ରଦ୍ଦ ହେଲା ଡେପୁଟି କଲେକ୍ଟର ସ୍ତ୍ରୀଙ୍କ ରାଶନ କାର୍ଡ

ମାଲକାନଗିରି, ୨୨ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଡେପୁଟି କଲେକ୍ଟର ସ୍ତ୍ରୀଙ୍କ ନାମରେ ରାଶନ କାର୍ଡ କରି ଜମି ଖଜଣା ବାବଦକୁ ଅର୍ଥ କମ୍‌ ଦେଇ ପଟ୍ଟା ହାତେଇବା ଘଟଣା ଶନିବାର ଜଣାପଡ଼ିବା ପରେ ଉକ୍ତ କାର୍ଡକୁ ରବିବାର ରଦ୍ଦ କରାଯାଇଛି। ସେ କିପରି କାର୍ଡ ପାଇଲେ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ତା’ର ତଦନ୍ତ କରାଯାଇ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ହୃଷୀକେଶ ନାୟକ କହିଛନ୍ତି।
ଖବରରୁ ଜଣାପଡିଛି, ମାଲକାନଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲଳିତ ମଣ୍ଡଳଙ୍କ ସ୍ତ୍ରୀଙ୍କ ନାମରେ ରାଶନ କାର୍ଡ ପ୍ରସ୍ତୁତ କରାଯାଇ ପୌର ପରିଷଦ ଲାଣ୍ଡ ରାଇଟ ଜମି ପ୍ରମାଣ ପତ୍ର ପାଇଁ ୧୦,୮୦୦ ଟଙ୍କା ଖଜଣା ଆକାରରେ ଦେଇ ଜମି ପ୍ରମାଣପତ୍ର ପାଇଥିଲେ। ତେବେ ସରକାରଙ୍କ ନିୟମ ଅନୁଯାୟୀ ଗରିବ ଲୋକେ ରାଶନ କାର୍ଡ ପାଇବା କଥା। ରାଶନ କାର୍ଡଧାରୀ ୧୦,୮୦୦ ଟଙ୍କା ଜମି ପ୍ରମାଣପତ୍ର ପାଇଁ ଦେବାର ନିୟମ ଥିବା ବେଳେ ସ୍ବଚ୍ଛଳ ଲୋକଙ୍କୁ ଏହି ପ୍ରମାଣପତ୍ର ପାଇଁ ପ୍ରାୟ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡିବ ବୋଲି ନିୟମ ରହିଛି। ଏହି ଅଧିକ ଖଜଣାରୁ ବର୍ତ୍ତିବା ପାଇଁ ମଣ୍ଡଳଙ୍କ ସ୍ତ୍ରୀ ବିନୋତାରାନୀ ମଣ୍ଡଳଙ୍କ ନାମରେ ଥିବା ରାଶନ କାର୍ଡକୁ ବ୍ୟବହାର କରାଯାଇଛି। ମାଲକାନଗିରି ସହରରେ ବିଭିନ୍ନ ବସ୍ତିରେ ମୂଳନିବାସୀ ଭାବେ ବର୍ଷ ବର୍ଷ ଧରି ଅନେକ ବ୍ୟକ୍ତି ସରକାରୀ ଜମିରେ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏପର୍ଯ୍ୟନ୍ତ ରାଶନ କାର୍ଡ କିମ୍ବା ଘରଡିହ ପଟ୍ଟା ମିଳି ନ ଥିବା ବେଳେ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ କିପରି ନିଜ ସ୍ତ୍ରୀଙ୍କ ନାମରେ ରାଶନ କାର୍ଡ କରି ସରକାରୀ ସୁବିଧା ନେଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆଇନଜୀବୀ ତଥା ନାଗରିକ ସୁରକ୍ଷା ମଞ୍ଚ ସଦସ୍ୟ ରାମ ପଟ୍ଟନାୟକ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?