ହକି ଖେଳ ପ୍ରତି ଆଗ୍ରହ ବଢ଼ାଅ

ବାଲିକୁଦା,୩୦।୮(ସ୍ବ.ପ୍ର.):ବାଲିକୁଦାସ୍ଥିତ ବୋରିକିନା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀଜାତୀୟ କ୍ରୀଡ଼ାଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଳ ପଟୁଓ୍ବାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ହାଇସ୍କୁଲ ପରିସରରେ ନିର୍ମିତ ମୋ ସ୍କୁଲ ହକି କ୍ଲବର ନୂତନ ଗୃହକୁ ଉଦ୍‌ଘାଟନ କରିଥିଲେ ା ହକି କିମ୍ବଦନ୍ତୀ ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନଙ୍କୁ ହକି ସରଞ୍ଜାମ ବଣ୍ଟନ କରାଯାଇଥିଲା। ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ସକାଶେ ସବୁ ପ୍ରକାର ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଜିଲା କ୍ରୀଡ଼ା ଅଧିକାରିଣୀ ବିଶ୍ୱବିଜୟିନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅଂଶୁମାନ ଶତପଥୀ, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା, ଜିଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ, ବୋରିକିନା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କୁଷୁମାଞ୍ଜଳି ଦାସ, ଆଇନଜୀବୀ ବୀରନାରାୟଣ ପାତ୍ର, ନେହେରୁ ଯୁବ କେନ୍ଦ୍ର ଜିଲା ସଂଯୋଜକ ନିଖିଲ କୋକୁଲ, ପବିତ୍ର ମୋହନ ସୁବୁଦ୍ଧି, ହକି ସଙ୍ଗଠନ ସଦସ୍ୟା ସୁଷମା ପ୍ରଧାନ, ଖେଳ ଶିକ୍ଷକ ଅନ୍ନଦା ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ା ଜିଲାପାଳ ପଟୁୱାରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ବୋରିକିନା ସମିତିସଭ୍ୟ ସମରେନ୍‌ ରାୟ, ଯୁବ ସଙ୍ଗଠକ ସମୀର ପରିଡ଼ା, ସୁଶାନ୍ତନାୟକ, ବିଇଓ ବାଇଧର ତ୍ରିପାଠୀ, ଏବିଇଓ ଶରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ,୫।୪(ସ୍ବ.ପ୍ର.): ସମବାୟ ସମିତିରେ ଧାନକିଣା ହେରଫେରକୁ ନେଇ କେନ୍ଦ୍ରାପଡ଼ା ଏଆରସିଏସ୍‌ ସମବାୟ ସମ୍ପାଦକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆପରାଧିକ ମାମଲା ରୁଜୁ କରିବାକୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟରେ ଅନିୟମିତତା : ନ୍ୟାୟିକ ତଦନ୍ତ ଦାବି କରି ଭାଜପାର ଗଣଧାରଣା

ଭଣ୍ଡାରିପୋଖରୀ,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭଣ୍ଡାରିପୋଖରୀ ଭାଜପା ଶାଖା ପକ୍ଷରୁ ଜିଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ସୋମବାର ବିଶାଳ ଗଣଧାରଣା...

ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ଆସିକା,୨୨ା୧୦(ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ଇଲାକାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ସୋମବାର ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ...

ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଅ: ହାଇକୋର୍ଟ

ଯାଜପୁର ଅଫିସ,୧୦।୮: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏକ...

ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅବାଧ ଗଛକଟା

କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଜ୍ୟବସ୍ତୁ, ଯାନବାହନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ...

ଦେଶୀ ମଦଭାଟିରେ ଅଚଳ ଇଟିପି

ସମ୍ବଲପୁର,୨୬ା୧୧(ବ୍ୟୁରୋ): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦେଶୀ ମଦଭାଟିରେ ଇଟିପି (ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବା ବର୍ଜ୍ୟଜଳ ବିଶୋଧନ କରୁଥିବା ପ୍ଲାଣ୍ଟ) ଲଗାଇବାକୁ...

ଜୁଲମ କରୁଛି ବିଦ୍ୟୁତ୍‌ ବିଭାଗ, ଉପଭୋକ୍ତା ଅତିଷ୍ଠ

ନୟାଗଡ଼ ଅଫିସ,୬ା୪: ନୟାଗଡ଼ ଜିଲାରେ ବିଦ୍ୟୁତ୍‌ ବିଭାଗର ମନମାନି ବଢ଼ି ଚାଲିଛି। ଏଥିପାଇଁ ଉପଭୋକ୍ତାମାନେ ଆର୍ଥିକ ଓ ମାନସିକସ୍ତରରେ ନିର୍ଯାତିତ ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ ପ୍ରତିକାର...

ହାଣ୍ଡି, ମାଠିଆ ଧରି ରାସ୍ତାରୋକ

ପାରଳାଖେମୁଣ୍ଡି,୧ା୬(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ନିକଟସ୍ଥ ସିଦ୍ଧମାଡଙ୍ଗ ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଶତାଧିକ ମହିଳା ଓ ପୁରୁଷ ହାଣ୍ଡି, ମାଠିଆ ଧରି ରାୟଗଡ଼ା...

Advertisement
Archives

Model This Week