ଅନାଥ ଭଉଣୀଭାଇଙ୍କ ଦାୟିତ୍ୱ ନେଲା ପ୍ରଶାସନ

ବିଶୋଇ, ୧୯।୭ (ଡି.ଏନ.ଏ) ମେଡିକାଲରେ ପହଞ୍ଚିବାରେ ବିଳମ୍ବ କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସୋମବାର ପ୍ରଶାସନିକ ଅଧିକାରୀମାନେ ବିଶୋଇ ବ୍ଲକ ନୂଆଗଁା ପଞ୍ଚାୟତ ଅନ୍ତର୍ଗତ ବଣକାଟି ଗ୍ରାମ ଚାରୁପାଣି ସାହିରେ ରହୁଥିବା ମୃତ ମହିଳାଙ୍କ ଅସହାୟ ଦୁଇ ସନ୍ତାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦାୟିତ୍ୱ ନେଇଛନ୍ତି। ଅନାଥ ଭଉଣୀଭାଇଙ୍କ ପାଠପଢ଼ା ବ୍ୟବସ୍ଥା କରିବା ସହ ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାଇଛନ୍ତି। ଏହାବ୍ୟତୀତ ଉଭୟଙ୍କ ହଷ୍ଟେଲରେ ରହଣି ନିମନ୍ତେ ବ୍ୟବସ୍ଥା କରାଇଛନ୍ତି। ସେହିପରି ଚାରୁପାଣି ସାହିକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ମଙ୍ଗଳବାରଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ରାସ୍ତା ସଂଯୋଗ ନ ଥିବାରୁ ଗତ ୧୦ ତାରିଖରେ ଚାରୁପାଣି ସାହିର ଅସୁସ୍ଥ ବିଧବା ମହିଳା ମିନୁ ନାଏକ (୩୭)ଙ୍କୁ ଦେଢ଼ କି.ମି ପର୍ଯ୍ୟନ୍ତ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ବିଳମ୍ବରେ ମେଡ଼ିକାଲରେ ପହଞ୍ଚିବା କାରଣରୁ ମିନୁ ପ୍ରାଣ ହରାଇଥିଲେ। ୪ ବର୍ଷ ପୂର୍ବେ ଦିବ୍ୟାଙ୍ଗ ବାପା ଦାସମାତ ନାଏକଙ୍କୁ ହରାଇବା ସହ ମା’ ମିନୁଙ୍କ ମୃତ୍ୟୁ ପରେ ୧୦ ବର୍ଷର ପୁଅ ସାଲଖୁ ଓ ୭ ବର୍ଷର ଝିଅ ନାଲ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ଅନାଥ ଭଉଣୀଭାଇଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଚାଲିଯାଇଥିଲା। ଜିଲାପାଳ ବିନୀତ ଭରଦ୍ୱାଜଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ବାଳଙ୍କ ସମେତ ବିଶୋଇ ବ୍ଲକ ସିଡିପିଓ ଶ୍ରୀମତୀ ସାମଲ, ବଣକାଟି ଗ୍ରାମ ଅଙ୍ଗନଓ୍ବାଡି କର୍ମୀ କେସିନୀ ନାୟକ ପ୍ରମୁଖ ସୋମବାର ଅନାଥ ଭଉଣୀଭାଇଙ୍କ ନିକଟରେ ପହଞ୍ଚିଥିଲେ। ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ନାଏକ, ସାମାଜିକ କର୍ମୀ ମଧୁସୂଦନ ନାଏକଙ୍କ ସହିତ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଆଲୋଚନା କରି ଉଭୟଙ୍କୁ ପାଠପଢ଼ା ଓ ହଷ୍ଟେଲରେ ରହଣୀ ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନ ତିଆରି କଲେ ସୁବଠାରୁ କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର, ୧। ୯ (ଡି.ଏନ.ଏ.)- ବିଘ୍ନରାଜ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏ ଚଳଚଞ୍ଚଳ ହୋଇ ଉଠିଛି। ଅଧା ଇଞ୍ଚରୁ ଟିକେ ଅଧିକ...

ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ: ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ସୋମବାର କରୋନା ଆଉ ୬ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ସେପ୍ଟେମ୍ବର ୧୧ରେ ଏନ୍‌ଇଇଟି ପିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ):ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନ୍‌ଇଇଟି ପିଜି ୨୦୨୧ ଆସନ୍ତା ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ। ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍‌ଜାମିନେଶନ(ଏନ୍‌ବିଏ) ଦ୍ୱାରା ପରିଚାଳିତ...

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ପାତ୍ର

ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନକରଙ୍କୁ ଭେଟିଛନ୍ତି ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର। ରାଜ୍ୟ ସଭାରେ ବିଜେଡିର ଆଭିମୁଖ୍ୟ...

ଧାରଣାରେ ବସିଲେ ଡାକ୍ତର, କର୍ମଚାରୀ

ଢେଙ୍କାନାଳ ଅଫିସ,୩ା୧୧ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ ମରାଯିବା ଘଟଣାର ପ୍ରତିବାଦରେ ସୋମବାର ସମସ୍ତ ଡାକ୍ତର...

ମଦ ଦୋକାନ ଲାଇସେନ୍ସ ଫି’ ଛାଡହେବ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ...

ଆଜି ବିଶ୍ୱ ଛେନାପୋଡ଼ ଦିବସ

ନୟାଗଡ଼ ଅଫିସ, ୧୧ା୪: ଏପ୍ରିଲ ୧୧ ଅର୍ଥାତ୍‌ ମଙ୍ଗଳବାରକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ...

ରାଜ୍ୟରୁ ପୁଣି ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୦୪୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week