ଆମ ଜିଲା ଖବର

ଅବାଧରେ ଚାଲିଛି ବେଆଇନ ଗର୍ଭପାତ

ଜଗତ୍‌ସିଂହପୁର ଅଫିସ, ୪ା୬: ଜଗତ୍‌ସିଂହପୁର ଜିଲାରେ ଅବାଧରେ ଚାଲିଛି ବେଆଇନ ଗର୍ଭପାତ। ଜିଲା ସଦର ମହକୁମା ସମେତ ପାରାଦୀପ ଓ ଅନ୍ୟ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏଭଳି ଚାଲିଥିଲେ ସୁଦ୍ଧା ଅଙ୍କୁଶ ରହୁନି। ଜିଲାରେ ଅନେକ ବେଆଇନ ନର୍ସିଂହୋମ୍‌…

୫ରେ ଆଇସିଏସ୍‌ ପ୍ରାରମ୍ଭିକ ପରୀକ୍ଷା

କଟକ ଅଫିସ, ୪।୬: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ସିଭିଲ ସର୍ଭିସ (ଆଇସିଏସ୍‌) ପ୍ରାରମ୍ଭିକ ପରୀକ୍ଷା-୨୦୨୨ ଆସନ୍ତା ରବିବାର ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପୂର୍ବାହ୍ନ ୯ଟା ୩୦…

ବିଶ୍ୱସ୍ତରୀୟ ଚିଡ଼ିଆଖାନା ସ୍ଵପ୍ନ

ଲିଙ୍ଗରାଜ ରାଉତ ବାରଙ୍ଗ,୪।୬(ଡି.ଏନ୍‌.ଏ.): ଦେଶର ପ୍ରମୁଖ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନ ଅନ୍ୟତମ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ନାନା ପ୍ରସଙ୍ଗକୁ ନେଇ ଏହି ପ୍ରାଣୀ ଉଦ୍ୟାନ ବିବାଦ ଘେରକୁ ଆସିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁଙ୍କ ମୃତ୍ୟୁଠାରୁ ଆରମ୍ଭ କରି…

ବୀରଗୋବିନ୍ଦପୁରର ଉନ୍ନତି ପାଇଁ ୨.୪୦ କୋଟି

ସାକ୍ଷୀଗୋପାଳ,୪ା୬(ଡି.ଏନ୍‌.ଏ.): କେନ୍ଦ୍ରରେ ମୋଦି ସରକାରଙ୍କ ଅଷ୍ଟମ ବର୍ଷ ପୂର୍ତ୍ତି ସମାରୋହ ପୁରୀ ଜିଲା ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମାରୋହର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ (ଇଣ୍ଡିଆନ ଅଏଲ୍‌ କର୍ପୋରେଶନ…

ଦେବଦମ୍ପତିଙ୍କ ବିବାହ ଆଜି

ସମ୍ବଲପୁର,୪ା୬ (ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ଧୁମ୍‌ଧାମରେ ପାଳନ ହେଉଛି। ମାତା ପାର୍ବତୀ ଓ ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହରେ ସାକ୍ଷୀ ହେବାକୁ ସାକ୍ଷୀ ଗୋପୀନାଥ ଶୁକ୍ରବାର ନନ୍ଦପଡାରେ ପହଞ୍ଚତ୍ଥିଲେ। ସାକ୍ଷୀପଡା ଗୋପୀନାଥ ମନ୍ଦିରରୁ ଠାକୁର ସନ୍ଧ୍ୟାରେ ବାହାରି ନଗର…

ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ, ବିଜେଡି ସାଙ୍ଗଠନିକ ସମ୍ପାଦକ

ପୁରୀ ଅଫିସ, ୪ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ମହାପ୍ରଭୁଙ୍କୁ…

ଯାଜପୁର ଜିଲାପାଳଙ୍କୁ ରିପୋର୍ଟ ତଲବ

ଯାଜପୁର ଅଫିସ,୪ା୬: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ନଗଡ଼ାରେ ୨୦୧୬ ଏପ୍ରିଲରେ ଅପପୁଷ୍ଟି କାରଣରୁ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରେ ରାଜ୍ୟ ସରକାର ନଗଡ଼ାକୁ ଫୋକସ…

ସର୍ଚ୍ଚ ଅପରେଶନ ବେଳେ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୩ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଧାମତରୀ ପୋଲିସ ସର୍ଚ୍ଚ ଅପରେଶନ ବେଳେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ତାଙ୍କ ନାମ ମୁକେଶ ଓରଫ ସୁକଲୁଗାୱାଡେ। ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଖବରରୁ ଜଣାପଡିଛି ଧାମତରୀ…

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର

ମାଲକାନଗିରି,୩ା୬ (ଡି.ଏନ୍‌.ଏ.)- ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ସେ ହେଲେ ନିରଞ୍ଜନ କୁମାର ପାଶ୍ୱାନ। ବିଜାପୁର ଜିଲାର ପେଗ୍ରାପାଲି ଅଞ୍ଚଳରେ ମାଓବାଦୀ ଦମନ ପାଇଁ ୨୧୦ କୋବ୍ରା ବାହିନୀ ଯବାନମାନେ…

ଆଖଣ୍ଡଳମଣିରେ ଶିବ ବିବାହ: ସରିଲା ମଙ୍ଗଳକୃତ୍ୟ

ଆରଡ଼ି,୩।୬(ଡି.ଏନ.ଏ.): ରାତି ପାହିଲେ ଦେବ ଦମ୍ପତିଙ୍କ ବାହାଘର। ଦେବଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା। ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଶୁକ୍ରବାର ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ ଶେଷ ହୋଇଛି। ଭୋର ୪ ଟାରେ ମନ୍ଦିର…

କାଠ ଚାଲାଣ ବେଳେ ଘାଟିରେ ଓଲଟିଲା ଟ୍ରାକ୍ଟର

ଆର.ଉଦୟଗିରି,୩।୬(ଡି.ଏନ୍‌.ଏ.): କାଠ ଚାଲାଣ ବେଳେ ଗଜପତି ଜିଲା ଅଡ଼ବା ଥାନା ପାହାଡିମା ଘାଟିରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ବନ ବିଭାଗ ଧରିବାରେ ସଫଳ…

ପୁରୀରୁ ନବୀନ ନିବାସ ଅଭିମୁଖେ ୫୦ ସେବାୟତ

ପୁରୀ ଅଫିସ,୩।୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗ୍ରୀନ୍‌ ସିଗନାଲ ମିଳିବା ପରେ ସେବାୟତ ବେଶ ଉତ୍ସାହିତ ଥିବା କହିଛନ୍ତି। ଏ ନେଇ ୫୦ରୁ ଊଦ୍ଧର୍‌ବ ସେବାୟତ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପୁରୀରୁ ଭୁବନେଶ୍ବର ବାହାରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?