କଚ୍ଛପ ଗତିରେ ୨୯ ମେଗା ପାଣି ପ୍ରକଳ୍ପ

ଯାଜପୁର ଅଫିସ,୨୨ା୮: ରାଜ୍ୟର ୬ ଖଣି ପ୍ରଭାବିତ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଏଥିରେ ନିୟୋଜିତ ଅଣଓଡ଼ିଆ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହାର ସୁଯୋଗରେ କେତେକ ଠିକାସଂସ୍ଥା ରିଭାଇଜ କରାଇ ଚୁକ୍ତିଠାରୁ ଅଧିକ ଅର୍ଥ ମଞ୍ଜୁର କରି ନେଇଛନ୍ତି। ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ୩୧ା୭ା୨୦୨୨ ସୁଦ୍ଧା ୫୮୮୯.୩ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ୩୦୯୯.୫୭ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ବିଡ଼ମ୍ବନା ଯେ, ୫ ବର୍ଷ ହେଲା ସମସ୍ତ ପ୍ରକଳ୍ପ ନିର୍ମାଣାଧୀନ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ୍‌ କେତେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ମନମାନି ଓ ତ୍ରୁଟିପୂର୍ଣ୍ଣ ହେଉଥିବା ପୂର୍ବରୁ ବିଭାଗୀୟ ରିପୋର୍ଟରେ ସ୍ପଷ୍ଟ ହୋଇ ସାରିଛି। ଏହିକ୍ରମରେ ଖଣି ପ୍ରଭାବିତ ଅଞ୍ଚଳବାସୀ ସ୍ବଚ୍ଛ ପାଣି ପାଇଁ ଚାତକ ପରି ଚାହିଁ ରହିଥିବା ମତପ୍ରକାଶ ପାଇଛି।
ଶାହା କମିଶନଙ୍କ ରିପୋର୍ଟ ଆଧାରରେ ସୁପ୍ରିମ୍‌କୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଏମ୍‌ବିଏଡିସି ଗଠିତ ହୋଇଥିଲା। ଓଏମ୍‌ବିଏଡିସି ଅର୍ଥକୁ ମୁଖ୍ୟତଃ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ଓଭରସାଇଟ୍‌ ଅଥରିଟିଙ୍କ ଅନୁମୋଦନ ନେଇ ୭ଟି କ୍ଷେତ୍ରରେ ବ୍ୟୟ ପାଇଁ ସ୍ଥିର କରାଯିବା ପରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହିକ୍ରମରେ ଖଣି ପ୍ରଭାବିତ ଅନୁଗୋଳ, ମୟୂରଭଞ୍ଜ, କୋରାପୁଟ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ୨୦୧୮ରୁ ପର୍ଯ୍ୟାୟକ୍ରମେ ୨୯ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହିସବୁ ମେଗା ପ୍ରକଳ୍ପରେ ଅଣଓଡ଼ିଆ ଠିକାସଂସ୍ଥା ଏନ୍‌ସିସି (ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ), ଏଲ ଆଣ୍ଡ ଟି, ଭୋଲଟାସ ଏବଂ ମେଘା ଇଞ୍ଜିନିୟର ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିଃ(ମେଲ)କୁ ଦାୟିତ୍ୱ ଦିଆଯାଇଛି। କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ନିର୍ମାଣାଧୀନ ପ୍ରକଳ୍ପ ପାଇଁ ୩୨୧.୩୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ଠିକାସଂସ୍ଥା ଏନସିସିକୁ ୨୮୮.୩୩ କୋଟି ଟଙ୍କା ରିଲିଜ୍‌ ହୋଇଛି। ସେହିପରି କେନ୍ଦୁଝର, ଚମ୍ପୁଆ, ଝୁମ୍ପୁରା ଓ ବଂଶପାଳ ପ୍ରକଳ୍ପରେ ୩୧୧.