ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ

କେନ୍ଦ୍ରାପଡ଼ା ଅଫିସ,୨୨ା୮: ମହାନଦୀରେ ବନ୍ୟା ପାଣି କେନ୍ଦ୍ରାପଡ଼ା ଜିଲାର କୃଷି ଅର୍ଥନୀତିକୁ ବିପନ୍ନ କରି ଦେଇଛି। ଜିଲାର ୭ ବ୍ଲକର ୪୧ ପଞ୍ଚାୟତରେ ବନ୍ୟାଜଳ ଜମି ରହି ଖରିଫ ଚାଷ, ପନିପରିବା ଫସଲକୁ ଉଜାଡି ଦେଇଛି। ଏବେ ସୁଦ୍ଧା ବନ୍ୟା ପ୍ରଭାବିତ ୧୦୬ ଗ୍ରାମ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବନ୍ୟା ଜଳ ରହିଛି। ଋଣ ଶୁଝିବା ଚିନ୍ତା ଏବେ ଚାଷୀଙ୍କୁ ଘାରିଛି। ଚାଷ କ୍ଷତିର ଆକଳନ ଆସନ୍ତା ୨୭ ତାରିଖ ମଧ୍ୟରେ ପ୍ରସ୍ତୁତ କରିବାକୁ ଜିଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଏହି ଜିଲାରେ ପୂର୍ବରୁ କପା, ସୂର୍ଯ୍ୟମୁଖୀ, ନଳିତା, ଆଖୁ ଆଦି ଉପତ୍ାଦନ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଥିଲା। ଏହାଦ୍ୱାରା ଆର୍ଥିକ ପ୍ରଗତି ମଧ୍ୟ ହେଉଥିଲା। ହେଲେ ଦୁଇ ଦଶନ୍ଧି ଧରି କୃଷି ଏବେ ଲାଭଜନକ ଓ ଅର୍ଥ ଆମଦାନୀର ପଥ ହୋଇନାହିଁ। ଜିଲାର ଅର୍ଥନୀତିକୁ ସୁଦୃଢ଼ ପାଇଁ ଅର୍ଥକରୀ ଫସଲର ଆବଶ୍ୟକତା ଦରକାର ପଡିଛି। ଓୟୁଏଟିର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ସହ ଯୁବବର୍ଗଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଆବଶ୍ୟକ। ଜିଲାକୁ ଏକ ୟୁନିଟ ଭାବେ ଗ୍ରହଣ କରି ଫସଲ ଉପତ୍ାଦନ କଲେ ଫସଲଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ। ଯୁବବର୍ଗଙ୍କୁ ନିଜ ଜିଲାରେ କର୍ମ ନିଯୁକ୍ତି ମିଳିବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ବାନାମ୍ବର ସାହୁ, ମୀର ଅବୁ ଓବେଦା, ଲକ୍ଷ୍ମୀକାନ୍ତ ନାୟକ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ କହିଛନ୍ତି, ଜିଲାର ଅଧିକାଂଶ ଯୁବବର୍ଗ ବାହାର ରାଜ୍ୟ ସୂତାକଳରେ କାମ କରୁଥିବା ଲକ୍ଷ୍ୟ କରାଯାଉଛି। ଏହି ଜିଲାରେ କପା ଚାଷ କଲେ କଞ୍ଚାମାଲର ଅଭାବ ରହିବ ନାହିଁ। ଫଳରେ ସୂତା ମିଲ୍‌ ହୋଇପାରିବ। ସେହିପରି ବାଉଁଶ ପ୍ରତି ଗ୍ରାମରେ ଅଛି। ଭିତ୍ତିଭୂମି ଓ ପରିବେଶ ବାଉଁଶ ଚାଷ ପ୍ରତି ଅନୁକୂଳ ଅଛି। ଏହା ପ୍ରାକୃତିକ ବିପର୍ଯ୍ୟୟ ସହଣୀ ମଧ୍ୟ। ଜିଲାରେ ବ୍ୟାପକ ଭାବେ ବାଉଁଶ ଚାଷ ଦ୍ୱାରା କାଗଜକଳର ସ୍ବପ୍ନ ଦେଖି ହେବ। ନଳିତା ଚାଷରେ କେନ୍ଦ୍ରାପଡ଼ା ଜିଲା ବହୁ ଅଗ୍ରଗତି କରିଥିଲା। ଏଥିପାଇଁ ଜଜାଙ୍ଗଠାରେ ଝୋଟ ଗବେଷଣାଗାର ହୋଇଥିଲା। ଏଠାରେ ମଧ୍ୟ ୩ ପ୍ରକାର ନଳିତାର ନୂତନ ବିହନ ଉପତ୍ାଦନ ହୋଇଥିଲା। ତେବେ ଝୋଟ ବିକ୍ରି କରିବାରେ ସମସ୍ୟା ହେବାରୁ ଏହି ଫସଲ ପ୍ରତି କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ପ୍ଲାଷ୍ଟିକ ପରିବର୍ତ୍ତେ ପରିବେଶ ଅନୁକୂଳ ଝୋଟ ଓ କପଡା ବ୍ୟାଗ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି। ଝୋଟ କଳ ସ୍ଥାପନ ହେଲେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବା ସହ ଏକକ ଚାଷ କ୍ଷେତ୍ରରେ ଜିଲା ସ୍ବାବଲମ୍ବୀ ହୋଇପାରିବ। ସାମୁଦ୍ରିକ ଝଡ, ବନ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଜିଲାରେ ବ୍ୟାପକ ଭାବେ ଟମାଟୋ ଚାଷ ହେଉଛି। ତେବେ ଅଧିକ ଅମଳ ପରେ ବିକ୍ରି ନ ହେବାରୁ ରାସ୍ତାଘାଟରେ ଅଥବା କ୍ଷେତରେ ଫସଲକୁ ଚାଷୀ ନଷ୍ଟ କରୁଥିବା ନଜିର ରହିଛି। ଜିଲାରେ ଟମାଟୋ ସସ୍‌ ତିଆରି କାରଖାନା କରାଗଲେ ଯୁବବର୍ଗ ପ୍ରୋତ୍ସାହିତ ହୋଇପାରିବେ। ମାଛ, ଛେଳି, ମେଣ୍ଢା, କୁକୁଡା ଚାଷକୁ ବ୍ୟାପକ କରାଯାଇ ପାରିବ। ଏଥିପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ। ସେହିପରି କେତେକ କାରଣ ଯୋଗୁ ଜିଲାରେ କୃଷି ଏବେ ଅର୍ଥ ରୋଜଗାର ପାଇଁ ଲାଭଦାୟକ ନୁହେଁ। ଜଳ ପରିଚାଳନା ଏଠାରେ ପ୍ରମୁଖ ସମସ୍ୟା। ଜଳସେଚନ ଓ ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଦରକାର। କୃଷି ଉପତ୍ାଦ ସଂରକ୍ଷଣ ପାଇଁ ଅଦ୍ୟାବଧି କୌଣସି ଶୀତଳଭଣ୍ଡାର ନାହିଁ। ଓୟୁଏଟିର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଏଠାରେ ସ୍ଥାପନ ହେଲେ ଯୁବବର୍ଗଙ୍କ ତାଲିମ ବ୍ୟବସ୍ଥାକୁ ସହଜ କରିହେବ। କୃଷିଜାତ ଶିଳ୍ପ ଉପତ୍ାଦର ବିକ୍ରି ପାଇଁ ମଣ୍ଡିର ଆବଶ୍ୟକତା ଅଛି। ଏବେ ରେଳପଥ ପାଇଁ ପରିବହନ ସୁବିଧା ମିଳିପାରିବ। ଜିଲା ବାହାରକୁ କୃଷି ଉପତ୍ାଦ ନ ଗଲେ ଅର୍ଥନୀତି ସୁଧୁରିବ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରା କହିଛନ୍ତି, ଗତ ଆର୍ଥତ୍କ ବର୍ଷରେ ୧୧୨ ଓ ଚଳିତ ଆର୍ଥିକ ବର୍ଷରେ ୪୩ଟି କ୍ଷୁଦ୍ର ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ କୃଷିଭିତ୍ତିକ କୌଣସି ପ୍ରକଳ୍ପ ପାଇଁ ଆବେଦନପତ୍ର ଆସିନାହିଁ। ଜିଲା କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, ବିଭିନ୍ନ ଚାଷ ପାଇଁ ତାଲିମ ପ୍ରଦାନ ହେଉଛି। ତେବେ ଜିଲାର କୌଣସି ଏକ କୃଷିଭିତ୍ତିକ ଶିଳ୍ପ ପାଇଁ ଗୋଟିଏରୁ ଦୁଇଟି ଚାଷ ପ୍ରତି ଧ୍ୟାନ ଦେବାକୁ ହେବ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଜିଲାରେ ଏକ ସ୍ବତନ୍ତ୍ର କୃଷି ଉପତ୍ାଦନ ପାଇଁ ଅଦ୍ୟାବଧି କୌଣସି ଯୋଜନା ନାହିଁ। ଆଗାମୀ ବୈଠକରେ ଏ ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?