୧୦ଦିନ ହେବ ଘରକୁ ଫେରିପାରୁ ନାହାନ୍ତି ଛାତ୍ରୀଛାତ୍ର

ଟେନ୍‌ସା,୨୨।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ମାଲଦା ଗ୍ରାମପଞ୍ଚାୟତର ପାରମସାହି ଗ୍ରାମରୁ ବାହାରକୁ ପାଠପଢିବାକୁ ଯାଇଥିବା ଛାତ୍ରୀଛାତ୍ର ୧୦ଦିନ ହେବ ଘରକୁ ଫେରିପାରୁ ନାହାନ୍ତି। ଗ୍ରାମକୁ ଯିବା ଆସିବା କରିବାକୁ ହେଲେ ଏକ ନାଳ ପାରି ହେବାକୁ ପଡ଼ିଥାଏ। ବର୍ଷା ଯୋଗୁ ନାଳରେ ଅଧିକ ପାଣି ଆସିବା ସହ ପ୍ରଖର ସ୍ରୋତ ଯୋଗୁ ନାଳରେ ଯାଇ ଆସି ହେଉନାହିଁ। ନାଳ ପାରିହୋଇ କୋଇଡାକୁ ଆସିଥିବା ଲୋକେ ଓ ଛାତ୍ରୀଛାତ୍ର ଘରକୁ ଯାଇପାରୁ ନାହାନ୍ତି । ପାରମସାହିରେ ୧୫ ପରିବାରର ୧୦୦ରୁ ଅଧିକ ଲୋକ ବାସକରନ୍ତି। ବର୍ଷା ଆସିଲେ ଉକ୍ତ ଗ୍ରାମର ଲୋକଙ୍କ ଦୁଃଖ ବଢିଯାଏ। ନାଳରେ ହଠାତ୍‌ ବର୍ଷା ଜଳ ଆସିଯିବାରୁ କଲେଜ ଆସିଥିବା ଛାତ୍ରୀଛାତ୍ରଙ୍କ ସହ କାର୍ଯ୍ୟ କରିବାକୁ ଆସିଥିବା ଲୋକେ ଘରକୁ ଫେରି ନ ପାରି ଫସି ରହିଛନ୍ତି। ସେମାନେ ନିଜର ବନ୍ଧୁବାନ୍ଧବ, ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ସେପଟେ ୧୦ଦିନ ହେବ ନାଳ ପାରିହୋଇ ଗାଁ ଲୋକେ ଆସିପାରୁ ନ ଥିବାରୁ ଏବେ ପନ୍ଦର ପରିବାରଙ୍କ ପାଖରେ ଖାଦ୍ୟ ସାମଗ୍ରୀ ମଧ୍ୟ ସାରିଗଲାଣି। ଫଳରେ ଭୋକଉପାସରେ ପନ୍ଦର ପରିବାର ଦିନ କାଟୁଛନ୍ତି। ବିପନ୍ନଙ୍କ ପାଖରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ନ ଥିବାବେଳେ ଅଞ୍ଚଳର କେତେଜଣ ଯୁବକ ମାଲଦା ସରପଞ୍ଚଙ୍କ ସହାୟତାରେ ଶୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ନାଳର ପ୍ରଖର ସ୍ରୋତରେ ବିପନ୍ନଙ୍କ ପାଖରେ ପହଞ୍ଚିବା ସମ୍ଭବ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତରେ ଅସୁସ୍ଥ ହେଲେଣି ୭୧ଜଣ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri