ଦଶହରାରେ ଦହିପଖାଳ, ଶାଗଭଜା

ଭଦ୍ରକ ଅଫିସ,୩।୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର। କୋଭିଡ୍‌ ପାଇଁ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନକୁ ନେଇ ସମସ୍ତେ ବେଶ୍‌ ଉତ୍ସାହ ଅଛନ୍ତି। ଭଦ୍ରକ ସହରର ସାଳନ୍ଦୀ ବାଇପାସ୍‌ଠାରେ ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ରବିବାର ସକାଳ ୬ ଟା୩୦ରେ ସାଳନ୍ଦୀ ଘାଟରୁ ଘଟୋତ୍ତଳନ କରାଯାଇ ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହୋଇଥିଲା। ମୁଖ୍ୟ ପୂଜକ ପରମାନନ୍ଦ ପଣ୍ଡା ଓ ଭରତ କୁମାର ଦାଶଙ୍କ ଦ୍ୱାରା କଳସ ଯାତ୍ରା, ଘଟ ନବପତ୍ରିକା ପ୍ରବେଶ, ନ୍ୟାସ, ସ୍ନାନ ଉପଚାର, କୁଷ୍ମାଣ୍ଡ ବଳି, ଅଷ୍ଟମୀରେ ସନ୍ଧିପୂଜା, ହୋମ ଓ ଷୋଡ଼ଷ ଉପଚାର ପୂଜା ସହ ଚଣ୍ଡୀପାଠ ଆଦି ରହିଛି। ପଶ୍ଚିମବଙ୍ଗ କାରିଗରଙ୍କ ଦ୍ୱାରା ପଶ୍ଚିମବଙ୍ଗ ଶୈଳୀରେ ୧୦ ଫୁଟ ଉଚ୍ଚର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତି ଆକର୍ଷଣୀୟ ହୋଇଛି। ବାଇପାସ୍‌ର ସମଗ୍ର ଅଞ୍ଚଳକୁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଲାଇଟ ଗେଟ୍‌ କରାଯାଇଛି। ରଙ୍ଗୀନ ଆଲୋକମାଳାରେ ବାଇପାସ୍‌ ବଜାର ଝଲସୁଛି। ସନ୍ଧ୍ୟାରେ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଓ ମା’ଙ୍କ ଦର୍ଶନ ପାଇଁ ରବିବାରଠାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି। ନବମୀ ଓ ଦଶମୀ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଦଶହରାରେ ଦହି ପଖାଳ ଓ ଶାଗଭଜା ଏହି ପୂଜା ମଣ୍ଡପର ଅନ୍ୟ ଏକ ବିଶେଷତ୍ୱ। ହଜାର ହଜାର ଶ୍ରଦ୍ଧାଳୁ ଦହିପଖାଳ ଖାଇବା ପାଇଁ ଦଶହରାରେ ଭିଡ଼ ଲଗାଇଥାନ୍ତି।
ସ୍ଥାନୀୟ କେତେଜଣ ବରିଷ୍ଠ ନାଗରିକ ଏଠାରେ ପୂଜା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସାଳନ୍ଦୀ ନଗର, ଗୋପବନ୍ଧୁ ନଗର ଓ କାନ୍ତକବି ୩ କଲୋନୀର ବାସିନ୍ଦା, ରାଜଘାଟ ପୋଲଠାରୁ ଡାହାଣୀଗଡ଼ିଆ ପର୍ଯ୍ୟନ୍ତ ଥିବା ଦୋକାନର ବ୍ୟବସାୟୀମାନଙ୍କ ସହଯୋଗରେ ପୂଜାର କଳେବର ବୃଦ୍ଧି ହୋଇଛି। କୋଭିଡ୍‌ କଟକଣା ପରେ ଚଳିତବର୍ଷ ପୂଜାକୁ ନେଇ ୩କଲୋନୀର ବାସିନ୍ଦା ଓ ବ୍ୟବସାୟୀମାନେ ଉତ୍ସାହିତ ଅଛନ୍ତି। ପୂଜା କମିଟି ସଭାପତି ଗୋପାଳ ପ୍ରସାଦ ନାୟକ, ସମ୍ପାଦକ ଭବତୋଷ ଦାଶ, ଉପସଭାପତି ଅଶୋକ ଦ୍ୱିବେଦୀ, ସୂର୍ଯ୍ୟନାରାୟଣ ମହାନ୍ତି, ବିଶ୍ୱନାଥ ବାରିକଙ୍କ ନେତୃତ୍ୱରେ ପୂଜା ଆୟୋଜନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?