ପୋଖରୀରୁ ମିଳିଲା ଯୁବତୀଙ୍କ ମୃତଦେହ, ପାଣିରେ ବୁଡ଼ିଯାଇଥିବା ସନ୍ଦେହ

କୋକସରା,୨୧।୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ମୂଷାପାଲି ଗ୍ରାମ ପୋଖରୀରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତା ହେଲେ ବିଷ୍ଣୁପ୍ରିୟା ପଣ୍ଡା (୪୫)।

ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଥିଲା।

ପରିବାର ଲୋକଙ୍କ କହିବା ମୁତାବକ, ବିଷ୍ଣୁପ୍ରିୟା ମାନସିକ ରୋଗରେ ଆକ୍ରାନ୍ତ ଥିଲେ। ରବିବାର ସେ ଘରୁ ବାହାରି ଆଉ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ଘର ପଛପଟ ଚାଷଜମି ନିକଟ ଏକ ପୋଖରୀରୁ ତାଙ୍କ ମୃତଦେହ ଠାବ ହୋଇଥିବା କହିଛନ୍ତି। ଏନେଇ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୧୪/୨୨) ରୁଜୁକରି ତଦନ୍ତ ଜାରି ରହିଥିବା ଏଏସ୍‌ଆଇ ଭରତ କୁମାର ଅହୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଗଞ୍ଜାମରେ ପହଞ୍ଚିଲା ୪ ବସ୍‌

ଛତ୍ରପୁର,୩୦।୪(ଡି.ଏନ୍‌.ଏ.): ବାହାର ରାଜ୍ୟରେ ଫସିଥିବା ଲୋକେ ସ୍ଥଳପଥ ଓ ଜଳପଥରେ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ଜିଲା ସୀମା ସିଲ୍‌ ଓ ସମୁଦ୍ରପଥକୁ ପୋଲିସ, କୋଷ୍ଟଗାର୍ଡ...

ଗଙ୍ଗଲାଗୁଡ଼ା ଗ୍ରାମକୁ ନାହିଁ ରାସ୍ତା: ପ୍ରତିବାଦରେ ରାସ୍ତାରେ ତଳି ରୋପଣ କଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି

କୋରୁକୋଣ୍ଡା,୭।୯(ଡି.ଏନ୍‌.ଏ.): ସରକାର ପ୍ରତି ଗ୍ରାମକୁ ସଡ଼କପଥ ସହ ଯୋଡ଼ିବା ନିମନ୍ତେ ବହୁ ଯୋଜନା କରିଛନ୍ତି। ହେଲେ ଏହାର ସଫଳ ରୂପାୟନ ମାଲକାନଗିରି ଜିଲାରେ ହୋଇପାରୁନାହିଁ। ଆଜିବି...

ଏସ୍‌ଡବ୍ଲ୍ୟୁଏମ୍‌ ପ୍ରକଳ୍ପ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୧ା୪-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିର୍ମାଣାଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ(ଏସ୍‌ଡବ୍ଳ୍ୟୁଏମ) କାର୍ଯ୍ୟର ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି...

୬ ମାସ ପରେ ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ,୨।୯(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ମଙ୍ଗଳବାର ଖୋଲିଛି। ଏହା କେନ୍ଦ୍ର ସରକାରଙ୍କ ଅନଲକ...

କାଶୀପୁର ଝାଡ଼ାବାନ୍ତି ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

ଟିକିରି,୧ା୮(ଡି.ଏନ୍‌.ଏ.): ଓଡ଼ିଶା ଜନଜାଗରଣ ଅଭିଯାନର ରାଜ୍ୟ ସଭାପତି ମଧୁସୁଦନଙ୍କ ନେତୃତ୍ୱରେ ଏକ ଟିମ୍‌ କାଶୀପୁର ବ୍ଲକର ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ଗସ୍ତ କରି ମୃତକମାନଙ୍କ ପରିବାରକୁ...

ଗର୍ଭବତୀଙ୍କ ରିପୋର୍ଟ ପଜିଟିଭ୍‌:‌ କ୍ୱାରାଣ୍ଟାଇନ୍‌ରେ ରହିଲେ ୬୦

ଢେଙ୍କାନାଳ ଅଫିସ, ୧୯ା୭-ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ଲାଗି ଆସିଥିବା ଜଣେ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହାପରେ ପୌରସଂସ୍ଥା ପକ୍ଷରୁ...

ଅପହୃତ ସିକ୍ୟୁରିଟି ସଂସ୍ଥା ମାଲିକ, କର୍ମଚାରୀ ଉଦ୍ଧାର

କଟକ ଅଫିସ, ୫ା୩: ବଜ୍ରକବାଟି ରୋଡ୍‌ ଅଞ୍ଚଳରୁ ଅପହୃତ ହୋଇଥିବା ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ବୁଧବାର ବାଦାମବାଡ଼ି ଥାନା ପୋଲିସ...

କୋଟପାଡ଼ରେ ବିଜେଡି ଆଗୁଆ

କୋଟପାଡ଼, ୨୩।୫(ଡି.ଏନ୍‌.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର...

Advertisement
Archives

Model This Week