ଶ୍ରାବଣୀ ମହାଦେବଙ୍କୁ ଜଳଲାଗି

ଆରଡ଼ି, ୧୯।୭ (ଡି.ଏନ.ଏ.) ଶ୍ରାବଣ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ରବିବାର ଅପରାହ୍ନଠାରୁ ଏଠାରେ ସେମାନଙ୍କର ଭିଡ଼ ହୋଇଥିଲା। ବୋଲ୍‌ବମ୍‌ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଆରଡ଼ି ସମେତ ଏହା ଆଖପାଖ ଅଞ୍ଚଳ। ଚଳିତବର୍ଷ ମନ୍ଦିର ବେଢ଼ା ମଧ୍ୟରେ ନୂତନ ଶ୍ରାବଣୀ ମଣ୍ଡପ ସହ ଶ୍ରାବଣୀ ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି। କାଉଡ଼ିଆମାନେ ପ୍ରଥମଥର ଶ୍ରାବଣୀ ମହାଦେବଙ୍କୁ ଜଳଲାଗି କରିଛନ୍ତି। ପୂର୍ବରୁ ଶ୍ରାବଣୀ ମହାଦେବ ଏକ ସଂକୀର୍ଣ୍ଣ ସ୍ଥାନରେ ଥିବାରୁ ଜଳଲାଗି କରିବାରେ ସମସ୍ୟା ସୃଷ୍ଟି ହେଉଥିଲା। ଏଥର ସୁବିଧାରେ ଜଳଲାଗି କରିଥିବାରୁ କାଉଡ଼ିଆମାନେ ଖୁସିବ୍ୟକ୍ତ କରିଥିଲେ। ତେବେ ଚଳିତବର୍ଷ ପ୍ରାୟ ୨୦ ହଜାର ଭକ୍ତ ଜଳଲାଗି କରିଛନ୍ତି।
କାଉଡ଼ିଆ ଭକ୍ତଙ୍କ ସୁବିଧା ଲାଗି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ବି ବିଜୁଳି ବିଭ୍ରାଟ ଦେଖାଯାଇଥିଲା। ଆଲୋକୀକରଣ ବ୍ୟବସ୍ଥାରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପୀଠରେ ଥିବା ହାଇମାଷ୍ଟ ଲାଇଟ ନ ଜଳିବା, ଆରଡ଼ି ପୋଲିସ ଫାଣ୍ଡିଠାରୁ ଡାକ୍ତରଖାନା ଯାଏ ପୀଠ ଅନ୍ଧକାର ରହିବା, କାଉଡ଼ିଆଙ୍କ ଲାଗି ଅସ୍ଥାୟୀ ବିଶ୍ରାମାଗାର ପ୍ରତିଷ୍ଠା ନ ହେବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୀଠରେ ପୋଲିସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅତିରିକ୍ତ ଏସ୍‌ପିଙ୍କ ସହ ୨ଜଣ ଡିଏସ୍‌ପି, ଧାମନଗର ଏସ୍‌ଡିପିଓ ବିଜୟ ମହାପାତ୍ର, ଧୂଷୁରୀ ଥାନାଧିକାରିଣୀ ସୁକାନ୍ତି କେରେଇ, ଆରଡ଼ି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲ ପୀଠରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୯ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଦୁଇବର୍ଷ ପରେ କାଉଡ଼ିଆମାନେ ଶାନ୍ତିଶୃଙ୍ଖଳାର ସହ ଜଳଲାଗି କରିଥିବାରୁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର ଓ ପରିଚାଳକ ବିଦ୍ୟାଧର ପଲାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?