କରାଯାଉଛି। ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ସଚେତନତା ରଥ ପରିକ୍ରମା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଚେତନା ଉଦୟର ଉଦ୍ୟମ କରାଯାଉଛି। କିନ୍ତୁ ପରିବାର ନିୟୋଜନ ଯୋଜନା ଉପରେ ପୂର୍ବପରି ଅଧିକ ଗୁରୁତ୍ୱ ଦିଆଯାଉ ନାହିଁ। ବିଶେଷକରି ଏହାକୁ ପ୍ରୋତ୍ସାହନ ଦେଉଥିବା ‘ସବୁଜ ପତ୍ରକା’ (ଗ୍ରୀନ୍‌ କାର୍ଡ) କଥା ପୁନଃ ଚିନ୍ତା କରାଯାଉ ନାହିଁ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦତ୍ତ ଏହି ପତ୍ରିକାରେ ଥିବା ସରକାରୀ ସୁବିଧା ସୁଯୋଗ ଅତୀତରେ ଅନେକ ୨ ସନ୍ତାନ ଥିବା ଦମ୍ପତିଙ୍କୁ ଆକର୍ଷିତ କରିଥିଲା। ‘ଛୋଟ ପରିବାର ସୁଖୀ ପରିବାର’ର ମୂଲ୍ୟ ସେମାନଙ୍କୁ ମିଳୁଥିଲା। ହେଲେ ୨୦୧୧ରୁ ଏହା ବନ୍ଦ ହୋଇଯାଇଥିବା ବେଳେ ଏବେ ବି ବହୁ ପତ୍ରିକାଧାରୀ ପରିବାର ଉପକୃତ ହେବାରୁ ବଞ୍ଚିତ ରହିଛନ୍ତି। ଘରଡିହ ପାଇଁ ସରକାର ଭୂମି ଦେଇଥିଲେ ବି ୧୧ ବର୍ଷ ହେଲା ତାହାକୁ ଚିହ୍ନଟ ଦିଆଯାଉ ନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ଏମିତି ଅନେକ ପତ୍ରିକାଧାରୀ ଦମ୍ପତି ଏ ନେଇ ଅଭିଯୋଗ କରିବା ସହ ଜନସଂଖ୍ୟାରେ ସ୍ଥିରତା ରକ୍ଷା ନିମନ୍ତେ ବନ୍ଦ ହୋଇଯାଇଥିବା ସବୁଜ ପତ୍ରିକାକୁ ପୁଣି ଫେରାଇ ଆଣିବାକୁ ଦାବି କରିଛନ୍ତି।
ପ୍ରତିବର୍ଷ ଜୁଲାଇ ୧୧ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତବର୍ଷ ମଧ୍ୟ ଅନୁଗୋଳ ଜିଲାରେ ଏହାର ଆୟୋଜନ କରାଯାଇଥିଲା। ଜନସଂଖ୍ୟା ନିୟନ୍ତ୍ରଣର ଲାଭ ବିଷୟରେ ଜିଲାବାସୀଙ୍କୁ ଅବଗତ କରିବାକୁ ସ୍ବତନ୍ତ୍ର ରଥର ଶୁଭାରମ୍ଭ କରାଯାଇଥିଲା। ଆସନ୍ତା ୨୪ ତାରିଖ ଯାଏ ଏହି ରଥଗୁଡ଼ିକ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ସଚେତନ କରୁଛି। ଆଠମଲ୍ଲିକ ଉପଖଣ୍ଡରେ ମଧ୍ୟ ପ୍ରଶାସନ ସଚେତନତା ରଥ ବୁଲାଇଛି। କିନ୍ତୁ ଯେଉଁ ପରିବାରମାନେ ସଚେତନ ହୋଇ ପୂର୍ବରୁ ପରିବାର ନିୟୋଜନ ନିମନ୍ତେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ ସେମାନଙ୍କ କଥା ପ୍ରଶାସନ ଯେପରି ପାଶୋରି ଦେଇଛି। ସରକାରଙ୍କ ସବୁଜ ପତ୍ରିକା ନିୟମ କହୁଛି ରାଜ୍ୟ ସରକାର କିମ୍ବା ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମିତ ଗୃହଗୁଡିକ ମଧ୍ୟରୁ ଶତକଡା ୫ଭାଗ ଏହି ପତ୍ରିକାଧାରୀଙ୍କ ପାଇଁ ସରଂକ୍ଷିତ ରଖାଯିବ। ଘରଡିହ ନ ଥିଲେ ୮ ଡେସିମିଲ ଭୂମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ନିମ୍ନ ଆୟ କିମ୍ବା ମଧ୍ୟମ ଆୟ ଗୋଷ୍ଠୀର ଲୋକମାନଙ୍କୁ ଦିଆଯାଉଥିବା ଗୃହ ନିର୍ମାଣ ଋଣରେ ଶତକଡା ୫ ଭାଗ ସରଂକ୍ଷଣ ମିଳିବ। ମେଡିକାଲ, ଇଞ୍ଜିନିୟରିଂ, ପଲିଟେକ୍‌ନିକ୍‌ ଓ ଆଇଟିଆଇ ଆଦି ଶିକ୍ଷାନୁଷ୍ଠାନରେ ଶତକଡା ୫ ଭାଗ ସ୍ଥାନ ପତ୍ରିକାଧାରୀଙ୍କ ସନ୍ତାନ ସନ୍ତତିଙ୍କ ପାଇଁ ସରଂକ୍ଷିତ ରଖାଯିବ। ସେହିଭଳି ସରକାରୀ କର୍ମଚାରୀ ହୋଇଥିଲେ (ସ୍ବାମୀ କିମ୍ବା ସ୍ତ୍ରୀ) ତାଙ୍କ ଦରମାର ଗୋଟିଏ କିମ୍ବା ଦୁଇଟି ଇନ୍‌କ୍ରିମେଣ୍ଟର ସମତୁଲ ପ୍ରୋତ୍ସାହନ ଭତ୍ତା ଯୋଗାଇ ଦିଆଯିବ। ହେଲେ ଆଠମଲ୍ଲିକ ଅଞ୍ଚଳରେ ଥିବା ବହୁ ସବୁଜ ପତ୍ରିକାଧାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ ଏହି ସୁବିଧା ସୁଯୋଗର ଲାଭ ମିଳିପାରି ନାହିଁ। ଦୀର୍ଘବର୍ଷ ହେଲା ଅପେକ୍ଷା କରିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜନସଂଖ୍ୟାରେ ସ୍ଥିରତା ପାଇଁ ସରକାରଙ୍କ ସଚେତନତା ଆଭିମୁଖ୍ୟ ଅନ୍ତରିକତାହୀନ ବୋଲି ସୁବିଧାରୁ ବଞ୍ଚିତ ଏହି ପତ୍ରିକାଧାରୀମାନେ ଅଭିଯୋଗ କରିଛନ୍ତି। ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସବୁଜ ପତ୍ରିକା ଯୋଜନାର ପୁନଃ ପ୍ରଚଳନ ଓ ଏହାସହ ଜଡ଼ିତ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା କହିଛନ୍ତି, ଘରଡିହ ପାଇ ନ ଥିବା ସବୁଜ ପତ୍ରାଧିକାରୀମାନେ ଆବେଦନ କଲେ ସରକାରଙ୍କ ନୀତିନିୟମ ଅନୁସାରେ ତଦନ୍ତ କରାଯାଇ ଯୋଗ୍ୟ ହୋଇଥିଲେ ଭୂମି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪୫୦ କୋଟିର ୭ ବିଦ୍ୟୁତ୍‌ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର,୨୨।୫(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସ ଯୋଗେ ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାରେ ୬ଟି ଉଚ୍ଚଶକ୍ତି ସମ୍ପନ୍ନ...

