ଚଢ଼ା ଦରରେ ସାର ବିକ୍ରି: ଚିନ୍ତାରେ ଚାଷୀ

ମହାକାଳପଡ଼ା, ୩୦ା୮(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୋଟ ଚାଷ ଜମି ୨୮,୫୦୦ ହେକ୍ଟରରୁ ଅଧିକ। ସେଥିମଧ୍ୟରୁ ୨୪ ହଜାର ହେକ୍ଟରରୁ ଅଧିକ ଜମିରେ ଖରିଫ ଧାନ ଫସଲ ହେଉଛି। ଏହି ଅଞ୍ଚଳରେ ୭ ହଜାରରୁ ଅଧିକ ଜଳସେଚନ ଜମି ରହିଛି। ଭାଦ୍ରବ ମାସ ଅଧା ହେଲାଣି ଚାଷ ଜମିରେ ଅଧିକାଂଶ ସ୍ଥାନରେ ବନ୍ୟାଜଳ ପ୍ରବେଶ ଯୋଗୁ ଖରିଫ୍‌ ଫସଲ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି। ଜମିରେ ଭଲ ଅମଳ ପାଇଁ ସାର ଦରକାର ପଡୁଛି। କିନ୍ତୁ ଆବଶ୍ୟକ ପରିମାଣରେ ସାର ମିଳୁ ନ ଥିବାରୁ ଚାଷୀମାନେ ଚଢା ଦରର ଖୁଚୁରା ବ୍ୟବସାୟୀଙ୍କଠାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ବ୍ଲକରେ ସରକାରୀ ଭାବେ ୨୪ଟି ସମବାୟ ସମିତିରୁ କେତେକ ସମିତି ପକ୍ଷରୁ କୃଷକମାନଙ୍କୁ ରିହାତି ଦରରେ ସାର ବିକ୍ରି କରାଯାଉଛି। ଶତାଧିକ ଚାଷୀ ସରକାରୀ ଦରରେ ସାର କିଣିବାରୁ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷରେ ବ୍ଲକରେ ୩୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀଙ୍କୁ ସରକାରୀ ଭାବେ ଲାଇସେନ୍ସ ପାଇ ସାର ବିକ୍ରି କରିବାକୁ ଅନୁମତି ମିଳିଛି। କିନ୍ତୁ ସାର ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଛି। ଚାଷୀଙ୍କ ଆବଶ୍ୟକ ଅନୁସାରେ ସାର ମିଳୁନାହିଁ ବୋଲି ଅଭିଯୋଗ ହେଉଛି।
ମହାକାଳପଡ଼ା ବ୍ଲକ ଚାଷୀଙ୍କୁ ସାର ମିଳୁନାହିଁ। ଫଳରେ ଅଞ୍ଚଳର ଚାଷୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ସାର କମ୍ପାନୀ ସର୍ବାଧିକ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ କିଣୁଛନ୍ତି। ୟୁରିଆ, ଗ୍ରୋମୋର, ଡିଏପି ଓ ଅନ୍ୟ ସାର ବସ୍ତା ପ୍ରତି ୨ରୁ ୩ ଶହ ଟଙ୍କା ଅଧିକରେ ବିକ୍ରି ହେଉଥିବା ସ୍ଥାନୀୟ ଅଞ୍ଚଳର ଚାଷୀ ବାବାଜୀ ବେହେରା, ସଦାଶିବ ରାଉତ, ହରି ଗୋଛାୟତ, କୈଳାସ ରାଉତ, ବାବାଜୀ ଜେନା, ଅଭୟ ନାୟକଙ୍କ ସମେତ ପ୍ରାକ୍ତନ ସରପଞ୍ଚ ନାଥ କୁମାର ଭୋଳ ଅଭିଯୋଗ କରିଛନ୍ତି। ବ୍ଲକ ବିଭିନ୍ନ ସ୍ଥାନର ଖୁଚୁରା ବ୍ୟବସାୟୀମାନେ ଚଢ଼ା ଦରରେ ଚାଷୀମାନଙ୍କୁ ସାର ବିକ୍ରି କରୁଛନ୍ତି। ସେମାନଙ୍କୁ ପଚାରିଲେ ଉପରୁ ସାରା ଯୋଗାଣ କମ୍‌ ଆସୁଛି। ଆମେ ବାଧ୍ୟହୋଇ ଚଢ଼ା ଦରରେ ସାର ବିକ୍ରି କରିବାକୁ ପଡୁଛି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏ ସମ୍ପର୍କରେ ମାର୍ଶାଘାଇସ୍ଥିତ ଜିଲା କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦୁଲିଙ୍କୁ ପଚାରିବାରେ କଳାବଜାରକାରୀ ସାର ବ୍ୟବସାୟୀଙ୍କ ଉପରେ ବିଭାଗ ସତର୍କ ଦୃଷ୍ଟି ରଖିଛି। ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଚଢାଉ କରାଯିବ। ଖୁବ୍‌ଶୀଘ୍ର ଚାଷୀଙ୍କ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri