ଆକର୍ଷଣ ପାଲଟିଛି ତନ୍ମୟୀଙ୍କ ଇକୋ ଫ୍ରେଣ୍ଡଲି ରାଖୀ

ବାଲେଶ୍ୱର ଅଫିସ,୧୯।୭ ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଇକୋ ଫ୍ରେଣ୍ଡଲି ରାଖୀ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଶେଷବର୍ଷର ଛାତ୍ରୀ ତନ୍ମୟୀ ପାଢ଼ୀ। ପରମ୍ପରା ରକ୍ଷା ସାଙ୍ଗକୁ ସମାଜକୁ କିପରି ସଚେତନତା ବାର୍ତ୍ତା ଦେଇହେବ, ମହତ ଉଦ୍ଦେଶ୍ୟ ରଖି ତନ୍ମୟୀ ଏଭଳି ରାଖୀ ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ଝୋଟସୂତା, କାଗଜ ଓ କିଛି ସାଜସଜ୍ଜା ସାମଗ୍ରୀ ବ୍ୟବହାର କରିଛନ୍ତି।
ତନ୍ମୟୀ ପୂର୍ବରୁ କାଗଜରେ ବିଭିନ୍ନ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ରହିଥିଲେ। ଏବେ ପୁଣି ରାଖୀ ତିଆରି କରି ପ୍ରଶଂସା ସାଉଁଟିଛନ୍ତି। ବଜାରରେ ମିଳୁଥିବା ବିଭିନ୍ନ ଚକମକ ରାଖି ନୁହେଁ ବରଂ ନିଜେ ହାତରେ ତିଆରି କରି ଏଥର ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିବାର ଲକ୍ଷ୍ୟ ନେଇ ତନ୍ମୟୀ ଆରମ୍ଭ କରିଛନ୍ତି ରାଖୀ ତିଆରି। ଏହା ସମ୍ପୂର୍ଣ୍ଣ ଭାବେ ପରିବେଶ ଉପଯୋଗୀ ହୋଇଥିବା ବେଳେ ଏହା ହାତ ତିଆରି ବୋଲି ଦେଖିଲେ କେହି ବିଶ୍ୱାସ କରି ପାରିବେନି। ଏଥିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। ରାଖୀ ତିଆରି ପାଇଁ ତନ୍ମୟୀଙ୍କୁ ବହୁତ କମ ସମୟ ଲାଗୁଛି। ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଉଥିବା ବେଳେ ଚଳିତବର୍ଷ ଏମିତି ରାଖି ବେଶ୍‌ ଚାହିଦା ରହିବ ବୋଲି ବାରି ହୋଇପଡୁଛି।
ରାଖୀର ପ୍ରଚାର ପ୍ରସାର ପାଇଁ ତନ୍ମୟୀଙ୍କ ସାନ ଭଉଣୀ ତୃପ୍ତି ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଲୋକଙ୍କୁ ଏହାକୁ ବ୍ୟବହାର କରିବା ପାଇଁ ନିବେଦନ କରୁଛନ୍ତି। ଏହି ରାଖୀର କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇ ନ ଥିବା ବେଳେ ଏହା ଅତି କମ୍‌ ପଇସାରେ ଯୋଗାଇ ଦିଆଯିବ ବୋଲି ତନ୍ମୟୀ କହିଛନ୍ତି। ଏମିତିକି ଆବଶ୍ୟକ ପଡ଼ିଲେ ସେ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି କହିଛନ୍ତି। ସବୁବେଳେ କିଛି ନୂଆ କରିବାକୁ ତନ୍ମୟୀ ପ୍ରୟାସ କରିଥାନ୍ତି। ପ୍ରକାଶ ଥାଉକି, ତନ୍ମୟୀ ବରିଷ୍ଠ ଖବରଦାତା ସ୍ବର୍ଗତ ତାରିଣୀ ପାଢ଼ୀଙ୍କ ବଡ଼ ଝିଅ ଅଟନ୍ତ ।


Enter your email to get our daily news in your inbox.

All Right Reserved By Dharitri.Com

ସମିତି ବଢ଼ାଉଛି ବିହନ ସମସ୍ୟା

ପାଲଲହଡ଼ା,୩ା୭ ଚାଷ ପାଇଁ ସଜବାଜ ହେଉଥିବା ଚାଷୀ ପାଇବେ ଧାନ ବିହନ। ଚଳିତବର୍ଷ ଏଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି। ଗୋଟିଏ ପରିବର୍ତ୍ତେ ଦୁଇଟି ଗୋଦାମରୁ ଯୋଗାଣ...

ଖାଉଥିବା ବେଳେ ହାଣିଦେଲେ ସାନ ଭାଇ

ବେଗୁନିଆପଡ଼ା,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜଗତି ସାହିରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର କାତି ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଛି।...

ବିଦ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ସମାଧାନ ନ ହେବାରୁ ଫେରିଗଲେ ବିଇଓ

ଭୋଗରାଇ,୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜନାର୍ଦ୍ଦନ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ସହିତ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଛାତ୍ରୀଛାତ୍ର, ଅଭିଭାବକମାନେ...

ରାଜନୈତିକ ହିଂସା ନେଉଛି ମୁଣ୍ଡ: ୬ ମାସରେ ଗଲାଣି ୮ ଜୀବନ

ବ୍ରହ୍ମପୁର ଅଫିସ,୧୫ା୯: ରକ୍ତରଞ୍ଜିତ ହୋଇ ଉଠିଛି ଗଞ୍ଜାମ ଜିଲା। କଥା କଥାରେ ଗାଁରେ ଖଣ୍ଡା ବୁଲି ମୁଣ୍ଡ ଗଡ଼ୁଛି। ରାଜନୀତିରେ କ୍ଷମତା ଦଖଲକୁ କେନ୍ଦ୍ରକରି ହିଂସାକାଣ୍ଡ...

ଶଙ୍ଖ ଧରିବେ ପ୍ରଦୀପ ମାଝି, ଚର୍ଚ୍ଚାରେ ପକାଇଲେ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦୁଇଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଏହି...

ଭିତ୍ତିଭୂମି ଥାଇ ମାନ୍ୟତା ପାଉନି ଜଳପ୍ରପାତ

କେନ୍ଦୁଝର, ୭ା୭ (ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶରେ ପର୍ଯ୍ୟଟନର ବିକାଶ କରି ବହୁ ଦେଶ, ରାଜ୍ୟ ସମୃଦ୍ଧ ହୋଇଥିବା ବେଳେ କେନ୍ଦୁଝର ଜିଲାରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ...

ଜିଏସ୍‌ଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା ଅଫିସ, ୨୨।୧୨: ରାଉରକେଲା ଜିଏସ୍‌ଟି ଅଫିସରେ କାର୍ଯ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି...

୧୭ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଶୁକ୍ରବାର ଫୁଲବାଣୀରେ ସର୍ବାଧିକ ୧୧.୬ ମି.ମି. ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। ଆସନ୍ତା...

Advertisement
Archives

Model This Week