ମୋ’ବସ୍‌ରେ ମାଗଣା ଖବରକାଗଜ : ଆଗାମୀ ଦିନରେ ମିଳିବ ଦୂରଭାଷ ପାଠାଗାର ସୁବିଧା

ଭୁବନେଶ୍ୱର,୨ା୯(ବ୍ୟୁରୋ) : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବାରେ ନୂଆ ବ୍ୟବସ୍ଥା ଯୋଡିହୋଇଛି। ବ୍ୟସ୍ତ ଜୀବନଶୈଳୀ ଭିତରେ ଲୋକେ...

ଜିଲାରେ ୧,୨୮,୧୫୭ ପିଲାଙ୍କୁ ଦିଆଯିବ ଟିକା

ଖୋର୍ଦ୍ଧା ଅଫିସ,୧୪ା୧: ଜିଲାରେ ପଲ୍‌ସ୍‌ ପୋଲିଓ ଟିକାକରଣ ପାଇଁ ଜିଲା ଟାସ୍କଫୋର୍ସ ବୈଠକ ଗୁରୁବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଥିରେ ଅଧ୍ୟକ୍ଷତା...

୩ ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୨୬ା୧୧ (ବ୍ୟୁରୋ): ରାଜ୍ୟର ଆଉ ୩ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ପୂରଣ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଭେନ୍‌ଶା,...

‘ପ୍ରୟାସ ପ୍ରଶଂସନୀୟ’

ରାସୋଳ, ୧୫।୪(ଡି.ଏନ୍‌.ଏ.) କଳା, ସଂସ୍କୃତିର ମାଟି ହେଉଛି ଢେଙ୍କାନାଳ। ଲୋକକଳା, ଲୋକନୃତ୍ୟକୁ ବଞ୍ଚାଇ ରଖିବାରେ ଏହି ଜିଲାର କଳାକାରମାନେ ଅହରହ ଉଦ୍ୟମ କରି ଆସୁଛନ୍ତି। ପୁରାତନ...

୧୦ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ତଳକୁ ଖସି ଯାଇଛି। ରାଜ୍ୟର ୬ଟି ସ୍ଥାନରେ...

ଉତ୍କେଲାରୁ ଉଡ଼ିବ ବିମାନ

ଭବାନୀପାଟଣା,୨୧।୪(ସ୍ବ.ପ୍ର.): ଦୀର୍ଘଦିନର ପ୍ରତୀକ୍ଷା ପରେ ଆସନ୍ତା ମେ’ ମାସରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଇଣ୍ଡିଆ ୱାନ୍‌...

ହକି ବିଶ୍ୱକପ୍‌ ଖର୍ଚ୍ଚର ପ୍ରାଥମିକ ହିସାବ: ୮୨.୫ କୋଟିରୁ ୫୯ କୋଟିର ହିସାବ ଆସିଛି

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଓଡ଼ିଶାରେ ଗତବର୍ଷ ହୋଇଥିବା ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ୮୨.୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିମଧ୍ୟରୁ ୫୯.୫୯ କୋଟି ଟଙ୍କାର ହିସାବ...

Advertisement
Archives

Model This Week