ପୁରୀ ଜେଲରେ ଗ୍ୟାଙ୍ଗ୍‌ଓ୍ବାର

ପୁରୀ ଅଫିସ,୩୦।୮:ପୁରୀ ଜେଲରେ ସୋମବାର ଗ୍ୟାଙ୍ଗଓ୍ବାର ଘଟିଛି। ଏହି ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଧୀରେନ୍ଦ୍ର ବରାଳ ଓରଫ ପପୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କର ପ୍ରତିପକ୍ଷ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ପପୁଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ କଟକସ୍ଥିତ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପପୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହୁଥିବାବେଳେ ତାଙ୍କୁ ହତ୍ୟା କରିବାକୁ ପୋଲିସ ଷଡ଼ଯନ୍ତ୍ର ରଚିଥିବା ନେଇ ସ୍ତ୍ରୀ ମଞ୍ଜୁ ବରାଳ ଅଭିଯୋଗ ଆଣିଛନ୍ତି।
କହିଛନ୍ତି, ସୋମବାର ସକାଳେ ସେ ଜେଲ ଭିତରେ ବସି ଚା’ ପିଉଥିବା ବେଳେ ତାଙ୍କୁ ଏକ ଧାରୁଆ ଚାମଚରେ ଆକ୍ରମଣ କରାଯାଇଥିଲା। ସୌଭାଗ୍ୟବଶତଃ ସେହି ସମୟରେ ତାଙ୍କୁ ଅନ୍ୟ କେହି ଡ଼ାକିଦେବାରୁ ସେ ବେକ ବୁଲାଇ ଦେଇଥିଲେ। ଫଳରେ ଚାମଚଟି ଡାହାଣପଟ ବେକର କିଛି ଅଂଶରେ ଘଷିହୋଇଯାଇଥିଲା। ଏଥିରେ ବେକର କିଛି ଅଂଶ କଟିଯାଇଛି। ତେବେ ଆକ୍ରମଣକାରୀଙ୍କ ନାମ ପପୁ ଜାଣି ନ ଥିଲେ ମଧ୍ୟ ଘର କଣାସ ଅଞ୍ଚଳରେ ବୋଲି କହିଛନ୍ତି। ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁରୀ ଅଠରନଳାର ଦେବୁଲାଙ୍କ ସହଯୋଗୀ ଭାବେ ସେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ପପୁ ବହୁ ଦାଦାବଟି ସମେତ ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ରହିଛନ୍ତି। ଅନ୍ୟପକ୍ଷରେ ପପୁଙ୍କ ସ୍ତ୍ରୀ ମଞ୍ଜୁ ଏ ନେଇ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡାଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ମଞ୍ଜୁ ଅଭିଯୋଗ କରିଛନ୍ତି ଯେ, ଗତ ୨୩ ତାରିଖଠାରୁ ବିଚାରାଧୀନ କଏଦୀ ଭାବେ ପପୁ ପୁରୀ ଜେଲ୍‌ରେ ରହିଛନ୍ତି। ପୋଲିସ ପ୍ରଶାସନ ଓ ଆପରାଧିକ ଗୋଷ୍ଠୀ ମିଳିତ ଭାବେ ପପୁଙ୍କୁ ମାରିଦେବା ଯୋଜନା କରୁଥିବା ଖବର ମିଳୁଥିଲା। ଏବେ ଏହା ସତ୍ୟ ପ୍ରମାଣିତ ହୋଇଛି। ପପୁଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଗଲା। ଫଳରେ ସେ ଏବେ ଗୁରୁତର ଅଛନ୍ତି। ଜେଲ ଭିତରେ ତାଙ୍କୁ ଯଦି ଆକ୍ରମଣ କରାଯାଇପାରୁଛି, ତେବେ ସେ କେଉଁଠାରେ ସୁରକ୍ଷିତ ରହିପାରିବେ ବୋଲି ମଞ୍ଜୁ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପପୁଙ୍କ ନାମରେ କେହି ଅଭିଯୋଗ କରି ନ ଥିଲେ ମଧ୍ୟ ପୋଲିସ ବିନା କାରଣରେ ତାଙ୍କୁ ଉଠାଇ ନେଇଥିଲା। ପରିବାର ଲୋକେ ବାରମ୍ବାର ଏତଲାକାରୀଙ୍କ ନାମ ପଚାରିଥିଲେ ମଧ୍ୟ ପୋଲିସ ଚୁପ୍‌ ରହିଥିଲା। ଏବେ ପପୁଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଦେବା ପାଇଁ ମଞ୍ଜୁ ଦାବି କରିଛନ୍ତି। ଅତିରିକ୍ତ ଜେଲର ମନୋଜ କୁମାର ସୂତାର କହିଛନ୍ତି, ପପୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବାବେଳେ ଏଭଳି ଘଟିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ଅପରପକ୍ଷେ ଜେଲ୍‌ରେ ପପୁଙ୍କୁ ଜଣେ କଏଦୀ ଆକ୍ରମଣ କରିଥିବା କୁହାଯାଉଛି। ଜେଲରେ କିଛି ଦିନ ହେବ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଥିଲା। ଏହି ଆକ୍ରମଣ ଘଟଣା ପରେ ଜେଲ ଭିତର ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଥିବା ଅନୁମାନ କରାଯାଉଛି। ଉଲ୍ଲେଖ ଥାଉ କି, ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପପୁଙ୍କୁ ଭେଟିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୋଲିସ ଛାଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri