ସ୍ଥାୟୀ ବାସିନ୍ଦାଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କର

ସମ୍ବଲପୁର,୯ା୮(ବ୍ୟୁରୋ): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୁରୁଣା ଓ ଯୁବ କର୍ମକର୍ତ୍ତାମାନେ ସୋମବାର ଏକ ବୈଠକ କରି ୨୦୨୪ ସାଧାରଣ ନିର୍ବାଚନରେ ଏହି କ୍ଷେତ୍ରର ପ୍ରାର୍ଥୀ ପାଇଁ ଜଣେ ସ୍ଥାୟୀ ବାସିନ୍ଦାଙ୍କ ନାମ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି। ଯୁଯୁମୁରା ବ୍ଲକ ଦେବଝରନଠାରେ ଅନୁଷ୍ଠିତ ଭାଜପା ସମାବେଶରେ ଏହି ମତ ପ୍ରକାଶ ପାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷକମୋର୍ଚ୍ଚା ଆହ୍ବାନ କ୍ରମେ ସଭାରେ ପ୍ରତାପ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଭାରତମାତାଙ୍କ ପୂଜନ ପରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ କିଭଳି ପାଳନ କରିବେ ସେ ନେଇ ଆଲୋଚନା ହୋଇଥିଲା। ପରେ ଦଳ ସଂଗଠନ ନେଇ ନେତାମାନେ ମତ ରଖିଥିଲେ। ସେମାନେ ଦର୍ଶାଇଥିଲେ, ଏବେ ରେଢାଖୋଲ ଦାୟିତ୍ୱରେ ଥିବା ନେତୃତ୍ୱ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଛନ୍ତି। ସେମାନେ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉନାହାନ୍ତି। ଦଳର ରାଜ୍ୟ, ଜିଲା, ବ୍ଲକସ୍ତରୀୟ ନେତୃତ୍ୱ ରହିଛନ୍ତି। ହେଲେ ସେମାନଙ୍କୁ ମଧ୍ୟ ଅଣଦେଖା କରାଯାଉଛ। ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ସ୍ଥାୟୀ ବାସିନ୍ଦାଙ୍କୁ ପ୍ରାର୍ଥୀ କରାଯାଉ ନାହିଁ। ଯେଉଁମାନଙ୍କୁ ଦଳ ପ୍ରାର୍ଥି କରୁଛି ସେମାନେ ଗ୍ରାମାଞ୍ଚଳ ଲୋକଙ୍କ ସହ ସମ୍ପର୍କ ରଖୁ ନାହାନ୍ତି। କେବଳ ନିର୍ବାଚନ ସମୟରେ ଆସି ଭୋଟ ଭିକ୍ଷା କରୁଛନ୍ତି। ତେଣୁ ଲୋକମାନେ ଗ୍ରହଣ କରୁନାହାନ୍ତି। ରାଜ୍ୟ ଓ ଜିଲାସ୍ତରୀୟ ନେତାମାନେ ଏହା ଉପରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲେ। ଆଗକୁ ନିର୍ବାଚନ ମଣ୍ଡଳୀରେ ଭାଜପା ଯେଭଳି ଭଲ ପ୍ରଦର୍ଶନ କରିବ ସେ ନେଇ ଏକଜୁଟ ହୋଇ କାମ କରିବାକୁ ସ୍ଥିର ହୋଇଥିଲା। ବୁର୍ଡା ସରପଞ୍ଚ ରାଜା ପାଳ, କୁମାରେଶ ସ୍ବାଇଁ, ସଞ୍ଜୟ କୁମାର, ସାହୁ, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ପ୍ରଧାନ, ଅଜିତ କୁମାର ପ୍ରଧାନ, ଆଶୁତୋଷ ପ୍ରଧାନ, ହରିହର ସାହୁ, ଚନ୍ଦ୍ରମଣୀ ସାହୁ, ଅଶୋକ କୁମାର ସାହୁ, ହରିହର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri