ଚଢ଼ା ଦରରେ ସାର ବିକ୍ରି: ଚିନ୍ତାରେ ଚାଷୀ

ମହାକାଳପଡ଼ା, ୩୦ା୮(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୋଟ ଚାଷ ଜମି ୨୮,୫୦୦ ହେକ୍ଟରରୁ ଅଧିକ। ସେଥିମଧ୍ୟରୁ ୨୪ ହଜାର ହେକ୍ଟରରୁ ଅଧିକ ଜମିରେ ଖରିଫ ଧାନ ଫସଲ ହେଉଛି। ଏହି ଅଞ୍ଚଳରେ ୭ ହଜାରରୁ ଅଧିକ ଜଳସେଚନ ଜମି ରହିଛି। ଭାଦ୍ରବ ମାସ ଅଧା ହେଲାଣି ଚାଷ ଜମିରେ ଅଧିକାଂଶ ସ୍ଥାନରେ ବନ୍ୟାଜଳ ପ୍ରବେଶ ଯୋଗୁ ଖରିଫ୍‌ ଫସଲ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି। ଜମିରେ ଭଲ ଅମଳ ପାଇଁ ସାର ଦରକାର ପଡୁଛି। କିନ୍ତୁ ଆବଶ୍ୟକ ପରିମାଣରେ ସାର ମିଳୁ ନ ଥିବାରୁ ଚାଷୀମାନେ ଚଢା ଦରର ଖୁଚୁରା ବ୍ୟବସାୟୀଙ୍କଠାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ବ୍ଲକରେ ସରକାରୀ ଭାବେ ୨୪ଟି ସମବାୟ ସମିତିରୁ କେତେକ ସମିତି ପକ୍ଷରୁ କୃଷକମାନଙ୍କୁ ରିହାତି ଦରରେ ସାର ବିକ୍ରି କରାଯାଉଛି। ଶତାଧିକ ଚାଷୀ ସରକାରୀ ଦରରେ ସାର କିଣିବାରୁ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷରେ ବ୍ଲକରେ ୩୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀଙ୍କୁ ସରକାରୀ ଭାବେ ଲାଇସେନ୍ସ ପାଇ ସାର ବିକ୍ରି କରିବାକୁ ଅନୁମତି ମିଳିଛି। କିନ୍ତୁ ସାର ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଛି। ଚାଷୀଙ୍କ ଆବଶ୍ୟକ ଅନୁସାରେ ସାର ମିଳୁନାହିଁ ବୋଲି ଅଭିଯୋଗ ହେଉଛି।
ମହାକାଳପଡ଼ା ବ୍ଲକ ଚାଷୀଙ୍କୁ ସାର ମିଳୁନାହିଁ। ଫଳରେ ଅଞ୍ଚଳର ଚାଷୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ସାର କମ୍ପାନୀ ସର୍ବାଧିକ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ କିଣୁଛନ୍ତି। ୟୁରିଆ, ଗ୍ରୋମୋର, ଡିଏପି ଓ ଅନ୍ୟ ସାର ବସ୍ତା ପ୍ରତି ୨ରୁ ୩ ଶହ ଟଙ୍କା ଅଧିକରେ ବିକ୍ରି ହେଉଥିବା ସ୍ଥାନୀୟ ଅଞ୍ଚଳର ଚାଷୀ ବାବାଜୀ ବେହେରା, ସଦାଶିବ ରାଉତ, ହରି ଗୋଛାୟତ, କୈଳାସ ରାଉତ, ବାବାଜୀ ଜେନା, ଅଭୟ ନାୟକଙ୍କ ସମେତ ପ୍ରାକ୍ତନ ସରପଞ୍ଚ ନାଥ କୁମାର ଭୋଳ ଅଭିଯୋଗ କରିଛନ୍ତି। ବ୍ଲକ ବିଭିନ୍ନ ସ୍ଥାନର ଖୁଚୁରା ବ୍ୟବସାୟୀମାନେ ଚଢ଼ା ଦରରେ ଚାଷୀମାନଙ୍କୁ ସାର ବିକ୍ରି କରୁଛନ୍ତି। ସେମାନଙ୍କୁ ପଚାରିଲେ ଉପରୁ ସାରା ଯୋଗାଣ କମ୍‌ ଆସୁଛି। ଆମେ ବାଧ୍ୟହୋଇ ଚଢ଼ା ଦରରେ ସାର ବିକ୍ରି କରିବାକୁ ପଡୁଛି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏ ସମ୍ପର୍କରେ ମାର୍ଶାଘାଇସ୍ଥିତ ଜିଲା କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦୁଲିଙ୍କୁ ପଚାରିବାରେ କଳାବଜାରକାରୀ ସାର ବ୍ୟବସାୟୀଙ୍କ ଉପରେ ବିଭାଗ ସତର୍କ ଦୃଷ୍ଟି ରଖିଛି। ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଚଢାଉ କରାଯିବ। ଖୁବ୍‌ଶୀଘ୍ର ଚାଷୀଙ୍କ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri