ପଟ୍ଟାମୁଣ୍ଡାଇରେ ୧୬ ସମବାୟ ସମିତି ନେଉନି ସାର

ପଟ୍ଟାମୁଣ୍ଡାଇ,୫ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶ୍ରାବଣ ମାସରେ ଆଶାନୁରୂପ ବର୍ଷା ହେଲାନାହିଁ। ଖାଲୁଆ କିସମ ଜମିରେ ଯେଉଁଠି ବି ରୁଆ, ବେଉଷଣ କାମ ହେଉଛି ସେଠି ଜମିରେ ପକାଇବାକୁ ସାର ଚାଷୀ ପାଉନାହାନ୍ତି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ବ୍ଲକ କୃଷି ବିଭାଗର ରିପୋର୍ଟ ଅନୁସାରେ, ଚଳିତ ଖରିଫ ଋତୁରେ ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଞ୍ଚାୟତରେ ୧୧,୭୦୦ ହେକ୍ଟର ଜମିରେ ଶାରଦ ଧାନ ଫସଲ ହେଉଛି। ସେଥିମଧ୍ୟରୁ ଏଯାବତ ଖାଲୁଆ କିସମ ୩ ହଜାର ହେକ୍ଟର ଜମିରେ ରୁଆପୋତା କାମ ସରିଛି। ଅବଶିଷ୍ଟ ଜମିରେ ରୁଆଧାନ ପାଇଁ ତଳି ପଡି ରହିଛି। ତଳିଧାନ, ବୁଣା ଜମିରେ ସାର ପକାଇବା ପାଇଁ ଚାଷୀ ସାର ପାଉ ନ ଥିବା ଅଭିଯୋଗ ହେଉଛି। ଚଳିତ ବର୍ଷ ମାର୍କଫେଡ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଣର ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଛି। ତେବେ ବ୍ଲକର ୧୬ ଟି ସମବାୟ ସମିତିରେ ସାର ପହଞ୍ଚତ୍ ପାରି ନ ଥିବାରୁ ଚାଷୀ ସାର ପାଇପାରୁନାହାନ୍ତି। ମାର୍କଫେଡ ସାର ଆବଣ୍ଟନ କରୁ ନ ଥିବାରୁ ଚାଷୀମାନେ ବାଧ୍ୟ ହୋଇ ବଜାରରୁ ଚଢା ଦରରେ ସାର କିଣିବାକୁ ପଡୁଛି।
କୃଷକ ନେତା ବିଜୟ ଦାସ କହଛନ୍ତି, ସରକାର ଚାଷ ଓ ଚାଷୀଙ୍କର ଉନ୍ନତି ଆଣିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କେତେଜଣ ଅସାଧୁ ବ୍ୟକ୍ତିଙ୍କ ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ସାରର କୃତ୍ରିମ ଅଭାବ ଦେଖାଯାଇଛି। ବିଶେଷ କରି ବର୍ତ୍ତମାନ ଶାରଦ ଧାନ ରୁଆ ସମୟରେ ଚାଷୀମାନେ ଗ୍ରୋମର, ଡିଏପି, ୟୁରିଆ ଓ ପଟାସ ପ୍ରଭୃତି ସାରର ଆବଶ୍ୟକତା ରହିଛି। ଏହି ସାର ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଉଚ୍ଚା ଦରରେ ବଜାରରେ ବିକ୍ରି ହେଉଛି। ଡିଏପି ୧୩୦୦ ସ୍ଥାନରେ ୧୭୦୦, ୟୁରିଆ ୨୫୪ ସ୍ଥାନରେ ୪୫୦, ପଟାସ ୧୭୦୦ ସ୍ଥାନରେ ୨୦୦୦ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ସବୁ ସାର ଗୁଡିକ ମାର୍କଫେଡ ଜରିଆରେ ସମବାୟ ସମିତି ଗୁଡିକୁ ଆସିଲା ପରେ ଚାଷୀମାନେ କିଣିଥାନ୍ତି। ମାର୍କଫେଡ ଗୋଦାମରୁ ପଟ୍ଟାମୁଣ୍ଡାଇରେ ଥିବା ୧୬ଟି ସମବାୟ ସମିତିରୁ କେହି ବି ସାର ଉଠାଇ ନ ଥିବା ଜଣାପଡିଛି। ଏହି ଗୋଦାମଟି ବହୁ ସମୟରେ ବନ୍ଦ ରହୁଥିବା ଏବଂ ବର୍ତ୍ତମାନ ଏହି ଗୋଦାମରେ ଅତ୍ୟାବଶ୍ୟକ ଗ୍ରୋମର ଓ ଡିଏପି ମହଜୁଦ ନ ଥିବା ସାରର ଚୋରା ଚାଲାଣ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ସାର କଳାବଜାରୀ କରି ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ତେବେ ମାର୍କଫେଡ ସାର କେତେବେଳେ ଆସୁଛି ଏବଂ ବିକ୍ରି ହୋଇଯାଉଛି ତାହା ଜଣାପଡୁ ନାହିଁ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ଗୋଟିଏ ପଟରେ ତେଲ ଦର ବୃଦ୍ଧି କାରଣରୁ ଟ୍ରାକ୍ଟରରେ ହଳ ଖର୍ଚ୍ଚ ଦୁଇଗୁଣା ଦେଇ ଚାଷୀମାନେ ଜମି ହଳ, ବେଉଷଣ କରି ଧାନ ତଳି ରୁଆ ପାଇଁ ପ୍ରସ୍ତୁତ କରି ରଖିଛନ୍ତି। କେନାଲ ପାଣି ବିଲକୁ ନ ମାଡିବା ସାଙ୍ଗକୁ ବର୍ଷା ଅଭାବ ବାଧକ ସାଜିଛି। ସାରର ଅଭାବ ଚାଷୀମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବହୁ ଖର୍ଚ୍ଚାନ୍ତ ହୋଇ ଚାଷୀ ଚାଷ କରିଛନ୍ତି। ଏଭଳି ସମୟରେ କେନାଲକୁ ଉପଯୋଗ କରାଯାଇ ଜମିକୁ ଜଳ ଯୋଗାଣ କରାଯିବା ସହ ସାର, କୀଟନାଶକ ଯୋଗାଇ ଦିଆଗଲେ ଚାଷୀକୂଳ ଉପକୃତ ହୋଇ ପାରନ୍ତେ। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ମାର୍କଫେଡ ଗୋଦାମ ମନେଜର ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରେ, ପଟ୍ଟମୁଣ୍ଡାଇରେ ଥିବା ୧୬ ଟି ସମବାୟ ସମିତିରୁ କେହି ସାର ପାଇଁ ଯୋଗାଯୋଗ କରିନାହାନ୍ତି। କେନ୍ଦ୍ରାପଡ଼ା ଜିଲାର ୯ଟି କେନ୍ଦ୍ରରୁ ୫୯ଟି ସମବାୟ ସମିତିକୁ ସାର ଯୋଗାଇ ଦିଆଯାଇଛି। ମାତ୍ର ପଟ୍ଟାମୁଣ୍ଡାଇରୁ କୌଣସି ସମବାୟ ସମିତି ଯୋଗାଯୋଗ କରି ନ ଥିବା ଯୋଗୁ ସେମାନେ ସାର ପାଇ ପାରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?