ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ପଞ୍ଚୁପାଣ୍ଡବଙ୍କ ମନ୍ଦିର

ଡେରାବିଶ,୫ା୮(ସ୍ବ.ପ୍ର.): ପୌରାଣିକ ଓ ଐତିହାସିକ ତଥ୍ୟକୁ ଭିତ୍ତିକରି ବିଭିନ୍ନ ସ୍ଥାନରେ ଥିବା ଧର୍ମପୀଠଗୁଡ଼ିକ ପ୍ରାଚୀନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି। କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଧର୍ମପୀଠ ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଡେରାଡିହରେ ଥିବା ପାଣ୍ଡବ ପାଞ୍ଚ ଭାଇ ପଞ୍ଚୁପାଣ୍ଡବଙ୍କ ମନ୍ଦିର ପୌରାଣିକ କିମ୍ବଦନ୍ତୀ ରହିଛି। ଜିଲାରେ ଅନ୍ୟତମ ପ୍ରସିଦ୍ଧ ଧର୍ମପୀଠ ଭାବେ ପରିଚିତ ଏହି ପୀଠକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି। କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଏହି ପୀଠର ମାହାତ୍ମ୍ୟ ସୁଦୂର ପ୍ରସାରୀ।
ଜନଶ୍ରୁତି ଅନୁଯାୟୀ, ମହାଭାରତର କୌରବ ରାଜବଂଶର ରାଜା ମାନୀ ଦୁର୍ଯ୍ୟୋଧନଙ୍କ ଭୟରେ ଅଜ୍ଞାତବାସରେ ଦିନ କାଟୁଥିବା ପାଣ୍ଡବ ପାଞ୍ଚ ଭାଇ ଘନ ଅରଣ୍ୟ ମଧ୍ୟରେ ଡେରାଡିହଠାରେ ରହିଥିଲେ। ସେମାନଙ୍କ ସହ ମାତା କୁନ୍ତୀ ଓ ସ୍ତ୍ରୀ ଦ୍ରୌପଦୀ ମଧ୍ୟ ଏହିଠାରେ ଅବସ୍ଥାନ କରୁଥିଲେ ବୋଲି ଡେରାଡିହ ଗ୍ରାମର ଭାଗ୍ୟଧର ପଣ୍ଡା କହିଛନ୍ତି। କେବଳ ସେତିକି ନୁହେଁ, ଡେରାଡିହର ଅନତି ଦୂରରେ ଅରାଖଣ୍ଡ ଗଁାରେ ଭକ୍ତ ବିଦୁର ଓ ଭକ୍ତ ଉଦ୍ଧବଙ୍କ ଆଶ୍ରମ ରହିଥିଲା, ଯାହାକି ବର୍ତ୍ତମାନ ଅଞ୍ଚଳବାସୀଙ୍କ ଭକ୍ତି ଓ ବିଶ୍ୱାସର ପୀଠ ଭାବେ ଏହି ମନ୍ଦିର ଦୁଇଟି ସେହିଠାରେ ରହି ଭକ୍ତି ନିଦର୍ଶନ ରୂପେ ପୂଜା ପାଇଆସୁଛନ୍ତି। ବୌଦ୍ଧ ଗବେଷକ ଐତିହାସିକ ପ୍ରାଧ୍ୟାପକ ଡ. ହରିଶ ଚନ୍ଦ୍ର ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଖ୍ରୀଷ୍ଟପୂର୍ବ ଏକାଦଶ ଦ୍ୱାଦଶ ଶତାବ୍ଦୀରେ ସୋମ ରାଜବଂଶ ସମୟରେ ଏହି ପୀଠ ଆବିଷ୍କୃତ ହୋଇଥିଲା। ଏହାକୁ ପଞ୍ଚ ଆୟତନ ଭାବେ ପୂଜା କରାଯାଉଥିଲା। ଯାହାକି ପରବର୍ତ୍ତୀ ସମୟରେ ଖନନ ବେଳେ ବୌଦ୍ଧ ଯୁଗର ୧୮ ଇଞ୍ଚ ଓସାରର ଇଟା ଓ ଇଟାକାନ୍ଥ ଆବିଷ୍କୃତ ହୋଇଥିଲା। ମାତ୍ର କେହି ତାହାକୁ ମାଟିରେ ପୋତି ଦେଇଥିଲେ। ସେହିପରି ଭାଗ୍ୟଧରଙ୍କ ସୂଚନା ଅନୁଯାୟୀ, ପରବର୍ତ୍ତୀ ସମୟରେ ଆଳି ରାଜାଙ୍କ ଇଲାକାରେ ଏହି ପୀଠଟି ଯାଉଥିବାରୁ ସମ୍ଭବତଃ ଆଳି ରାଜା ହରିଶଙ୍କର ଦେବ ଯୁଧିଷ୍ଠିରଙ୍କ ମନ୍ଦିର ନିର୍ମାଣ କରିଥିଲେ। ଏଥିସହ ପଞ୍ଚୁପାଣ୍ଡବ, ମାତା କୁନ୍ତୀ ଓ ଦ୍ରୌପଦୀଙ୍କ ସହ ସେଠାରେ ଥିବା ମହାଦେବ ମନ୍ଦିରର ପୂଜାର୍ଚ୍ଚନା ପାଇଁ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରାଇଥିଲେ। ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସମସ୍ତ ମନ୍ଦିରର ଉନ୍ନତୀକରଣ କରିଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ପୀଠର ଉନ୍ନତି ପାଇଁ ସାମାନ୍ୟତମ ଉଦ୍ୟମ ନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ଶିକ୍ଷାବିତ୍‌ ହରେକୃଷ୍ଣ ମହାନ୍ତି କହିଛନ୍ତି। ତେବେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ହେଉଥିବା ସୂଚନା ପୁସ୍ତିକାରେ ପ୍ରସିଦ୍ଧ ଧର୍ମପୀଠକୁ ସ୍ଥାନିତ କରିବାକୁ ସଞ୍ଜୟକେତନ ଜେନା ଜିଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଚାଳକଙ୍କୁ ବୀଭତ୍ସ ହତ୍ୟା

