ଅସରାଏ ବର୍ଷାରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପାଣି

ନାଉଗାଁ,୫ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରିଥାନ୍ତି। କିନ୍ତୁ ଅସରାଏ ବର୍ଷା ହେଲେ ସ୍ବାସ୍ଥ୍ୟକେନ୍ଦ୍ର ପରିସର ବେହାଲ ହୋଇପଡ଼େ। ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ବହିଃବିଭାଗ ଚତୁଃପାର୍ଶ୍ୱରେ ପାଣି ଜମିଯାଏ। ଅଧିକ ବର୍ଷା ହେଲେ ଏହି ବହିଃବିଭାଗ କୋଠରି ମଧ୍ୟରେ ବି ପାଣି ପଶିଯାଏ। ଫଳରେ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଡାକ୍ତରମାନେ ରୋଗୀ ଦେଖିବାରେ ଅନେକ ଅସୁବିଧା ହୁଏ। ପାଣି ଜମିଥିବାରୁ ଅନେକ ସମୟରେ ଡାକ୍ତରଙ୍କ ପାଖରେ ଚିକିତ୍ସା ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ଟେକିଟେକି ଆଣିବାକୁ ବାଧ୍ୟ ହୋଇଥାନ୍ତି। ସମ୍ମୁଖରେ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଉଚ୍ଚରେ ରହିଛି। ଫଳରେ ବର୍ଷା ହେଲେ ରାସ୍ତାର ପାଣି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜମା ହୋଇଯାଏ। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ କୋଠା ନିର୍ମାଣ କରାଯାଉଥିବାବେଳେ ଏଠାରେ ଜଳ ନିଷ୍କାସନ ଅବା ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ। ଫଳରେ ପାଗ ପରିବର୍ତ୍ତନ ହୋଇ ପାଣି ନ ଶୁଖିବା ପର୍ଯ୍ୟନ୍ତ ଲୋକେ ସମସ୍ୟାରେ ପଡ଼ିଥାନ୍ତି। ବର୍ଷା ପାଣି ଜମି ରହୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ ଆଦି ଜ୍ୱର ବ୍ୟାପିବା ଆଶଙ୍କା ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଆଶା, ଅଙ୍ଗନଓ୍ବାଡିକର୍ମୀଙ୍କ ମାଧ୍ୟମରେ କୌଣସି ସ୍ଥାନରେ ପାଣି ଅଧିକ ଜମି ରହିଲେ ମଶାବଂଶ ବିସ୍ତାର କରିବାର ସମ୍ଭାବନା ରହିଛି ବୋଲି ସଚେତନତା କରାଯାଉଛି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ପାଣି ଜମିବା ସମସ୍ୟା ଦୂର କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ମାନସ କୁମାର ମହାପାତ୍ର କୁହନ୍ତି, ପାଣି ଜମୁଥିବା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ...

ରାସ୍ତା ତଳକୁ ଖସିଲା ବାଇକ୍‌, ଜଣେ ମୃତ

ଝୁମ୍ପୁରା, ୨୮।୧୧ (ଡି.ଏନ.ଏ.)-ବାରିଆ ଥାନାଞ୍ଚଳ ଅନ୍ତର୍ଗତ ବରାହପଶି ଜଙ୍ଗଲ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ହିମାଂଶୁ...

ବିଜୟ କୁମାର ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ

ବଅଁରପାଳ, ୨୯ା୭(ଡି.ଏନ.ଏ.)- ନାଲ୍‌କୋର ନୂତନ ପ୍ରଡକ୍ସନ ନିର୍ଦ୍ଦେଶକ ଭାବେ ବିଜୟ କୁମାର ଦାସଙ୍କୁ ବୁଧବାର ମନୋନୀତ କରାଯାଇଛି। ବର୍ତ୍ତମାନ ସେ ନାଲ୍‌କୋ କର୍ପୋରେଟରେ ନିର୍ବାହୀ ନିର୍ଦ୍ଦେଶକ...

ପିଇଓ ଗିରଫ, ୨ ପୂର୍ବତନ ସରପଞ୍ଚ ଫେରାର

ନବରଙ୍ଗପୁର,୨୪।୧୨(ବି.ପ୍ର.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଓ ଗମ୍ଭାରିଗୁଡ଼ା ପଞ୍ଚାୟତରେ କାମ ନ ହୋଇ ବିଲ୍‌ ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥଲା।...

ମାଓବାଦୀ ନେତା ସବ୍ୟସାଚୀ ୬ ମାମଲାରେ ନିର୍ଦ୍ଦୋଷ

ପାରଳାଖେମୁଣ୍ଡି,୧୯ା୪(ଡି.ଏନ୍‌.ଏ.):ଗଜପତି ଜିଲା ଦୌରାଜଜ୍‌ ସୋମବାର ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ୬ଟି ସଙ୍ଗିନ୍‌ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସବ୍ୟସାଚୀଙ୍କ ବିରୋଧରେ...

ପୋଲ ନିର୍ମାଣରେ ବ୍ୟବହାର ହେଉଛି ମୂଲ୍ୟବାନ୍‌ କାଠ

ନୂଆଗାଁ,୧୭।୪(ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ନୂଆଗାଁ ବ୍ଲକର ମୀନାଗାଡିଆଠାରୁ ରଗଡିମଡ଼ା ମୁଖ୍ୟମନ୍ତ୍ରୀ ସଡ଼କର ନିର୍ମାଣ ଚାଲିଛି। ଉକ୍ତ ରାସ୍ତାରେ ନିର୍ମାଣ କରାଯାଇଥିବା ପୋଲରେ ମୂଲ୍ୟବାନ...

ଅନୁଗୋଳ ପୋଲିସ ହାତରେ ଚୋରା କୋଇଲା ଗ୍ୟାଙ୍ଗ

ଅନୁଗୋଳ ଅଫିସ, ୧୮।୧୨- ଚୋରା କୋଇଲା କାରବାର କରୁଥିବା ଏକ ଗ୍ୟାଙ୍ଗର ୪ଜଣଙ୍କୁ ଅନୁଗୋଳ ପୋଲିସ କାବୁ କରିଛି। ଏଥିସହ ସମ୍ପୃକ୍ତ ମାଫିଆଙ୍କ ନିକଟରୁ ବିପୁଳ...

ମରୁଡ଼ି ଅଞ୍ଚଳ ପରିଦର୍ଶନ କଲେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଟିମ୍‌

ପାଟଣା,୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ନିଅଣ୍ଟିଆ ବର୍ଷା ନେଇ ଶନିବାର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ଟିମ୍‌ ମରୁଡ଼ି ଅଞ୍ଚଳ...

Advertisement
Archives

Model This Week