ଶ୍ରାବଣୀ ମହାଦେବଙ୍କୁ ଜଳଲାଗି

ଆରଡ଼ି, ୧୯।୭ (ଡି.ଏନ.ଏ.) ଶ୍ରାବଣ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ରବିବାର ଅପରାହ୍ନଠାରୁ ଏଠାରେ ସେମାନଙ୍କର ଭିଡ଼ ହୋଇଥିଲା। ବୋଲ୍‌ବମ୍‌ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଆରଡ଼ି ସମେତ ଏହା ଆଖପାଖ ଅଞ୍ଚଳ। ଚଳିତବର୍ଷ ମନ୍ଦିର ବେଢ଼ା ମଧ୍ୟରେ ନୂତନ ଶ୍ରାବଣୀ ମଣ୍ଡପ ସହ ଶ୍ରାବଣୀ ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି। କାଉଡ଼ିଆମାନେ ପ୍ରଥମଥର ଶ୍ରାବଣୀ ମହାଦେବଙ୍କୁ ଜଳଲାଗି କରିଛନ୍ତି। ପୂର୍ବରୁ ଶ୍ରାବଣୀ ମହାଦେବ ଏକ ସଂକୀର୍ଣ୍ଣ ସ୍ଥାନରେ ଥିବାରୁ ଜଳଲାଗି କରିବାରେ ସମସ୍ୟା ସୃଷ୍ଟି ହେଉଥିଲା। ଏଥର ସୁବିଧାରେ ଜଳଲାଗି କରିଥିବାରୁ କାଉଡ଼ିଆମାନେ ଖୁସିବ୍ୟକ୍ତ କରିଥିଲେ। ତେବେ ଚଳିତବର୍ଷ ପ୍ରାୟ ୨୦ ହଜାର ଭକ୍ତ ଜଳଲାଗି କରିଛନ୍ତି।
କାଉଡ଼ିଆ ଭକ୍ତଙ୍କ ସୁବିଧା ଲାଗି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ବି ବିଜୁଳି ବିଭ୍ରାଟ ଦେଖାଯାଇଥିଲା। ଆଲୋକୀକରଣ ବ୍ୟବସ୍ଥାରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପୀଠରେ ଥିବା ହାଇମାଷ୍ଟ ଲାଇଟ ନ ଜଳିବା, ଆରଡ଼ି ପୋଲିସ ଫାଣ୍ଡିଠାରୁ ଡାକ୍ତରଖାନା ଯାଏ ପୀଠ ଅନ୍ଧକାର ରହିବା, କାଉଡ଼ିଆଙ୍କ ଲାଗି ଅସ୍ଥାୟୀ ବିଶ୍ରାମାଗାର ପ୍ରତିଷ୍ଠା ନ ହେବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୀଠରେ ପୋଲିସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅତିରିକ୍ତ ଏସ୍‌ପିଙ୍କ ସହ ୨ଜଣ ଡିଏସ୍‌ପି, ଧାମନଗର ଏସ୍‌ଡିପିଓ ବିଜୟ ମହାପାତ୍ର, ଧୂଷୁରୀ ଥାନାଧିକାରିଣୀ ସୁକାନ୍ତି କେରେଇ, ଆରଡ଼ି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲ ପୀଠରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୯ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଦୁଇବର୍ଷ ପରେ କାଉଡ଼ିଆମାନେ ଶାନ୍ତିଶୃଙ୍ଖଳାର ସହ ଜଳଲାଗି କରିଥିବାରୁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର ଓ ପରିଚାଳକ ବିଦ୍ୟାଧର ପଲାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର, ୨ା୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ଯାଏ ଚାଲିବ। ଏଥିରେ ମୋଟ ୨୪ଟି...

CORONAVIRUS UPDATE: ରାଜ୍ୟରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୧୨ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଟପିଲା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର ରେକର୍ଡ ସଂଖ୍ୟକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଡେଇଁଛି। ଏବେ ମୋଟ...

ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ , ଚାଲିଛି ଚିକିତ୍ସା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ହାତୀ ପ୍ରେମା ଅସୁସ୍ଥ ହୋଇପଡିଛି। ଏବେ ତାର ଚିକିତ୍ସା ଚାଲିଛି। ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁ ହାତୀଟି ଅସୁସ୍ଥ...

ଏଚ୍‌ଏସ୍‌ଆର୍‌ପି ଅବଧି ମାସେ ବଢ଼ିଲା

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧।୧୦: ଜନ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚଏସ୍‌ଆରପି) ଲଗାଇବା ଅବଧି ଆଉ ୧ ମାସ ବୃଦ୍ଧି କରିଛନ୍ତି।...

୭୫% ଉପସ୍ଥାନ ନ ଥିଲେ ପରୀକ୍ଷା ମନା

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ): ଏଣିକି ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ପରୀକ୍ଷା ଦେଇପାରିବେନି କଲେଜ ଛାତ୍ରୀଛାତ୍ର। ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ...

୧୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି

କଟକ ଅଫିସ, ୨୪ା୧୦- ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ପକ୍ଷରୁ ଓପିଏସ୍‌ସ୍ତରରେ ୧୦ ଜଣ ବରିଷ୍ଠ ପୋଲିସ...

ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ପୁଣି ବନ୍ଦ

ପୁରୁଣା ଭୁବନେଶ୍ୱର,୨୬।୨(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଶନିବାର ଥିବାବେଳେ ପୂର୍ବ ବର୍ଷ ଭଳି ବନ୍ଦ ହୋଇଛି। ମଲ୍ଲିଆ ସେବାୟତ...

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କରୋନା

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ...

Advertisement
Archives

Model This Week