ପିଲାଙ୍କୁ କୋଚିଂ ସେଣ୍ଟରମୁହାଁ କରୁଛନ୍ତି ସରକାରୀ ଶିକ୍ଷକ

ଜଗତ୍‌ସିଂହପୁର ଅଫିସ୍‌, ୩୦ା୮:ବିଦ୍ୟାଳୟସ୍ତରରେ ସରକାରୀ ଶିକ୍ଷକ ବେସରକାରୀ ଭାବେ ଶିକ୍ଷାଦାନ କରି ପାରିବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରୀ ଶିକ୍ଷକ ବେସରକାରୀ ଟ୍ୟୁସନ୍‌ କିମ୍ବା କୋଚିଂ ସେଣ୍ଟର ଆଦିରେ ଶିକ୍ଷାଦାନକୁ ବାରଣ କରାଯାଇଛି। କିନ୍ତୁ ଏଭଳି କଲେ ତାହା ସରକାରୀ କର୍ମଚାରୀ ଶୃଙ୍ଖଳା ନିୟମର ଖୋଲା ଉଲ୍ଲଂଘନ ହେବ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାସ୍ତବରେ କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟକାରୀ ହେଉନାହିଁ। ଯେଉଁଥିପାଇଁ ଜିଲା ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଟ୍ୟୁସନ୍‌, ଶତାଧିକ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲ ଆଦି ଅବାଧରେ ଚାଲିଛି। ଏହାଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଜଗତ୍‌ସିଂହପୁର ସହରରେ ୨୦ରୁ ଅଧିକ କୋଚିଂ ସେଣ୍ଟର, ଟ୍ୟୁଟୋରିଆ ଚାଲିଛି। ଏଗୁଡିକରେ ଶିକ୍ଷାଦାନ କରୁଥିବା ଅଧିକାଂଶ ହେଉଛନ୍ତି ସରକାରୀ ଶିକ୍ଷକ। ବଡ କଥା ହେଲା କେତୋଟିର ମାଲିକ ମଧ୍ୟ ନିଜେ ସରକାରୀ ଶିକ୍ଷକ। ବିଦ୍ୟାଳୟ ସମୟ ପୂର୍ବରୁ ଏବଂ ପରେ ଏହି ସରକାରୀ ଶିକ୍ଷକମାନେ କୋଚିଂ ସେଣ୍ଟର/ଟ୍ୟୁଟୋରିଆଲରେ ଶିକ୍ଷାଦାନ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏଭଳି କେବଳ ଜଗତ୍‌ସିଂହପୁର ନୁହେଁ, ସାରା ଜିଲାରେ ଦେଖିବାକୁ ମିଳିଛି। ଏ ସମ୍ପର୍କରେ କେତେଜଣ ଅଭିଭାବକ ଅଭିଯୋଗରେ ଦର୍ଶାଇଛନ୍ତି, ସରକାରୀ ଶିକ୍ଷାନୁଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି। କିନ୍ତୁ ଶିକ୍ଷାଦାନ ପ୍ରତି ଆନ୍ତରିକତା ରହୁନି। ନୂଆ କୌଶଳରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ହେବା ତ ଦୂରର କଥା ପିଲାମାନଙ୍କ ଭବିଷ୍ୟତ ପ୍ରତି ଚିନ୍ତିତ ରହୁନାହାନ୍ତି। ଯେଉଁ କାରଣରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ଶିକ୍ଷାନୁଷ୍ଠାନ ନେବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ମାଟ୍ରିକ ପାସ୍‌ କଲେ ଡାକ୍ତରୀ, ଇଞ୍ଜିନିୟରିଂ ଆଦିରେ ନାମ ଲେଖାଇବା ପାଇଁ ୧୫% ସଂରକ୍ଷଣ ରହିଛି। ତଥାପି ସରକାରୀ ଅପେକ୍ଷା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ପ୍ରତି ଚାହିଦା ବଢୁଛି। ଅପରପକ୍ଷେ ସରକାରୀ ଶିକ୍ଷକମାନେ ପିଲାମାନଙ୍କୁ ଟ୍ୟୁସନ୍‌/କୋଚିଂ ସେଣ୍ଟର/ଟ୍ୟୁଟୋରିଆଲ ମୁହଁା ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। ଏପରି କି ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ହେଲେ ଏହାର ଆବଶ୍ୟକତା ରହିଛି ବୋଲି କହି ସେମାନେ ପିଲାମାନଙ୍କୁ ପ୍ରଭାବିତ କରୁଛନ୍ତି। ଏଭଳି ସରକାରୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରୋହିବିସନ୍‌ ଅଫ ଡେପ୍ଲଏମେଣ୍ଟ ଅଫ ଟିଚର୍ସ ଫର ନନ୍‌ ଏଜୁକେଶନାଲ୍‌ ପର୍ପୋଜେସ୍‌ ଅନୁଯାୟୀ କୌଣସି ସରକାରୀ ଶିକ୍ଷକ ବେସରକାରୀ ଅନୁଷ୍ଠାନ ସହ ଜଡିତ ରହିପାରିବେ ନାହିଁ। କେବଳ ଜନ ଗଣନା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ବଣ୍ଟନ, ସ୍ଥାନୀୟ ନିର୍ବାଚନ, ବିଧାନସଭା ଓ ଏମ୍‌ପି ନିର୍ବାଚନ ବେଲେ ନିଯୁକ୍ତ ପାଇ ପାରିବେ। ଏ ସମ୍ପର୍କିତ ଏକ ମାମଲାର ବିଚାର କରି ମାଡ୍ରାସ୍‌ ହାଇକୋର୍ଟ ବିଚାରପତି ଏସ୍‌. ଏମ୍‌. ସୁବ୍ରମଣ୍ୟମ୍‌ ଉଲ୍ଲେଖନୀୟ ରାୟ ଶୁଣାଇଥିଲେ। ଏଥିରେ ଉଲ୍ଲେଖ ଥିଲା ସରକାରୀ ଶିକ୍ଷକମାନେ ବିଦ୍ୟାଳୟ ସମୟ ବାଦ୍‌ ଏପରି କି ଛୁଟି ଦିନରେ ମଧ୍ୟ ଟ୍ୟୁସନ୍‌ କିମ୍ବା ଟ୍ୟୁଟୋରିଆଲ କ୍ଲାସ୍‌ କରିପାରିବେ ନାହିଁ। ବିଚାରପତି କହିଥିଲେ, ଶିକ୍ଷକମାନେ ସାଧୁତାର ସହ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ଜରୁରୀ। ଏଥିସହ ସାରା ରାଜ୍ୟରେ ଥିବା ବିଦ୍ୟାଳୟରେ ଟୋଲ ଫ୍ରି ନମ୍ବର ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା କାର୍ଯ୍ୟକାରୀ ହେଲେ ବେସରକାରୀ ଟ୍ୟୁସନ୍‌ କିମ୍ବା ଟ୍ୟୁଟୋରିଆ ଶ୍ରେଣୀରେ ସରକାରୀ ଶିକ୍ଷକଙ୍କ ସମ୍ପୃକ୍ତି, ବିଶୃଙ୍ଖଳା, ବେଆଇନ କାର୍ଯ୍ୟ, ଅନିୟମିତତା ଏବଂ ଯୌନ ନିର୍ଯାତନା ଆଦି ସମ୍ପର୍କରେ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଅନ୍ୟମାନେ ଅଭିଯୋଗ କରିପାରିବେ। ବିଦ୍ୟାଳୟଗୁଡ଼ିକର ନୋଟିସ୍‌ ବୋର୍ଡରେ ଏହି ଟୋଲ ଫ୍ରି ନମ୍ବର ଭଲ ଭାବେ ପ୍ରଦର୍ଶିତ ହେବା ଉଚିତ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରଙ୍କୁ ପଚାରିବାରେ ସରକାରୀ ନିର୍ଦ୍ଦେଶନାମା ଅନୁସରଣ କରାଯାଇ ବେଆଇନ କୋଚିଂ ସେଣ୍ଟର ଆଦି ଉପରେ ନଜର ରଖାଯିବ। ଯେଉଁ ସରକାରୀ ଶିକ୍ଷକମାନେ ସେଥିରେ ସମ୍ପୃକ୍ତ ଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?