୫୦ କୋଟି, ହରିଚନ୍ଦନପୁର, ଘଟଗଁା, ତେଲକୋଇ, ପାଟନା ଓ ପାଲଲହଡା ପ୍ରକଳ୍ପରେ ୧୦୨୫.୫୩ କୋଟି, ରାଇରଙ୍ଗପୁର ପ୍ରକଳ୍ପରେ ୧୭୮.୯୧ କୋଟି, କୁସୁମୀ ପ୍ରକଳ୍ପରେ ୨୧୧.୯୩ କୋଟି, ଯଶିପୁର ବ୍ଲକ ପ୍ରକଳ୍ପରେ ୨୨୨.୧୧ କୋଟି, ହେମଗିରି ପ୍ରକଳ୍ପରେ ୧୨୩ କୋଟି, କୁତ୍ରା ପ୍ରକଳ୍ପରେ ୧୩୧.୯୬ କୋଟି, ରାଜଗାଙ୍ଗପୁରର ପ୍ରକଳ୍ପରେ ୧୧୬.୮୭ କୋଟି, ଗୁରୁଣ୍ଡିଆ ପ୍ରକଳ୍ପରେ ୬୨ କୋଟି, କୋଇଡା ପ୍ରକଳ୍ପରେ ୨୩ କୋଟି, ଲହୁଣୀପଡା ପ୍ରକଳ୍ପରେ ୫୩ କୋଟି, କୁଆଁରମୁଣ୍ଡା ପ୍ରକଳ୍ପରେ ୯୪.୫୦ କୋଟି, ନୂଆଗଁା ପ୍ରକଳ୍ପରେ ୧୧୦ କୋଟି, ସୁକିନ୍ଦା-୧ ପ୍ରକଳ୍ପରେ ୪୭.୩୮ କୋଟି, ସୁକିନ୍ଦା-୨ ପ୍ରକଳ୍ପରେ ୧୦୦.୫୪ କୋଟି, ସୁନ୍ଦରଗଡ଼ ଜିଲାର ୧୨୨ଟି ଗ୍ରାମ ପାଇଁ ହେଉଥିବା ପ୍ରକଳ୍ପରେ ୧୪୮ କୋଟି, କେନ୍ଦୁଝର ଜିଲାର ୧୧୫ ଗ୍ରାମ ପ୍ରକଳ୍ପରେ ୮୨.୬୭ କୋଟି, ସୁନ୍ଦରଗଡ ଜିଲାର ବିଶ୍ରା, ଲାଠିକଟା, ବଣେଇ ପ୍ରକଳ୍ପରେ ୪୪ କୋଟି ଏବଂ ଲେଫ୍ରିପଡା, ଟାଙ୍ଗରପାଲି, ସୁନ୍ଦରଗଡ, ବରଗଁା, ସବଡେଗା ଓ ବାଲିଶଙ୍କରା ପ୍ରକଳ୍ପରେ ୮୪ କୋଟି ଟଙ୍କା ରିଲିଜ ହୋଇଛି। ଏହାବାଦ୍‌ ମୟୂରଭଞ୍ଜ ଜିଲା ସାମଖୁଣ୍ଟ ବ୍ଲକର ୧୧୭ ଗ୍ରାମ ପାଇଁ ୧୦୦.୧୨ କୋଟି, ସାରସକଣା, କୁଳିଅଣା, ବାଙ୍ଗିରିପୋଷି ବ୍ଲକର ୨୫ ପଞ୍ଚାୟତ ପାଇଁ ୨୦୨.୬୮ କୋଟି, ବାଙ୍ଗିରିପୋଷି, କୁଳିଅଣା ବ୍ଲକର ଅନ୍ୟ ୧୬ ପଞ୍ଚାୟତ ପାଇଁ ୨୦୭.୮୬ କୋଟି, ଉଦଳା, ଉଦଳା ଓ ଖୁଣ୍ଟା ବ୍ଲକ ପାଇଁ ୨୨୧.୫୭ କୋଟି, କପଟିପଡା ବ୍ଲକର ୨୬ ପଞ୍ଚାୟତ ପାଇଁ ୨୩୫.୯୧ କୋଟି, ବଡ଼ସାହି ବ୍ଲକର ୩୦ ପଞ୍ଚାୟତ ପାଇଁ ୨୦୮.୪୭ କୋଟି ଓ ବାରିପଦା ବ୍ଲକର ୧୧ ପଞ୍ଚାୟତ ପାଇଁ ୧୧୬.୬୯ କୋଟି ଏବଂ ରାଇରଙ୍ଗପୁର ଡିଭିଜନ ଅଧୀନସ୍ଥ ରରୁଆଁ ବ୍ଲକରେ ୭୪.୨୧ କୋଟି ଓ ସୁକ୍ରୁଲି ବ୍ଲକ ପାଇଁ ୯୮.୪୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହିସବୁ ପ୍ରକଳ୍ପଗୁଡିକର ଅଗ୍ରଗତି ୮୯.୪୨% ରେ ରହିଛି ବୋଲି ବିଭାଗ ପକ୍ଷରୁ ଦାବି କରାଯାଇଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକରେ ଏନ୍‌ସିସି ପକ୍ଷରୁ ନିର୍ମାଣାଧୀନ ୨ ମେଗା ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ପୂର୍ବରୁ ଇଞ୍ଜିନିୟର୍ସ ଅଥରିଟି ଓ ବିଭାଗୀୟ ତାଗିଦ ହୋଇ ସାରିଛି। ଏହାସତ୍ତ୍ବେ ବିଭିନ୍ନ ଆଳ ଦେଖାଇ ଏହି ପ୍ରକଳ୍ପରେ ମଞ୍ଜୁର ଅର୍ଥ ଠାରୁ ୬ କୋଟି ଟଙ୍କା ଅଧିକ ମଞ୍ଜୁର ହୋଇଥିବା ଜଣାପଡିଛି। ତଥାପି ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ନ ହେବା ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?