ପୁଅକୁ ଦେଖା କରିବାକୁ ଆସି ମାଡ଼ ଖାଇଲେ ବାପା

ପୁରୀ ଅଫିସ,୯।୮:ପୁରୁଷର ଲୁହକୁ କେହି କେବେ ବୁଝିନାହାନ୍ତି। ମୋ ପୁଅକୁ ଗଲା ୨ ବର୍ଷ ହେଲା ଦେଖିନି। କୋର୍ଟ ଅନୁମତି ପତ୍ର ମୋ ପାଖରେ ଥାଇ ମଧ୍ୟ ମୋତେ ରାସ୍ତାରେ ମାଡ଼ ମରାଗଲା। ମୋତେ ସାହାଯ୍ୟ କରନ୍ତୁ, ପୁଅକୁ ଥରୁଟିଏ ଦେଖିବାକୁ ଦିଆଯାଉ। ସୋମବାର ପୁରୀ ଜଗନ୍ନାଥ କଲୋନୀରେ ଜଣେ ୩୭ ବର୍ଷୀୟ ଯୁବକ ଏଭଳି କହି କାନ୍ଦିକାନ୍ଦି ସ୍ଥାନୀୟ ଲୋକଙ୍କୁ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା। ଏହି ହୃଦୟ ବିଦାରକ ଦୃଶ୍ୟରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଜଣେ ଅସହାୟ ବାପାର ପୁତ୍ର ମୋହ। ବାପା ନିଜ ପୁଅକୁ ଦେଖିବା ପାଇଁ ବିକଳରେ ଲୋକଙ୍କ ନିକଟରେ ନେହୁରା ହେଉଥିଲେ।
ଅନୁଯାୟୀ, ଗୋପ ଷୋଳପୁର ଅଞ୍ଚଳର ଜିତେନ୍ଦ୍ର ମହାନ୍ତି ୨୦୧୫ରେ ମଧୁସ୍ମିତା ଦାଶଙ୍କୁ ବିବାହ କରିଥିଲେ। ଜିତେନ୍ଦ୍ର ବଲାଙ୍ଗୀରରେ ଚାକିରି କରୁଥିବାରୁ ସ୍ତ୍ରୀସ୍ବାମୀ ସେଠାରେ ରହୁଥିଲେ। ତେବେ ୨୦୨୦ରେ କୌଣସି କାରଣକୁ ନେଇ ମଧୁସ୍ମିତା ଜିତେନ୍ଦ୍ରଙ୍କଠାରୁ ଛାଡ଼ପତ୍ର ଚାହିଁଥିଲେ ଓ ନିଜ ଘରକୁ ଚାଲି ଆସିଥିଲେ। ଉଭୟଙ୍କ ପକ୍ଷରୁ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଜିତେନ୍ଦ୍ର କୋର୍ଟରେ ଆପୋସ ବୁଝାମଣାରେ ସମାଧାନ ପାଇଁ ମଧ୍ୟ ଅପିଲ୍‌ କରିଛନ୍ତି। ଉଭୟଙ୍କର ଏକ ୬ ବର୍ଷର ପୁଅ ଅଛି। ମଧୁସ୍ମିତା ପୁଅକୁ ନେଇ ଅଲଗା ରହୁଛନ୍ତି। ଗତ ଦୁଇ ବର୍ଷ ହେବ ଜିତେନ୍ଦ୍ର ପୁଅକୁ ଦେଖିପାରିନାହାନ୍ତି। ତେବେ ଜିତେନ୍ଦ୍ର ପୁଅକୁ ଦେଖିବା ପାଇଁ ପୁରୀ ପରିବାର କୋର୍ଟର ଆବେଦନ କରିଥିଲେ। ଏ ନେଇ କୋର୍ଟ ଜଣାଇଛନ୍ତି ଯେ, ଜିତେନ୍ଦ୍ର ସରକାରୀ ଛୁଟିଦିନରେ ଓ ପ୍ରତି ରବିବାର ୪ ଘଣ୍ଟା ପାଇଁ ନିଜ ପୁଅକୁ ଦେଖିପାରିବେ ଓ ମିଳାମିଶା କରିପାରିବେ। ମାତ୍ର ମଧୁସ୍ମିତା ପୁଅକୁ ଦେଖାଇ ଦେଉନାହାନ୍ତି। ଏପରିକି ଜିତେନ୍ଦ୍ରଙ୍କଠାରୁ ପୁଅକୁ ଦୂରେଇ ରଖିବା ପାଇଁ ନିଜ ଠିକଣା ବାରମ୍ବାର ପରିବର୍ତ୍ତନ କରୁଛନ୍ତି ବୋଲି ଜିତେନ୍ଦ୍ର ଅଭିଯୋଗ କରିଛନ୍ତି। ଜିତେନ୍ଦ୍ର ରବିବାର ମଧୁସ୍ମିତାଙ୍କ ପୁରୁଣା ଠିକଣା ମାଟିଆପଡ଼ାସ୍ଥିତ ଘରେ ତାଙ୍କୁ ନ ପାଇବା ପରେ ଖୋଜିଖୋଜି ନୂଆ ଠିକଣାରେ ପହଞ୍ଚିଥିଲେ। ସେଠାରେ ମଧୁସ୍ମିତା ରହୁଥିବା ଘର ମାଲିକଙ୍କୁ କୋର୍ଟ କାଗଜପତ୍ର ଦେଖାଇ ପୁଅକୁ ଦେଖିବାକୁ ଅନୁମତି ଚାହିଁଥିଲେ। ହେଲେ ମଧୁସ୍ମିତା ଏସବୁ ଜାଣି ଜିତେନ୍ଦ୍ରଙ୍କୁ ଗାଳିଗୁଲଜ କରିବା ସହ ନିଜ ଭାଇଙ୍କ ସହ ମିଶି ମାଡ଼ ମାରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଜିତେନ୍ଦ୍ର ସେଠାରୁ ଆସି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ସହ ପୁରୀ ବଳିଆପଣ୍ଡା ଥାନାରେ ନିଜ ଡାକ୍ତରୀ ରିପୋର୍ଟ ଦେଖାଇ ଅଭିଯୋଗ କରିଛନ୍ତି। ଜିତେନ୍ଦ୍ରଙ୍କ ଦାବି ଯେ, କୋର୍ଟ ନିଷ୍ପତ୍ତି ଆଧାରରେ ତାଙ୍କୁ ପୁଅଙ୍କ ସହ ମିଳାମିଶା କରିବାରେ ସୁଯୋଗ ମିଳୁ। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ହେଲମେଟ୍‌ରେ ଦିଆଯାଉଥିଲା ପେଟ୍ରୋଲ, ତାପରେ …

ମାଲକାନଗିରି,୧୩ା୨: ମାଲକାନଗିରି ଜିଲା ଯୋଗାଣ ବିଭଗ ପକ୍ଷରୁ ଶନିବାର ଜିଲା ସଦର ମହକୁମାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ...

୧୫ ଭରି ସୁନା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ତାଳଚେର,୨୬।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ବିଭିନ୍ନ ଥାନା ଅଞ୍ଚଳରେ ଘନ ଘନ ଚୋରି, ଲୁଟ୍‌ ଓ ଅସାମାଜିକଙ୍କ ଦୌରାତ୍ମ୍ୟ ଲୋକଙ୍କ...

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମର ୯ ବର୍ଷର ଛାତ୍ରୀ ଶୁଭଶ୍ରୀ ଥାଟେଇ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।...

ଖୁବ୍‌ଶୀଘ୍ର ଜୟପୁର ବିମାନବନ୍ଦରକୁ ଉଡିବ ବିମାନ

କୋରାପୁଟ,୨୦।୧୦(ସ୍ବ.ପ୍ର.): କୋରାପୁଟ ଜିଲାବାସୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଜୟପୁର ବିମାନବନ୍ଦରକୁ ଉଡିବ ବିମାନ। ଏନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି। ଉଡ଼ାଣ ଯୋଜନାରେ ଲାଇସେନ୍ସ...

କରେନା କଟକଣା ବେଳେ : ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସାହା

ସମ୍ବଲପୁର,୨୮ା୪(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରିବା ସହ ନାନା କଟକଣା ଜାରି କରିଛନ୍ତି ା...

ଲକଡାଉନ ନିୟମ ଉଲ୍ଲଂଘନ,୧୨ବାଇକ ଜବତ କଲା ପୋଲିସ

ଜୁନାଗଡ଼,୫।୪(ଡି.ଏନ.ଏ.)- କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଭାରତରେ ଲକଡାଉନ ଜାରି ରହିଛି। ଏହାକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ପ୍ରଶାସନ...

ପୁରୀ ଜିଲା ଚିଠି: ତୀର୍ଥ ପୁଷ୍କରିଣୀକୁ ହତାଦର

ଭାରତର ଚାରିଧାମ ମଧ୍ୟରୁ ଶ୍ରେଷ୍ଠଧାମ ପୁରୀ। ଏହା ଜଗନ୍ନାଥ ଧାମ ନାମରେ ବେଶ୍‌ ପରିଚିତ। ଏହି ପବିତ୍ର ଧାମରେ ରହିଛି ଏକାଧିକ ତୀର୍ଥ ପୁଷ୍କରିଣୀ। ସେଗୁଡ଼ିକ...

ପାଟ୍ରୋଲିଂ ଜାହାଜ, ଏୟାରକ୍ରାଫ୍ଟ ମୁତୟନ

ପାରାଦୀପ,୨ା୭(ସ୍ବ.ପ୍ର.): ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବ ପୁରୀ ପାଇଁ ଓଡ଼ିଶା କୋଷ୍ଟଗାର୍ଡ ମୁଖ୍ୟାଳୟ ପାରାଦୀପ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ଜୁଲାଇ ୧୧...

Advertisement
Archives

Model This Week