ବିପଦ ମୁହଁରେ ୧୬୯ ଗାଁ

ଜଳେଶ୍ୱର,୨୨ା୮(ଡି.ଏନ.ଏ.): ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆସୁଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୨୮ପଞ୍ଚାୟତର ୧୬୯ଟି ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଶତାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୬୦ଜଣ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି। ଜମଶୋଳାଘାଟଠାରେ ବିପଦ ସଂକେତ ୪୯.୧୬ ଥିବା ବେଳେ ଏବେ ସେଠାରେ ୫୩.୫୪ ମିଟର ପାଣି ପ୍ରବାହିତ ହେଉଛି। ଜଳେଶ୍ୱର ବ୍ଳକ ଅଧୀନ ରାଜନଗରଠାରୁ ସୁବର୍ଣ୍ଣରେଖା ନଦୀର ଶେଷ ମୁଣ୍ଡ କିର୍ତ୍ତନୀଆ ପର୍ଯ୍ୟନ୍ତ ସବୁସ୍ଥାନ ବିପଦପୂର୍ଣ୍ଣ ବୋଲି ଜଳସେଚନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଜଳେଶ୍ୱର ରିଂ ବନ୍ଧର ପୀରଘାଟଠାରୁ ଶିଖରପୁର ସେତୁ ଯାଏ ନଦୀବନ୍ଧ ସୁଦୃଢ କରିବାକୁ ଯାଇ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବନ୍ଧର ଉଚ୍ଚତାକୁ ୧ ଫୁଟ କମା ଯାଇଥିବାରୁ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜଳେଶ୍ୱର ଅତିରିକ୍ତ ତହସିଲଦାର ହେମନ୍ତ ନାୟକ, ସୋର ବିଡିଓ ସୁଶାନ୍ତ ବାରିକ, ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ଖଇରା ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ଜଳେଶ୍ୱର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଶଙ୍କର କହଁର ଓ ସବ୍‌ରେଜିଷ୍ଟ୍ରାର କମଳ ବିହାରୀ ଦାସ ପ୍ରମୁଖଙ୍କୁ ବନ୍ୟାମୁକାବିଲା ଲାଗି ଦାୟିତ୍ୱ ଦିଆଯାଇଥିବା ବେଳେ ସେମାନଙ୍କ ସହିତ ଡାକ୍ତରୀ ଟିମ୍‌ ମଧ୍ୟ ରହିଛନ୍ତି। ରବିବାର ଜଳେଶ୍ୱରରେ ଓଡିଆର୍‌ଏଫର ୩ଟି ଟିମ୍‌ରେ ୨୯ଜଣ, ଏନ୍‌ଡିଆର୍‌ଏଫର ୨୦ଜଣ ଓ ଦମକଳ ବାହିନୀର ୧୧ଜଣ ପହଞ୍ଚିଥିବାରୁ ସେମାନଙ୍କୁ ବନ୍ୟା ବିପଦ ଥିବା ସ୍ଥାନକୁ ପଠାଇ ଦିଆଯାଇଛି। ଦିବାରାତ୍ର ଏକ କଣ୍ଟୋଲରୁମ୍‌ ବ୍ଲକ କାର୍ଯ୍ୟାଳୟରେ ଖୋଲା ଯାଇଥିବା ବିଡିଓ ପୁନମ୍‌ ରାଉତ୍‌ ସୂଚନା ଦେଇଛନ୍ତି। ସବୁ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଜିଲାପରିଷଦ ସଦସ୍ୟମାନଙ୍କୁ ସମ୍ଭାବ୍ୟ ବିପଦ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ରବିବାର ଜଳେଶ୍ୱର ବ୍ଲକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସେହିପରି ପୌରପାଳିକାରେ ପୌରପାଳ ପ୍ରଦୀପ ପ୍ରଧାନଙ୍କ ପୌରହିତ୍ୟରେ ସମସ୍ତ ନିର୍ବାଚିତ ପ୍ରତିନିଧି, ପୌରଅଧିକାରୀ ଅଜୟ ମହାପାତ୍ର ଓ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଲୋକଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?