ଟିପ୍ପର ଧକ୍କାରେ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା: ମା’ଝିଅଙ୍କୁ ଗାଡ଼ି ମଡ଼ାଇ ହତ୍ୟା

ଧର୍ମଶାଳା/ଜେନାପୁର,୫ା୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ବୁଧବାର ଟିପ୍ପର ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଗୁରୁବାର ଭିନ୍ନମୋଡ଼ ନେଇଛି। ଟିପ୍ପର ଚାଳକ ସାମାନ୍ୟ ବଚସାରେ ଉତ୍ତ୍ୟକ୍ତ ହୋଇ ଗାଡ଼ି ମଡ଼ାଇ ସେହି ମା’ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି। ମୃତକ ହେଲେ ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ରଥପଡ଼ିଆର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ତାଙ୍କ ଝିଅ ସୋମାଲୀ ଚକ୍ରବର୍ତ୍ତୀ(୨୬)। ଏନେଇ ପୋଲିସ ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗାଡ଼ି ଚାଳକଙ୍କୁ ଗୁରୁବାର ଗିରଫ କରି ତଦନ୍ତ ଚଳାଇଛି। ଗିରଫ ଚାଳକ ହେଲେ ଉକ୍ତ ଥାନା ଅଧୀନ ସଂପାରୁ ପଞ୍ଚାୟତ ତୋଟାକଣ ଗ୍ରାମର ଅମର ସ୍ବାଇଁ। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯିବ। ଚାଳକଙ୍କୁ ପଚରାଉଚରା ବେଳେ ସେ ନିଜ ଭୁଲ୍‌ ସ୍ବୀକାର କରିଥିବା କଥା ଏସ୍‌ପି ରାହୁଲ୍‌ ପିଆର୍‌ ସୂଚନା ଦେଇଛନ୍ତି। ଏଥିସହିତ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ଆରୁହା ଛକରେ ପହଞ୍ଚତ୍ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି।
ଏ ସମ୍ପର୍କରେ ଥାନା ଅଧିକାରୀ କହିଛନ୍ତି, ଶ୍ରୀତିକା ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଗ୍ରାମକୁ ଝିଅ ସହ ଯାଇଥିଲେ। ଶୁଦ୍ଧିକ୍ରିୟା ସାରି ମା’,ଝିଅ ବୁଧବାର ଅପରାହ୍ନରେ ଏକ ସ୍କୁଟି(ନଂ.ଓଡି୦୬ଜି ୭୯୨୯)ରେ ଘରକୁ ଫେରୁଥିଲେ। ଆରୁହା ଛକ ନିକଟରେ ଶ୍ରୀତିକା,ସୋମାଲୀ ଓ ଟ୍ରକ୍‌ ଚାଳକ ଅମରଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ତେବେ କ’ଣ ପାଇଁ ଏହି ବଚସା ଚାଲିଛି ବୋଲି ପଚାରିବାରୁ ଶ୍ରୀତିକା, ସୋମାଲୀ କହିଥିଲେ, ସ୍କୁଟିରରେ ଆସୁଥିବା ବେଳେ ଟିପ୍ପର ଚାଳକ ସେମାନଙ୍କୁ ସାଇଡ୍‌ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତେଣୁ ସେମାନେ ଆରୁହା ଛକରେ ଟ୍ରକ୍‌କୁ ଅଟକାଇ ସମ୍ପୃକ୍ତ ଚାଳକଙ୍କୁ ପଚାରିବାରୁ ଚାଳକ ତାଙ୍କୁ ଗାଳିଗୁଲଜ କରିଥିଲେ। ସ୍ଥାନୀୟ ଲୋକେ ଏହି ଘଟଣାର ଆପୋସ ସମାଧାନ କରି ଶ୍ରୀତିକା ଓ ସୋମାଲୀଙ୍କୁ ବିଦା କରିଦେଇଥିଲେ। ତେବେ ଏହାର କିଛି ସମୟ ପରେ ଟିପ୍ପର ଚାଳକ ସେହି ରାସ୍ତାରେ ଗାଡ଼ି ନେଇ ଯାଇଥିଲେ। ମାତ୍ର ୧୫ରୁ ୨୦ ମିନିଟ ପରେ ସେମାନଙ୍କୁ ବରଡ଼ା ଛକରେ ଦେଖି ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଚାଳକ ଜାଣିଶୁଣି ଗାଡ଼ି ଚଢ଼ାଇ ହତ୍ୟା କରି ଦୁର୍ଘଟଣାର ରୂପଦେବାକୁ ଚେଷ୍ଟା କରିଥିଲେ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣା ନେଇ ପୂର୍ବରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ତେବେ ପୋଲିସ ସମସ୍ତ ବିଷୟରେ ଅବଗତ ହେବା ପରେ ଏକ ହତ୍ୟା ମାମଲା(ନଂ.୨୦୭/୨୨) ରୁଜୁ କରିଛି। ଅନ୍ୟପକ୍ଷେ ବଡ଼ଚଣା ଡାକ୍ତରଖାନାରେ ଶ୍ରୀତିକା,ସୋମାଲୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ନିଜ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଟିପ୍ପର (ନଂ.ଓଆର୍‌-୧୬-ଡି-୬୪୦୮)କୁ ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ରୋଡ୍‌ରେ ଟୁଇଟର କ୍ଲବ

ଯାଜପୁର ରୋଡ୍‌,୧୬ା୭(ଡି.ଏନ.ଏ.): ଯାଜପୁର ରୋଡ୍‌ଠାରେ ଜିଲାର କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଯୁବ ସମାଜସେବୀଙ୍କୁ ନେଇ ଶୁକ୍ରବାର ଏକ ଟୁଇଟର କ୍ଲବ ଗଠନ କରାଯାଇଛି। ଏହି...

ସେଲ୍‌ଫି ହେଲା କାଳ: ମହାନଦୀ ବ୍ରିଜ୍‌ରୁ ଖସିପଡ଼ିଲେ ଯୁବକ

ସୋନପୁର,୨୭।୧୨(ନି.ପ୍ର.): ମୋବାଇଲରେ ସେଲ୍‌ଫି ନେବା ଯୁବକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୁରୁବାର ସକାଳେ ସୋନପୁର ସହର ପଟାଭାଡି ଅଞ୍ଚଳର ଜିତୁ ନାଏକ(୨୪) ମହାନଦୀ ବ୍ରିଜ୍‌ ଉପରେ...

କେନ୍ଦୁ ଦେଉଛି ଜୀବିକା

କେନ୍ଦୁଝର, ୧୮।୪: କେନ୍ଦୁଝର ଜିଲାର ବନବାସୀଙ୍କୁ ପ୍ରକୃତି ଦେଇଛି ବଞ୍ଚିବାର ବହୁ ସାଧନ। ଜଙ୍ଗଲଜାତ ଦ୍ରବ୍ୟ ସାଙ୍ଗକୁ ଫଳମୂଳ ଆଦି ସଂଗ୍ରହ କରି ନିଜେ ଖାଇଥାନ୍ତି ଏବଂ...

ତାଳଚେର ଫର୍ଟିଲାଇଜର ୟୁରିଆ ପାଇଁ ସବ୍‌ସିଡି ନୀତି

ନୂଆଦିଲ୍ଲୀ/ଭୁବନେଶ୍ୱର, (ବ୍ୟୁରୋ)୨୧।୪:  ତାଳଚେର ସାର କାରଖାନା (ଟିଏଫ୍‌ଏଲ୍‌) ଦ୍ୱାରା କୋଇଲା ବାଷ୍ପୀକରଣ ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ବତନ୍ତ୍ର ସବ୍‌ସିଡି ନୀତି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର...

ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଭଦ୍ରକ ଅଫିସ,୧୩ା୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣିତାଲ ଛକରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‌ ଶନିବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଗ୍ୟାସ...

ବିଚାରପତି ଚୟନ ପ୍ରକ୍ରିୟା ପ୍ରସଙ୍ଗ: ହାଇକୋର୍ଟ ଖୋଲିବା ଦିନରେ ଆନ୍ଦୋଳନ

କଟକ ଅଫିସ,୧୮।୬: ଦୀର୍ଘ ୧ ମାସର ଗ୍ରୀଷ୍ମ ଅବକାଶ ପରେ ସୋମବାର ହାଇକୋର୍ଟ ଖୋଲିଥିଲା। ହେଲେ ପ୍ରଥମ ଦିନରୁ ହିଁ ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହାଇକୋର୍ଟ...

ନିମ୍ନମାନର କାର୍ଯ୍ୟ, ଅର୍ଥ ହରିଲୁଟ୍‌ ମସୁଧା

ନିମାପଡ଼ା,୧୪।୫(ଡି.ଏନ.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ଓ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।...

ଆର୍‌ଟିଓରେ ଭିଡ଼ ମହିଳାଙ୍କ ପାଇଁ ହେଉନି ସ୍ବତନ୍ତ୍ର ଧାଡ଼ି

ପୁରୀ ଅଫିସ, ୧୪ା୯: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହଇଚଇ। ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଜୋର୍‌ଦାର ଚାଲିଛି ଧରପଗଡ଼। ...

Advertisement
Archives

Model This Week