ଦଶହରାରେ ଦହିପଖାଳ, ଶାଗଭଜା

ଭଦ୍ରକ ଅଫିସ,୩।୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର। କୋଭିଡ୍‌ ପାଇଁ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନକୁ ନେଇ ସମସ୍ତେ ବେଶ୍‌ ଉତ୍ସାହ ଅଛନ୍ତି। ଭଦ୍ରକ ସହରର ସାଳନ୍ଦୀ ବାଇପାସ୍‌ଠାରେ ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ରବିବାର ସକାଳ ୬ ଟା୩୦ରେ ସାଳନ୍ଦୀ ଘାଟରୁ ଘଟୋତ୍ତଳନ କରାଯାଇ ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହୋଇଥିଲା। ମୁଖ୍ୟ ପୂଜକ ପରମାନନ୍ଦ ପଣ୍ଡା ଓ ଭରତ କୁମାର ଦାଶଙ୍କ ଦ୍ୱାରା କଳସ ଯାତ୍ରା, ଘଟ ନବପତ୍ରିକା ପ୍ରବେଶ, ନ୍ୟାସ, ସ୍ନାନ ଉପଚାର, କୁଷ୍ମାଣ୍ଡ ବଳି, ଅଷ୍ଟମୀରେ ସନ୍ଧିପୂଜା, ହୋମ ଓ ଷୋଡ଼ଷ ଉପଚାର ପୂଜା ସହ ଚଣ୍ଡୀପାଠ ଆଦି ରହିଛି। ପଶ୍ଚିମବଙ୍ଗ କାରିଗରଙ୍କ ଦ୍ୱାରା ପଶ୍ଚିମବଙ୍ଗ ଶୈଳୀରେ ୧୦ ଫୁଟ ଉଚ୍ଚର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତି ଆକର୍ଷଣୀୟ ହୋଇଛି। ବାଇପାସ୍‌ର ସମଗ୍ର ଅଞ୍ଚଳକୁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଲାଇଟ ଗେଟ୍‌ କରାଯାଇଛି। ରଙ୍ଗୀନ ଆଲୋକମାଳାରେ ବାଇପାସ୍‌ ବଜାର ଝଲସୁଛି। ସନ୍ଧ୍ୟାରେ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଓ ମା’ଙ୍କ ଦର୍ଶନ ପାଇଁ ରବିବାରଠାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି। ନବମୀ ଓ ଦଶମୀ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଦଶହରାରେ ଦହି ପଖାଳ ଓ ଶାଗଭଜା ଏହି ପୂଜା ମଣ୍ଡପର ଅନ୍ୟ ଏକ ବିଶେଷତ୍ୱ। ହଜାର ହଜାର ଶ୍ରଦ୍ଧାଳୁ ଦହିପଖାଳ ଖାଇବା ପାଇଁ ଦଶହରାରେ ଭିଡ଼ ଲଗାଇଥାନ୍ତି।
ସ୍ଥାନୀୟ କେତେଜଣ ବରିଷ୍ଠ ନାଗରିକ ଏଠାରେ ପୂଜା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସାଳନ୍ଦୀ ନଗର, ଗୋପବନ୍ଧୁ ନଗର ଓ କାନ୍ତକବି ୩ କଲୋନୀର ବାସିନ୍ଦା, ରାଜଘାଟ ପୋଲଠାରୁ ଡାହାଣୀଗଡ଼ିଆ ପର୍ଯ୍ୟନ୍ତ ଥିବା ଦୋକାନର ବ୍ୟବସାୟୀମାନଙ୍କ ସହଯୋଗରେ ପୂଜାର କଳେବର ବୃଦ୍ଧି ହୋଇଛି। କୋଭିଡ୍‌ କଟକଣା ପରେ ଚଳିତବର୍ଷ ପୂଜାକୁ ନେଇ ୩କଲୋନୀର ବାସିନ୍ଦା ଓ ବ୍ୟବସାୟୀମାନେ ଉତ୍ସାହିତ ଅଛନ୍ତି। ପୂଜା କମିଟି ସଭାପତି ଗୋପାଳ ପ୍ରସାଦ ନାୟକ, ସମ୍ପାଦକ ଭବତୋଷ ଦାଶ, ଉପସଭାପତି ଅଶୋକ ଦ୍ୱିବେଦୀ, ସୂର୍ଯ୍ୟନାରାୟଣ ମହାନ୍ତି, ବିଶ୍ୱନାଥ ବାରିକଙ୍କ ନେତୃତ୍ୱରେ ପୂଜା ଆୟୋଜନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଥରଚକଡା ପଞ୍ଚାୟତରେ କିଡ୍‌ନୀ ରୋଗ ଆତଙ୍କ: ୨ବର୍ଷରେ ଗଲାଣି ୪୦ରୁ ଊର୍ଦ୍ଧ୍ୱ ଜୀବନ, ଏବେ ଆକ୍ରାନ୍ତ ଅଛନ୍ତି ୫୦ରୁ ଅଧିକ

ଖଣ୍ଡପଡ଼ା,୨୮ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ପଥରଚକଡା ପଞ୍ଚାୟତର ମାଧପୁର ଓ ପଥରଚକଡା ଗ୍ରାମରେ ଗତ ୨ବର୍ଷ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କିଡ୍‌ନୀ ରୋଗରେ...

ବିହାରରୁ ଓଡଗାଁ: ସାଇକେଲରେ ୧୨୦୦ କିମି ପାର ହୋଇ ପହଞ୍ଚିଲେ ଦୁଇଜଣ ମିସ୍ତ୍ରୀ

ଓଡଗାଁ, ୨୯।୪(ସ୍ବ.ପ୍ର.)- ପରିବାର ଭରଣ ପୋଷଣ ପାଇଁ ଓଡଗାଁରୁ ବିହାରର ପୁର୍ଣିଆ ଜିଲା ବନମଖୀ ଯାଇଥିବା ଦୁଇ ମନ୍ଦିର ମିସ୍ତ୍ରୀ ସାଇକେଲରେ ଗାଁକୁ ଫେରିଛନ୍ତି। କରୋନା...

କଳାହାଣ୍ଡି ଜିଲା କୋର୍ଟ ପରିସରରେ ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟିତ

ଭବାନୀପାଟଣା,୨୮।୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋର୍ଟ ପରିସରରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟନ ହୋଇଯାଇଛି। ସୁପ୍ରିମ କୋର୍ଟ ଓ...

ଯୌନ କେଳେଙ୍କାରୀଙ୍କୁ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ,୧୮।୧୧: ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଗୁରୁବାର ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରାଜଜ୍‌ ପ୍ରଣତି ଶାହା ଖଇରା ଥାନା ଘୁଷୁରିଗଡିଆ...

ଛତିଶଗଡ଼ର ୨୧ ଜଣିଆ ସିଡିପିଓ ଟିମ୍‌ଙ୍କ ଗଞ୍ଜାମ ପରିଦର୍ଶନ

ଗଞ୍ଜାମ,୧୫ା୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମକୁ ଛତିଶଗଡର ୨୧ ଜଣିଆ ସିଡିପିଓ ଟିମ ପରିଦର୍ଶନରେ ଆସି ଗଞ୍ଜାମ ବ୍ଲକରେ ସମନିତ୍ୱ ଶିଶୁ ବିକାଶ ଯୋଜନାର...

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ, ଶିକ୍ଷକ ଗିରଫ

ଭବାନୀପାଟଣା/ଲାଞ୍ଜିଗଡ଼,୧୮।୩ (ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୁଣୁରି ପଞ୍ଚାୟତର ଜଣେ ଶିକ୍ଷକ ଚାକିରି ଦେବା ନାଁରେ ଶିକ୍ଷିତ ଯୁବକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା...

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ...

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ: କେନ୍ଦୁଝରରେ ପାସ୍‌ ହାର ରହିଛି…

କେନ୍ଦୁଝର,୧୨ା୮(ସ୍ବ.ପ୍ର.) : ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ୍‌ ହାର ୫୩.୨୯ ପ୍ରତିଶତ ରହିଥିବା ଜଣାପଡ଼ିଛିି। ପ୍ରଥମ...

Advertisement
Archives

Model This Week