ପିଲାଙ୍କୁ କୋଚିଂ ସେଣ୍ଟରମୁହାଁ କରୁଛନ୍ତି ସରକାରୀ ଶିକ୍ଷକ

ଜଗତ୍‌ସିଂହପୁର ଅଫିସ୍‌, ୩୦ା୮:ବିଦ୍ୟାଳୟସ୍ତରରେ ସରକାରୀ ଶିକ୍ଷକ ବେସରକାରୀ ଭାବେ ଶିକ୍ଷାଦାନ କରି ପାରିବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରୀ ଶିକ୍ଷକ ବେସରକାରୀ ଟ୍ୟୁସନ୍‌ କିମ୍ବା କୋଚିଂ ସେଣ୍ଟର ଆଦିରେ ଶିକ୍ଷାଦାନକୁ ବାରଣ କରାଯାଇଛି। କିନ୍ତୁ ଏଭଳି କଲେ ତାହା ସରକାରୀ କର୍ମଚାରୀ ଶୃଙ୍ଖଳା ନିୟମର ଖୋଲା ଉଲ୍ଲଂଘନ ହେବ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାସ୍ତବରେ କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟକାରୀ ହେଉନାହିଁ। ଯେଉଁଥିପାଇଁ ଜିଲା ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଟ୍ୟୁସନ୍‌, ଶତାଧିକ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲ ଆଦି ଅବାଧରେ ଚାଲିଛି। ଏହାଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଜଗତ୍‌ସିଂହପୁର ସହରରେ ୨୦ରୁ ଅଧିକ କୋଚିଂ ସେଣ୍ଟର, ଟ୍ୟୁଟୋରିଆ ଚାଲିଛି। ଏଗୁଡିକରେ ଶିକ୍ଷାଦାନ କରୁଥିବା ଅଧିକାଂଶ ହେଉଛନ୍ତି ସରକାରୀ ଶିକ୍ଷକ। ବଡ କଥା ହେଲା କେତୋଟିର ମାଲିକ ମଧ୍ୟ ନିଜେ ସରକାରୀ ଶିକ୍ଷକ। ବିଦ୍ୟାଳୟ ସମୟ ପୂର୍ବରୁ ଏବଂ ପରେ ଏହି ସରକାରୀ ଶିକ୍ଷକମାନେ କୋଚିଂ ସେଣ୍ଟର/ଟ୍ୟୁଟୋରିଆଲରେ ଶିକ୍ଷାଦାନ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏଭଳି କେବଳ ଜଗତ୍‌ସିଂହପୁର ନୁହେଁ, ସାରା ଜିଲାରେ ଦେଖିବାକୁ ମିଳିଛି। ଏ ସମ୍ପର୍କରେ କେତେଜଣ ଅଭିଭାବକ ଅଭିଯୋଗରେ ଦର୍ଶାଇଛନ୍ତି, ସରକାରୀ ଶିକ୍ଷାନୁଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି। କିନ୍ତୁ ଶିକ୍ଷାଦାନ ପ୍ରତି ଆନ୍ତରିକତା ରହୁନି। ନୂଆ କୌଶଳରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ହେବା ତ ଦୂରର କଥା ପିଲାମାନଙ୍କ ଭବିଷ୍ୟତ ପ୍ରତି ଚିନ୍ତିତ ରହୁନାହାନ୍ତି। ଯେଉଁ କାରଣରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ଶିକ୍ଷାନୁଷ୍ଠାନ ନେବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ମାଟ୍ରିକ ପାସ୍‌ କଲେ ଡାକ୍ତରୀ, ଇଞ୍ଜିନିୟରିଂ ଆଦିରେ ନାମ ଲେଖାଇବା ପାଇଁ ୧୫% ସଂରକ୍ଷଣ ରହିଛି। ତଥାପି ସରକାରୀ ଅପେକ୍ଷା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ପ୍ରତି ଚାହିଦା ବଢୁଛି। ଅପରପକ୍ଷେ ସରକାରୀ ଶିକ୍ଷକମାନେ ପିଲାମାନଙ୍କୁ ଟ୍ୟୁସନ୍‌/କୋଚିଂ ସେଣ୍ଟର/ଟ୍ୟୁଟୋରିଆଲ ମୁହଁା ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। ଏପରି କି ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ହେଲେ ଏହାର ଆବଶ୍ୟକତା ରହିଛି ବୋଲି କହି ସେମାନେ ପିଲାମାନଙ୍କୁ ପ୍ରଭାବିତ କରୁଛନ୍ତି। ଏଭଳି ସରକାରୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରୋହିବିସନ୍‌ ଅଫ ଡେପ୍ଲଏମେଣ୍ଟ ଅଫ ଟିଚର୍ସ ଫର ନନ୍‌ ଏଜୁକେଶନାଲ୍‌ ପର୍ପୋଜେସ୍‌ ଅନୁଯାୟୀ କୌଣସି ସରକାରୀ ଶିକ୍ଷକ ବେସରକାରୀ ଅନୁଷ୍ଠାନ ସହ ଜଡିତ ରହିପାରିବେ ନାହିଁ। କେବଳ ଜନ ଗଣନା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ବଣ୍ଟନ, ସ୍ଥାନୀୟ ନିର୍ବାଚନ, ବିଧାନସଭା ଓ ଏମ୍‌ପି ନିର୍ବାଚନ ବେଲେ ନିଯୁକ୍ତ ପାଇ ପାରିବେ। ଏ ସମ୍ପର୍କିତ ଏକ ମାମଲାର ବିଚାର କରି ମାଡ୍ରାସ୍‌ ହାଇକୋର୍ଟ ବିଚାରପତି ଏସ୍‌. ଏମ୍‌. ସୁବ୍ରମଣ୍ୟମ୍‌ ଉଲ୍ଲେଖନୀୟ ରାୟ ଶୁଣାଇଥିଲେ। ଏଥିରେ ଉଲ୍ଲେଖ ଥିଲା ସରକାରୀ ଶିକ୍ଷକମାନେ ବିଦ୍ୟାଳୟ ସମୟ ବାଦ୍‌ ଏପରି କି ଛୁଟି ଦିନରେ ମଧ୍ୟ ଟ୍ୟୁସନ୍‌ କିମ୍ବା ଟ୍ୟୁଟୋରିଆଲ କ୍ଲାସ୍‌ କରିପାରିବେ ନାହିଁ। ବିଚାରପତି କହିଥିଲେ, ଶିକ୍ଷକମାନେ ସାଧୁତାର ସହ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ଜରୁରୀ। ଏଥିସହ ସାରା ରାଜ୍ୟରେ ଥିବା ବିଦ୍ୟାଳୟରେ ଟୋଲ ଫ୍ରି ନମ୍ବର ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା କାର୍ଯ୍ୟକାରୀ ହେଲେ ବେସରକାରୀ ଟ୍ୟୁସନ୍‌ କିମ୍ବା ଟ୍ୟୁଟୋରିଆ ଶ୍ରେଣୀରେ ସରକାରୀ ଶିକ୍ଷକଙ୍କ ସମ୍ପୃକ୍ତି, ବିଶୃଙ୍ଖଳା, ବେଆଇନ କାର୍ଯ୍ୟ, ଅନିୟମିତତା ଏବଂ ଯୌନ ନିର୍ଯାତନା ଆଦି ସମ୍ପର୍କରେ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଅନ୍ୟମାନେ ଅଭିଯୋଗ କରିପାରିବେ। ବିଦ୍ୟାଳୟଗୁଡ଼ିକର ନୋଟିସ୍‌ ବୋର୍ଡରେ ଏହି ଟୋଲ ଫ୍ରି ନମ୍ବର ଭଲ ଭାବେ ପ୍ରଦର୍ଶିତ ହେବା ଉଚିତ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରଙ୍କୁ ପଚାରିବାରେ ସରକାରୀ ନିର୍ଦ୍ଦେଶନାମା ଅନୁସରଣ କରାଯାଇ ବେଆଇନ କୋଚିଂ ସେଣ୍ଟର ଆଦି ଉପରେ ନଜର ରଖାଯିବ। ଯେଉଁ ସରକାରୀ ଶିକ୍ଷକମାନେ ସେଥିରେ ସମ୍ପୃକ୍ତ ଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri