ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ବିରୋଧ ତେଜିଲା

ସମ୍ବଲପୁର,୯ା୮(ବ୍ୟୁରୋ): ସମ୍ବଲପୁର-ରୋଡ୍‌ ଷ୍ଟେଶନ ବନ୍ଦ କରିବା ପ୍ରକ୍ରିୟା କିଛିଦିନ ବନ୍ଦ ହେବା ପରେ ୨ଦିନ ହେଲା ପୁଣି ଆରମ୍ଭ ହୋଇଛି। ଏହାକୁ ନେଇ ସହରରେ ଅସନ୍ତୋଷ ଦେଖାଦେଇଛି। ସୋମବାର ଏହାର ଉଗ୍ରରୂପ ଦେଖିବାକୁ ମିଳିଥିଲା। ୫ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଶୋଭାଯାତ୍ରା କରି ଏହାର ପ୍ରତିବାଦ କରିଥିଲେ। ଏହି ଅବସରରେ ସମ୍ବଲପୁର ରୋଡ୍‌ (ଫାଟକ) ଷ୍ଟେଶନରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆବାହକ ସପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା।
ବିକ୍ଷୋଭକାରୀ ଅଭିଯୋଗ କରିଥିଲେ, ଏହି ଷ୍ଟେଶନ ଐତିହ୍ୟସମ୍ପନ୍ନ। ସ୍ବାଧୀନତା ପୂର୍ବରୁ ୧୮୯୦ ମସିହାରେ ଏହା ନିର୍ମାଣ ହୋଇଥିଲା। ଏହାକୁ ବିକାଶ ନ କରି ବନ୍ଦ ଯୋଜନା କରାଯାଉଛି। ଏବେ ଷ୍ଟେଶନରେ ଟିକେଟ କାଉଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ ଭଳି ସମସ୍ତ ସୁବିଧା ରହିଛି। ଏହା ଉପରେ କେବଳ ସମ୍ବଲପୁର ନୁହେଁ ଆଖପାଖ ଜିଲାବାସୀ ନିର୍ଭର କରନ୍ତି। ଏ ନେଇ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପିୟୁଷ ଗୋଏଲଙ୍କୁ ଅଭିଯୋଗ କରାଯାଇଛି। ସେମାନେ ଏହାକୁ ଐତିହ୍ୟ ଷ୍ଟେଶନ ଭାବେ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା ନ କରି ବିଭାଗ ପୁଣି କାମ ଆରମ୍ଭ କରିଦେଇଛି। ପୂର୍ବରୁ ୨୦୨୧ ମାର୍ଚ୍ଚରେ ରେଳ ବିଭାଗ, ପ୍ରଶାସନ ଓ ଆନ୍ଦୋଳନ କମିଟି ମିଳିତ ବୈଠକ କରାଯାଇ ଆଲୋଚନା ହୋଇଥିଲା। ରେଲ ଲାଇନ କାମରେ ସମସ୍ୟା ନ ହୋଇ କିଭଳି ଷ୍ଟେଶନକୁ ସୁରକ୍ଷିତ ରଖାଯାଇପାରିବ ସେ ନେଇ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏବେ ବଳପୂର୍ବକ ଭାବେ ରେଳ ବିଭାଗ କାମ ଆରମ୍ଭ କରିଛି। ଏହା ବନ୍ଦ କରା ନ ଗଲେ ଆଗାମୀ ଦିନରେ ରେଳରୋକୋ, ରାସ୍ତାରୋକୋ, ସମ୍ବଲପୁର ବନ୍ଦ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ପରେ ଜିଲାପାଳ ଓ ଆର୍‌ଡିସିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ବହିଦାର, ସୁବ୍ରତ ପଣ୍ଡା, ଜିଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ, ସତ୍ୟନାରାୟଣ ପଣ୍ଡା, ନାଟୁଗୋପାଳ ପାତ୍ର, ସଞ୍ଜୟ ବାବୁ, ଜିଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ଭାଜପା ଜିଲା ସଭାପତି ଗିରିଶ ପଟେଲ, ଭାବାନୀ ଶଙ୍କର ଦାସ, ଭୁପେନ ସାହୁଙ୍କ ସମେତ ଫାଟକ ଷ୍ଟେଶନ ସଂଘର୍ଷ କମିଟି ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri