ଆଇନ ବିଭାଗକୁ ସୁପାରିସ କରୁନି ପରିଚାଳନା କମିଟି

ପୁରୀ ଅଫିସ,୯।୮:ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ଓ ମରାମତି ପାଇଁ ସବୁ ମହଲରେ ଦାବି ହେଉଥିବା ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଫଳରେ ରତ୍ନଭଣ୍ଡାର ଓ ସେଥିରେ ଥିବା ଦାରୁଦିଅଁଙ୍କ ଦୁର୍ମୂଲ୍ୟ ଅଳଙ୍କାରର ସ୍ଥିତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଆଇନ ବିଭାଗ ଅଧୀନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟରତ। ତେବେ ୨୦୧୮ ଏପ୍ରିଲରେ ୧୭ଜଣିଆ ପ୍ରାଧିକୃତ କମିଟି ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନ ଭଣ୍ଡାରର ରୁଗ୍‌ଣ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଇଥିଲେ ମଧ୍ୟ ତା’ର ମରାମତି ଲାଗି ଆଇନ ବିଭାଗକୁ ପରିଚାଳନା କମିଟି ସୁପାରିସ କରୁନାହିଁ। ଭିତର ରତ୍ନଭଣ୍ଡାରରେ ପାଣି ଗଳୁଥିବା, ଲୁହାଛଡ଼ ଦେଖାଯାଉଥିବା ଏବଂ ଭଗ୍ନାବସ୍ଥାରେ ରହିଥିବାରୁ ସାନି ଯାଞ୍ଚ ଓ ମରାମତି ଆବଶ୍ୟକ ବୋଲି ପ୍ରାଧିକୃତ କମିଟି ଯାଞ୍ଚ ରିପୋର୍ଟରେ ଉଲ୍ଲେଖ କରିଥିଲେ। ତେବେ ସମ୍ପୃୃକ୍ତ ରିପୋର୍ଟ ଏପର୍ଯ୍ୟନ୍ତ ପରିଚାଳନା କମିଟି ବୈଠକରେ ଉପସ୍ଥାପନ ହୋଇପାରିନାହିଁ। ୨୦୧୮ ଏପ୍ରିଲରେ ଦାଖଲ ହୋଇଥିବା ଯାଞ୍ଚ ରିପୋର୍ଟ ସମ୍ପର୍କରେ ଗତ ୪ବର୍ଷ ଭିତରେ ଥରୁଟିଏ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଆଇନ ବିଭାଗ ୨୦୧୮ ଏପ୍ରିଲରୁ ୨୦୨୨ ଏପ୍ରିଲ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ରତ୍ନଭଣ୍ଡାର ସମ୍ପର୍କିତ କୌଣସି ପତ୍ର ଲେଖିନାହିଁ। ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଆଇନ ବିଭାଗକୁ ଦୋଷ ଦେବା ପରିବର୍ତ୍ତେ ପରିଚାଳନା କମିଟିକୁ ପ୍ରଶ୍ନ କରାଯିବା ଦରକାର। ଯାଞ୍ଚ ରିପୋର୍ଟ ମିଳିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଜ ଦାୟିତ୍ୱ ସମ୍ପାଦନରେ ଅବହେଳା କରିଛି। ପରିଚାଳନା କମିଟି ଏନେଇ ଆଇନ ବିଭାଗକୁ ସୁପାରିସ ନ କରିବା ପର୍ଯ୍ୟନ୍ତ ପ୍ରକ୍ରିୟା ଆଗେଇପାରିବ ନାହିଁ। ପରିଚାଳନା କମିଟି ଯାଞ୍ଚ ରିପୋର୍ଟ ସଂକ୍ରାନ୍ତରେ ଆଲୋଚନା କରି ଆଇନ ବିଭାଗକୁ ସୁପାରିସ କରିବା ଦରକାର। ଏହାପରେ ଆଇନ ବିଭାଗ ଶ୍ରୀମନ୍ଦିର ସହ ଜଡ଼ିତ ଅଂଶୀଦାରଙ୍କୁ ରିପୋର୍ଟ ମାଗିବେ ଓ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ଅନ୍ୟପକ୍ଷରେ ବିଧାନସଭାର ଚଳିତ ମୌସୁମୀ ଅଧିବେଶନରେ ବଲାଙ୍ଗିର ବିଧାୟକ ସନ୍ତୋଷ ସିଂ ସାଲୁଜା ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ଦାବି କରିଥିଲେ। ତେଣୁ ଗତ ୬ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଗନ୍ନାଥପ୍ରେମୀ ଆଶାବାଦୀ ଥିଲେ। ମାତ୍ର ଆଲୋଚନା ତ ଦୂରର କଥା, ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ପରିଚାଳନା କମିଟି ମନା କରିଦେଇଥିଲେ ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଅଭିଯୋଗ ଆଣିଛନ୍ତି। ଗତ ୬ତାରିଖର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସମୟ ଅଭାବରୁ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ହୋଇପାରି ନ ଥିବା ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri