ପୁଅକୁ ଦେଖା କରିବାକୁ ଆସି ମାଡ଼ ଖାଇଲେ ବାପା

ପୁରୀ ଅଫିସ,୯।୮:ପୁରୁଷର ଲୁହକୁ କେହି କେବେ ବୁଝିନାହାନ୍ତି। ମୋ ପୁଅକୁ ଗଲା ୨ ବର୍ଷ ହେଲା ଦେଖିନି। କୋର୍ଟ ଅନୁମତି ପତ୍ର ମୋ ପାଖରେ ଥାଇ ମଧ୍ୟ ମୋତେ ରାସ୍ତାରେ ମାଡ଼ ମରାଗଲା। ମୋତେ ସାହାଯ୍ୟ କରନ୍ତୁ, ପୁଅକୁ ଥରୁଟିଏ ଦେଖିବାକୁ ଦିଆଯାଉ। ସୋମବାର ପୁରୀ ଜଗନ୍ନାଥ କଲୋନୀରେ ଜଣେ ୩୭ ବର୍ଷୀୟ ଯୁବକ ଏଭଳି କହି କାନ୍ଦିକାନ୍ଦି ସ୍ଥାନୀୟ ଲୋକଙ୍କୁ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା। ଏହି ହୃଦୟ ବିଦାରକ ଦୃଶ୍ୟରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଜଣେ ଅସହାୟ ବାପାର ପୁତ୍ର ମୋହ। ବାପା ନିଜ ପୁଅକୁ ଦେଖିବା ପାଇଁ ବିକଳରେ ଲୋକଙ୍କ ନିକଟରେ ନେହୁରା ହେଉଥିଲେ।
ଅନୁଯାୟୀ, ଗୋପ ଷୋଳପୁର ଅଞ୍ଚଳର ଜିତେନ୍ଦ୍ର ମହାନ୍ତି ୨୦୧୫ରେ ମଧୁସ୍ମିତା ଦାଶଙ୍କୁ ବିବାହ କରିଥିଲେ। ଜିତେନ୍ଦ୍ର ବଲାଙ୍ଗୀରରେ ଚାକିରି କରୁଥିବାରୁ ସ୍ତ୍ରୀସ୍ବାମୀ ସେଠାରେ ରହୁଥିଲେ। ତେବେ ୨୦୨୦ରେ କୌଣସି କାରଣକୁ ନେଇ ମଧୁସ୍ମିତା ଜିତେନ୍ଦ୍ରଙ୍କଠାରୁ ଛାଡ଼ପତ୍ର ଚାହିଁଥିଲେ ଓ ନିଜ ଘରକୁ ଚାଲି ଆସିଥିଲେ। ଉଭୟଙ୍କ ପକ୍ଷରୁ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଜିତେନ୍ଦ୍ର କୋର୍ଟରେ ଆପୋସ ବୁଝାମଣାରେ ସମାଧାନ ପାଇଁ ମଧ୍ୟ ଅପିଲ୍‌ କରିଛନ୍ତି। ଉଭୟଙ୍କର ଏକ ୬ ବର୍ଷର ପୁଅ ଅଛି। ମଧୁସ୍ମିତା ପୁଅକୁ ନେଇ ଅଲଗା ରହୁଛନ୍ତି। ଗତ ଦୁଇ ବର୍ଷ ହେବ ଜିତେନ୍ଦ୍ର ପୁଅକୁ ଦେଖିପାରିନାହାନ୍ତି। ତେବେ ଜିତେନ୍ଦ୍ର ପୁଅକୁ ଦେଖିବା ପାଇଁ ପୁରୀ ପରିବାର କୋର୍ଟର ଆବେଦନ କରିଥିଲେ। ଏ ନେଇ କୋର୍ଟ ଜଣାଇଛନ୍ତି ଯେ, ଜିତେନ୍ଦ୍ର ସରକାରୀ ଛୁଟିଦିନରେ ଓ ପ୍ରତି ରବିବାର ୪ ଘଣ୍ଟା ପାଇଁ ନିଜ ପୁଅକୁ ଦେଖିପାରିବେ ଓ ମିଳାମିଶା କରିପାରିବେ। ମାତ୍ର ମଧୁସ୍ମିତା ପୁଅକୁ ଦେଖାଇ ଦେଉନାହାନ୍ତି। ଏପରିକି ଜିତେନ୍ଦ୍ରଙ୍କଠାରୁ ପୁଅକୁ ଦୂରେଇ ରଖିବା ପାଇଁ ନିଜ ଠିକଣା ବାରମ୍ବାର ପରିବର୍ତ୍ତନ କରୁଛନ୍ତି ବୋଲି ଜିତେନ୍ଦ୍ର ଅଭିଯୋଗ କରିଛନ୍ତି। ଜିତେନ୍ଦ୍ର ରବିବାର ମଧୁସ୍ମିତାଙ୍କ ପୁରୁଣା ଠିକଣା ମାଟିଆପଡ଼ାସ୍ଥିତ ଘରେ ତାଙ୍କୁ ନ ପାଇବା ପରେ ଖୋଜିଖୋଜି ନୂଆ ଠିକଣାରେ ପହଞ୍ଚିଥିଲେ। ସେଠାରେ ମଧୁସ୍ମିତା ରହୁଥିବା ଘର ମାଲିକଙ୍କୁ କୋର୍ଟ କାଗଜପତ୍ର ଦେଖାଇ ପୁଅକୁ ଦେଖିବାକୁ ଅନୁମତି ଚାହିଁଥିଲେ। ହେଲେ ମଧୁସ୍ମିତା ଏସବୁ ଜାଣି ଜିତେନ୍ଦ୍ରଙ୍କୁ ଗାଳିଗୁଲଜ କରିବା ସହ ନିଜ ଭାଇଙ୍କ ସହ ମିଶି ମାଡ଼ ମାରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଜିତେନ୍ଦ୍ର ସେଠାରୁ ଆସି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ସହ ପୁରୀ ବଳିଆପଣ୍ଡା ଥାନାରେ ନିଜ ଡାକ୍ତରୀ ରିପୋର୍ଟ ଦେଖାଇ ଅଭିଯୋଗ କରିଛନ୍ତି। ଜିତେନ୍ଦ୍ରଙ୍କ ଦାବି ଯେ, କୋର୍ଟ ନିଷ୍ପତ୍ତି ଆଧାରରେ ତାଙ୍କୁ ପୁଅଙ୍କ ସହ ମିଳାମିଶା କରିବାରେ ସୁଯୋଗ ମିଳୁ। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri