ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ପଞ୍ଚୁପାଣ୍ଡବଙ୍କ ମନ୍ଦିର

ଡେରାବିଶ,୫ା୮(ସ୍ବ.ପ୍ର.): ପୌରାଣିକ ଓ ଐତିହାସିକ ତଥ୍ୟକୁ ଭିତ୍ତିକରି ବିଭିନ୍ନ ସ୍ଥାନରେ ଥିବା ଧର୍ମପୀଠଗୁଡ଼ିକ ପ୍ରାଚୀନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି। କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଧର୍ମପୀଠ ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଡେରାଡିହରେ ଥିବା ପାଣ୍ଡବ ପାଞ୍ଚ ଭାଇ ପଞ୍ଚୁପାଣ୍ଡବଙ୍କ ମନ୍ଦିର ପୌରାଣିକ କିମ୍ବଦନ୍ତୀ ରହିଛି। ଜିଲାରେ ଅନ୍ୟତମ ପ୍ରସିଦ୍ଧ ଧର୍ମପୀଠ ଭାବେ ପରିଚିତ ଏହି ପୀଠକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି। କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଏହି ପୀଠର ମାହାତ୍ମ୍ୟ ସୁଦୂର ପ୍ରସାରୀ।
ଜନଶ୍ରୁତି ଅନୁଯାୟୀ, ମହାଭାରତର କୌରବ ରାଜବଂଶର ରାଜା ମାନୀ ଦୁର୍ଯ୍ୟୋଧନଙ୍କ ଭୟରେ ଅଜ୍ଞାତବାସରେ ଦିନ କାଟୁଥିବା ପାଣ୍ଡବ ପାଞ୍ଚ ଭାଇ ଘନ ଅରଣ୍ୟ ମଧ୍ୟରେ ଡେରାଡିହଠାରେ ରହିଥିଲେ। ସେମାନଙ୍କ ସହ ମାତା କୁନ୍ତୀ ଓ ସ୍ତ୍ରୀ ଦ୍ରୌପଦୀ ମଧ୍ୟ ଏହିଠାରେ ଅବସ୍ଥାନ କରୁଥିଲେ ବୋଲି ଡେରାଡିହ ଗ୍ରାମର ଭାଗ୍ୟଧର ପଣ୍ଡା କହିଛନ୍ତି। କେବଳ ସେତିକି ନୁହେଁ, ଡେରାଡିହର ଅନତି ଦୂରରେ ଅରାଖଣ୍ଡ ଗଁାରେ ଭକ୍ତ ବିଦୁର ଓ ଭକ୍ତ ଉଦ୍ଧବଙ୍କ ଆଶ୍ରମ ରହିଥିଲା, ଯାହାକି ବର୍ତ୍ତମାନ ଅଞ୍ଚଳବାସୀଙ୍କ ଭକ୍ତି ଓ ବିଶ୍ୱାସର ପୀଠ ଭାବେ ଏହି ମନ୍ଦିର ଦୁଇଟି ସେହିଠାରେ ରହି ଭକ୍ତି ନିଦର୍ଶନ ରୂପେ ପୂଜା ପାଇଆସୁଛନ୍ତି। ବୌଦ୍ଧ ଗବେଷକ ଐତିହାସିକ ପ୍ରାଧ୍ୟାପକ ଡ. ହରିଶ ଚନ୍ଦ୍ର ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଖ୍ରୀଷ୍ଟପୂର୍ବ ଏକାଦଶ ଦ୍ୱାଦଶ ଶତାବ୍ଦୀରେ ସୋମ ରାଜବଂଶ ସମୟରେ ଏହି ପୀଠ ଆବିଷ୍କୃତ ହୋଇଥିଲା। ଏହାକୁ ପଞ୍ଚ ଆୟତନ ଭାବେ ପୂଜା କରାଯାଉଥିଲା। ଯାହାକି ପରବର୍ତ୍ତୀ ସମୟରେ ଖନନ ବେଳେ ବୌଦ୍ଧ ଯୁଗର ୧୮ ଇଞ୍ଚ ଓସାରର ଇଟା ଓ ଇଟାକାନ୍ଥ ଆବିଷ୍କୃତ ହୋଇଥିଲା। ମାତ୍ର କେହି ତାହାକୁ ମାଟିରେ ପୋତି ଦେଇଥିଲେ। ସେହିପରି ଭାଗ୍ୟଧରଙ୍କ ସୂଚନା ଅନୁଯାୟୀ, ପରବର୍ତ୍ତୀ ସମୟରେ ଆଳି ରାଜାଙ୍କ ଇଲାକାରେ ଏହି ପୀଠଟି ଯାଉଥିବାରୁ ସମ୍ଭବତଃ ଆଳି ରାଜା ହରିଶଙ୍କର ଦେବ ଯୁଧିଷ୍ଠିରଙ୍କ ମନ୍ଦିର ନିର୍ମାଣ କରିଥିଲେ। ଏଥିସହ ପଞ୍ଚୁପାଣ୍ଡବ, ମାତା କୁନ୍ତୀ ଓ ଦ୍ରୌପଦୀଙ୍କ ସହ ସେଠାରେ ଥିବା ମହାଦେବ ମନ୍ଦିରର ପୂଜାର୍ଚ୍ଚନା ପାଇଁ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରାଇଥିଲେ। ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସମସ୍ତ ମନ୍ଦିରର ଉନ୍ନତୀକରଣ କରିଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ପୀଠର ଉନ୍ନତି ପାଇଁ ସାମାନ୍ୟତମ ଉଦ୍ୟମ ନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ଶିକ୍ଷାବିତ୍‌ ହରେକୃଷ୍ଣ ମହାନ୍ତି କହିଛନ୍ତି। ତେବେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ହେଉଥିବା ସୂଚନା ପୁସ୍ତିକାରେ ପ୍ରସିଦ୍ଧ ଧର୍ମପୀଠକୁ ସ୍ଥାନିତ କରିବାକୁ ସଞ୍ଜୟକେତନ ଜେନା ଜିଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?