କଟକ ସଦର, ୧୧।୮(ଡି.ଏନ.ଏ.): କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ଜଣେ ଅଟୋ ଚାଳକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ...

ବଗଲା ଜମି ବିବାଦ: ପ୍ରତିବାଦ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କଲା ଭାଜପା, ସ୍ବତନ୍ତ୍ର ଆପ୍‌ ଉନ୍ମୋଚିତ

ପୁରୀ ଅଫିସ,୩ା୯: ଦିନକୁ ଦିନ ବଗଲା ଧର୍ମଶାଳା ଜମି ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା, କଂଗ୍ରେସ ସମେତ ବିଭିନ୍ନ ବାମଦଳ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ...

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ: ୨ କର୍ମଚାରୀଙ୍କ ସମେତ ୫ ଆହତ

ରୂପ୍‌ସା,୨।୮(ଡି.ଏନ୍‌.ଏ. ): ବାଲେଶ୍ୱର ୬୦ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋଗରାଇ...

ରାଜ୍ୟରେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ ସ୍ଥାନ ଚିହ୍ନଟ: ଉତ୍ପାଦନ ହେବ ୩୪୦ ମେଗାଓ୍ବାଟ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ୧ରୁ ୨୫ ମେଗାଓ୍ବାଟ୍‌ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହିସବୁ ପ୍ରକଳ୍ପ କେନ୍ଦ୍ରାପଡ଼ା, ରାୟଗଡ଼ା,...

ଅଗ୍ନିକାଣ୍ଡ: ୨୦ ବଖରା ଜଳିଗଲା

ଚିକିଟି/ହାତୀଓଟ,୨୫ା୭(ଡି.ଏନ୍‌.ଏ.)- ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୮ ଆଦିବାସି ପରିବାରଙ୍କ ୧୬ ବଖରା ଜଳିଯାଇଛି। ସେହିପର...

ସୁବର୍ଣ୍ଣପୁର ଦ୍ୱୀପରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ଭୋଗରାଇ, ୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ସମୁଦ୍ର କୂଳ ତାଳସାରୀ ନିକଟସ୍ଥ ସୁବର୍ଣ୍ଣପୁର ଦ୍ୱୀପରେ ଗୋଟିଏ ଅଲିଭ୍‌ ରିଡ୍‌ଲେ କଇଁଛ ସୋମବାର ପ୍ରତ୍ୟୁଷରୁ ୭୫ଟି ଅଣ୍ଡା ଦେଇ...

ସିଡିପିଓଙ୍କୁ ୩ଘଣ୍ଟା ଅଟକ

ବାହାନଗା, ୧୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ କୋଚିଆକୋଇଲି ଗ୍ରାମର ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରର ସହାୟିକା ନିଯୁକ୍ତିକୁ ନେଇ ଗ୍ରାମ ମହିଳାଙ୍କ ମଧ୍ୟରେ ଉତ୍ତେଜନା...

ଗରସଙ୍ଗ, ଗଣ୍ଡିବେଡରେ ସ୍ବାବ ସଂଗ୍ରହ

ଖଇରା, ୨୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ଗରସଙ୍ଗ ପଞ୍ଚାୟତ ରାମଚନ୍ଦ୍ର ହାଇସ୍କୁଲ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ହାଇସ୍କୁଲରେ ଚାଲିଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ କେନ୍ଦ୍ରରୁ...

Advertisement
Archives

Model This Week