ସାଟେଲାଇଟ ମାପଚୁପ ଆରମ୍ଭ

ଯାଜପୁର ଅଫିସ,୩୦ା୮:ଅନୁମୋଦନଠାରୁ ବହୁ ଗୁଣ ମୂଲ୍ୟବାନ ଗ୍ରାନାଇଟ ପଥର ଉତ୍ତୋଳନ ଉପରେ ସାଟେଲାଇଟ୍‌ ମାପଚୁପ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। କଟକସ୍ଥିତ ମାଇ ୱାର୍ଲଡ୍‌ କନସଲଟାନ୍ସିକୁ ଏହି ଦାୟିତ୍ୱ ଦିଆଯାଇଛି। ଏହି ପ୍ରକ୍ରିୟା ଆରମ୍ଭରେ ଡଙ୍କାରୀ ପାହାଡ଼ର ୩ଟି ଖାଦାନର ମାପଚୁପ ସମ୍ପନ୍ନ ହୋଇଛି। ଏଥିରେ ଶ୍ରୀବାସ ଜେନାଙ୍କ ୨ଟି ଓ ଜୟନ୍ତୀ ଜେନାଙ୍କ ଗୋଟିଏ ଖାଦାନ ରହିଛି। ଏହି କାର୍ଯ୍ୟରେ ଡଙ୍କାରୀ ରାଜସ୍ବ ନିରୀକ୍ଷକ ସାମିଲ ହୋଇଥିବାବେଳେ କନସଲଟାନ୍ସିର ୮ ଜଣ ରହିଛନ୍ତି। ମଙ୍ଗଳବାର ଡଙ୍କାରୀର ବାକି ଖାଦାନ ସମେତ ରାହାଡ଼ପୁର ଖାଦାନର ମାପଚୁପ ହେବ ବୋଲି ସୂଚନା ମିଳିଛି। ଏହାପରେ ଗ୍ରାନାଇଟ୍‌ ଓ ଅନ୍ୟ ଖଣିଜ ପଦାର୍ଥ ଲୁଟେରାଙ୍କ ମଧ୍ୟରେ ଛନକା ପଶିଛି। ସେମାନେ ପ୍ରଭାବଶାଳୀ ରାଜନେତାଙ୍କ ଦ୍ୱାରସ୍ଥ ହେବା ଏବଂ ଗୁପ୍ତ ମନ୍ତ୍ରଣା ବୈଠକ କରି ବିଫଳ ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଜଣେ ରାଜନୈତିକ ପ୍ରଭାବଶାଳୀ ଲିଜ୍‌ଧାରୀ ଅନ୍ୟ କେତେଜଣ ଲିଜ୍‌ଧାରୀଙ୍କୁ ଧରି ସାଟେଲାଇଟ୍‌ ମାପଚୁପକୁ ବିରୋଧ କରିବା ପାଇଁ ଆନ୍ଦୋଳନ ଯୋଜନା କରୁଥିବା ଜଣାପଡ଼ିଛି। ଏଭଳିସ୍ଥଳେ ଚାପରେ ନ ପଡ଼ି ସ୍ବଚ୍ଛତାର ସହ ମାପଚୁପ କରାଗଲେ ସରକାର ବିପୁଳ ପରିମାଣର ରାଜସ୍ବ ପାଇ ପାରିବେ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୂର୍ବରୁ ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିବା ଲିଜଧାରୀଙ୍କ ଖାଦାନଗୁଡିକ କାହିଁକି ରଦ୍ଦ କରାଯାଉ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏହାସହ ସାମାଜିକ କର୍ମୀ, ରାଜନେତା ପ୍ରମୁଖ ଏନେଇ ନୀରବ ରହିବା ନେଇ ନାନା ଆଲୋଚନା ହେଉଛି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବିପୁଳ ପରିମାଣର ଗ୍ରାନାଇଟ ପଥର ଗଚ୍ଛିତ ରହିଛି। ରାଜ୍ୟ ସରକାର ଏଥିରୁ ନିର୍ଦ୍ଦିଷ୍ଟ ପରିମାଣର ଏରିଆ ଲିଜ୍‌ ଦେଇ ରାଜସ୍ବ ଆଦାୟ କରିବାକୁ ଯୋଜନା କରିଛନ୍ତି। ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୬ (ଓଏମ୍‌ଏମ୍‌ସିଏଆର୍‌) ଅନୁଯାୟୀ ୫୦ରୁ ଊର୍ଦ୍ଧ୍ୱ ଖାଦାନକୁ ୫ ବର୍ଷିଆ ଲିଜ ୍‌ସୂତ୍ରରେ ଦିଆଯାଇଛି। ୨୦୧୭-୧୮ରୁ ଲିଜ୍‌ ପାଇଥିବା ଲିଜ୍‌ଧାରୀମାନେ ପାହାଡ଼ରେ ପୋଖରୀ ଆକାରରେ ଖୋଳି ଅତ୍ୟଧିକ କଳାପଥର ଲୁଟି ନେଇଛନ୍ତି। ନିକଟରେ ହୋଇଥିବା ମାପଚୁପରେ ପ୍ରମାଣିତ ହୋଇସାରିଛି। ଏହି ପ୍ରକ୍ରିୟାରେ ୪ ଜଣ ଲିଜ୍‌ଧାରୀଙ୍କଠାରୁ ୧୦୫ କୋଟି ୮୭ ଲକ୍ଷ ଟଙ୍କା ଜାରିମାନା ଆଦାୟ କରିବାକୁ ତହସିଲଦାର ଡିମାଣ୍ଡ ନୋଟିସ ଦେଇଛନ୍ତି। ଏଥିରେ ଲୁଣିବର ପଥର ଖାଦାନର ଲିଜଧାରୀ ସରୋଜ ରାଉତଙ୍କୁ ୬୩ କୋଟି ୩୭ ଲକ୍ଷ, ଚନ୍ଦ୍ରମଣି ପରିଡାଙ୍କୁ ୧ କୋଟି ୮୭ ଲକ୍ଷ ଓ ସାବିତ୍ରୀ ପରିଡ଼ାଙ୍କୁ ୧୬ କୋଟି ୫୭ ଲକ୍ଷ, ଡଙ୍କାରୀ ପଥର ଖାଦାନର ଲିଜଧାରୀ ରଞ୍ଜନ ଜେନାଙ୍କୁ ୨୩ କୋଟି ୩୨ ଲକ୍ଷ ଟଙ୍କା ରହିଛି। ତେବେ ଏହି ପ୍ରକ୍ରିୟାରେ ଅନ୍ୟ ଲିଜ୍‌ଧାରୀମାନଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ତହସିଲ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ପୁଣି ସାଟେଲାଇଟ୍‌ ମାପଚୁପ କରିବାକୁ ସ୍ବତନ୍ତ୍ର ଭାବେ ଏକ ବେସରକାରୀ ସଂସ୍ଥାକୁ ନିୟୋଜନ କରାଯାଇଛି। ରାହାଡ଼ପୁର ଓ ବରଡ଼ା କଳାପଥର ଖାଦାନରୁ ଲିଜଧାରୀ ପ୍ରହ୍ଲାଦ ଲେଙ୍କା ଅନୁମତିଠାରୁ ବହୁ ଗୁଣ ଉତ୍ତୋଳନ କରିଥିବା ଅଭିଯୋଗ ହେବା ପରେ ଏହି ମାପଚୁପ ପ୍ରକ୍ରିୟାରେ ତାଙ୍କ ନାମ ଆଗରେ ରହିଥିବା ସୂଚନା ମିଳିଛି।
ଏହାବାଦ ବରଡ଼ା ପାହାଡ଼ର ଲିଜ୍‌ଧାରୀ ଅଜିତ ସାହୁ, ଲୁଣିବର ପାହାଡ଼ର ଲିଜ୍‌ଧାରୀ ଗଙ୍ଗାଧର ଓଝା, ଅଞ୍ଜିରା ପାହାଡ଼ରେ କୃଷ୍ଣଚନ୍ଦ୍ର ସାହୁ, ବାଜବାଟି ପାହାଡ଼ରେ ଶ୍ରୀନିବାସ ଜେନା, ସୁଧାଂଶୁ ଜେନା ଓ ବିଶ୍ୱରଞ୍ଜନ ପରିଡ଼ାଙ୍କ ଖାଦାନଗୁଡିକ ମାପଚୁପ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ଜଣାପଡିଛି। ଏହାବାଦ ୨୦୨୧ରେ ଚଞ୍ଚକତା କରି ଲିଜ୍‌ ପାଇଥିବା ଆରୁହା ପାହାଡର ୩ଟି ଖାଦାନରୁ ଏକାଧିକ ପୋକଲିନ ମେଶିନ ଓ ହାଇୱା ଲଗାଇ ଅନୁମୋଦିତ ପରିମାଣଠାରୁ ପ୍ରାୟ ୨୫ ଗୁଣ ଅଧିକ କଳାପଥର ଲୁଟ କରାଯାଇଥିବା ଅଭିଯୋଗ ହେଉଛି। ଏହିସବୁର ମାପଚୁପ ଡ୍ରୋନ କ୍ୟାମେରା ଜରିଆରେ ହେବ ବୋଲି ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି ନିକଟରେ ଶେଷ ହୋଇଥିବା ଲିଜ୍‌ ଏବଂ ବର୍ତ୍ତମାନ ଚାଲିଥିବା କଳାପଥର ଖାଦାନଗୁଡିକର ମାପଚୂପ ହେବ। ରିପୋର୍ଟ ମିଳିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?