ଆଇନ ବିଭାଗକୁ ସୁପାରିସ କରୁନି ପରିଚାଳନା କମିଟି

ପୁରୀ ଅଫିସ,୯।୮:ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ଓ ମରାମତି ପାଇଁ ସବୁ ମହଲରେ ଦାବି ହେଉଥିବା ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଫଳରେ ରତ୍ନଭଣ୍ଡାର ଓ ସେଥିରେ ଥିବା ଦାରୁଦିଅଁଙ୍କ ଦୁର୍ମୂଲ୍ୟ ଅଳଙ୍କାରର ସ୍ଥିତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଆଇନ ବିଭାଗ ଅଧୀନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟରତ। ତେବେ ୨୦୧୮ ଏପ୍ରିଲରେ ୧୭ଜଣିଆ ପ୍ରାଧିକୃତ କମିଟି ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନ ଭଣ୍ଡାରର ରୁଗ୍‌ଣ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଇଥିଲେ ମଧ୍ୟ ତା’ର ମରାମତି ଲାଗି ଆଇନ ବିଭାଗକୁ ପରିଚାଳନା କମିଟି ସୁପାରିସ କରୁନାହିଁ। ଭିତର ରତ୍ନଭଣ୍ଡାରରେ ପାଣି ଗଳୁଥିବା, ଲୁହାଛଡ଼ ଦେଖାଯାଉଥିବା ଏବଂ ଭଗ୍ନାବସ୍ଥାରେ ରହିଥିବାରୁ ସାନି ଯାଞ୍ଚ ଓ ମରାମତି ଆବଶ୍ୟକ ବୋଲି ପ୍ରାଧିକୃତ କମିଟି ଯାଞ୍ଚ ରିପୋର୍ଟରେ ଉଲ୍ଲେଖ କରିଥିଲେ। ତେବେ ସମ୍ପୃୃକ୍ତ ରିପୋର୍ଟ ଏପର୍ଯ୍ୟନ୍ତ ପରିଚାଳନା କମିଟି ବୈଠକରେ ଉପସ୍ଥାପନ ହୋଇପାରିନାହିଁ। ୨୦୧୮ ଏପ୍ରିଲରେ ଦାଖଲ ହୋଇଥିବା ଯାଞ୍ଚ ରିପୋର୍ଟ ସମ୍ପର୍କରେ ଗତ ୪ବର୍ଷ ଭିତରେ ଥରୁଟିଏ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଆଇନ ବିଭାଗ ୨୦୧୮ ଏପ୍ରିଲରୁ ୨୦୨୨ ଏପ୍ରିଲ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ରତ୍ନଭଣ୍ଡାର ସମ୍ପର୍କିତ କୌଣସି ପତ୍ର ଲେଖିନାହିଁ। ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଆଇନ ବିଭାଗକୁ ଦୋଷ ଦେବା ପରିବର୍ତ୍ତେ ପରିଚାଳନା କମିଟିକୁ ପ୍ରଶ୍ନ କରାଯିବା ଦରକାର। ଯାଞ୍ଚ ରିପୋର୍ଟ ମିଳିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଜ ଦାୟିତ୍ୱ ସମ୍ପାଦନରେ ଅବହେଳା କରିଛି। ପରିଚାଳନା କମିଟି ଏନେଇ ଆଇନ ବିଭାଗକୁ ସୁପାରିସ ନ କରିବା ପର୍ଯ୍ୟନ୍ତ ପ୍ରକ୍ରିୟା ଆଗେଇପାରିବ ନାହିଁ। ପରିଚାଳନା କମିଟି ଯାଞ୍ଚ ରିପୋର୍ଟ ସଂକ୍ରାନ୍ତରେ ଆଲୋଚନା କରି ଆଇନ ବିଭାଗକୁ ସୁପାରିସ କରିବା ଦରକାର। ଏହାପରେ ଆଇନ ବିଭାଗ ଶ୍ରୀମନ୍ଦିର ସହ ଜଡ଼ିତ ଅଂଶୀଦାରଙ୍କୁ ରିପୋର୍ଟ ମାଗିବେ ଓ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ଅନ୍ୟପକ୍ଷରେ ବିଧାନସଭାର ଚଳିତ ମୌସୁମୀ ଅଧିବେଶନରେ ବଲାଙ୍ଗିର ବିଧାୟକ ସନ୍ତୋଷ ସିଂ ସାଲୁଜା ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ଦାବି କରିଥିଲେ। ତେଣୁ ଗତ ୬ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଗନ୍ନାଥପ୍ରେମୀ ଆଶାବାଦୀ ଥିଲେ। ମାତ୍ର ଆଲୋଚନା ତ ଦୂରର କଥା, ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ପରିଚାଳନା କମିଟି ମନା କରିଦେଇଥିଲେ ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଅଭିଯୋଗ ଆଣିଛନ୍ତି। ଗତ ୬ତାରିଖର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସମୟ ଅଭାବରୁ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ହୋଇପାରି ନ ଥିବା ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri