ଆକର୍ଷଣ ପାଲଟିଛି ତନ୍ମୟୀଙ୍କ ଇକୋ ଫ୍ରେଣ୍ଡଲି ରାଖୀ

ବାଲେଶ୍ୱର ଅଫିସ,୧୯।୭ ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଇକୋ ଫ୍ରେଣ୍ଡଲି ରାଖୀ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଶେଷବର୍ଷର ଛାତ୍ରୀ ତନ୍ମୟୀ ପାଢ଼ୀ। ପରମ୍ପରା ରକ୍ଷା ସାଙ୍ଗକୁ ସମାଜକୁ କିପରି ସଚେତନତା ବାର୍ତ୍ତା ଦେଇହେବ, ମହତ ଉଦ୍ଦେଶ୍ୟ ରଖି ତନ୍ମୟୀ ଏଭଳି ରାଖୀ ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ଝୋଟସୂତା, କାଗଜ ଓ କିଛି ସାଜସଜ୍ଜା ସାମଗ୍ରୀ ବ୍ୟବହାର କରିଛନ୍ତି।
ତନ୍ମୟୀ ପୂର୍ବରୁ କାଗଜରେ ବିଭିନ୍ନ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ରହିଥିଲେ। ଏବେ ପୁଣି ରାଖୀ ତିଆରି କରି ପ୍ରଶଂସା ସାଉଁଟିଛନ୍ତି। ବଜାରରେ ମିଳୁଥିବା ବିଭିନ୍ନ ଚକମକ ରାଖି ନୁହେଁ ବରଂ ନିଜେ ହାତରେ ତିଆରି କରି ଏଥର ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିବାର ଲକ୍ଷ୍ୟ ନେଇ ତନ୍ମୟୀ ଆରମ୍ଭ କରିଛନ୍ତି ରାଖୀ ତିଆରି। ଏହା ସମ୍ପୂର୍ଣ୍ଣ ଭାବେ ପରିବେଶ ଉପଯୋଗୀ ହୋଇଥିବା ବେଳେ ଏହା ହାତ ତିଆରି ବୋଲି ଦେଖିଲେ କେହି ବିଶ୍ୱାସ କରି ପାରିବେନି। ଏଥିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। ରାଖୀ ତିଆରି ପାଇଁ ତନ୍ମୟୀଙ୍କୁ ବହୁତ କମ ସମୟ ଲାଗୁଛି। ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଉଥିବା ବେଳେ ଚଳିତବର୍ଷ ଏମିତି ରାଖି ବେଶ୍‌ ଚାହିଦା ରହିବ ବୋଲି ବାରି ହୋଇପଡୁଛି।
ରାଖୀର ପ୍ରଚାର ପ୍ରସାର ପାଇଁ ତନ୍ମୟୀଙ୍କ ସାନ ଭଉଣୀ ତୃପ୍ତି ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଲୋକଙ୍କୁ ଏହାକୁ ବ୍ୟବହାର କରିବା ପାଇଁ ନିବେଦନ କରୁଛନ୍ତି। ଏହି ରାଖୀର କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇ ନ ଥିବା ବେଳେ ଏହା ଅତି କମ୍‌ ପଇସାରେ ଯୋଗାଇ ଦିଆଯିବ ବୋଲି ତନ୍ମୟୀ କହିଛନ୍ତି। ଏମିତିକି ଆବଶ୍ୟକ ପଡ଼ିଲେ ସେ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି କହିଛନ୍ତି। ସବୁବେଳେ କିଛି ନୂଆ କରିବାକୁ ତନ୍ମୟୀ ପ୍ରୟାସ କରିଥାନ୍ତି। ପ୍ରକାଶ ଥାଉକି, ତନ୍ମୟୀ ବରିଷ୍ଠ ଖବରଦାତା ସ୍ବର୍ଗତ ତାରିଣୀ ପାଢ଼ୀଙ୍କ ବଡ଼ ଝିଅ ଅଟନ୍ତ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri