କେନ୍ଦ୍ରାପଡ଼ାରେ ଚକ୍ରାକାର ଧଳା ମାଛିର ଆତଙ୍କ

କେନ୍ଦ୍ରାପଡ଼ା ଅଫିସ, ୩ା୧୦: ପ୍ରଥମେ ନଡ଼ିଆ ଗଛ ପତ୍ରରେ ଧଳା ଫିମ୍ପି ଦେଖା ଦେଉଥିଲା। ଏବେ କଦଳୀ ଗଛରୁ ଆରମ୍ଭ କରି ପନିପରିବା ଗଛରେ ଏହି ରୋଗ ଦେଖାଯାଇଛି। ଧଳା ଫିମ୍ପି ଗଛକୁ ଦୁର୍ବଳ କରୁଥିବା ବେଳେ ଉତ୍ପାଦକୁ କମ୍‌ କରୁଛି। ଅସନ୍ତୁଳିତ ପରିବେଶ ପାଇଁ ଏହି ରୋଗ ବ୍ୟାପୁଥିବା ଚାଷୀ ଓ ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏହାକୁ ନେଇ ଏକ ପ୍ରକାର ଆତଙ୍କ ଦେଖାଦେଇଛି।ତେବେ ଏହା ଚକ୍ରାକାର ମାଛି ପାଇଁ ବ୍ୟାପୁଥିବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ନିରାକରଣ ପାଇଁ ଚାଷୀଙ୍କୁ ସଚେତନତା ସହ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ନଡ଼ିଆ ଗଛ ପରି ଲମ୍ବା ଗଛରେ ଔଷଧ ସିଞ୍ଚନ ପାଇଁ ଜିଲାରେ ଫୁଟ୍‌ ପ୍ରେସର ପମ୍ପ କୌଣସିଠାରେ ନାହିଁ। ଏହା ବ୍ୟତୀତ ଏହି ରୋଗ ବ୍ୟାପକ ହେଉଥିବାରୁ ସାମୂହିକ ନିରାକରଣ ପାଇଁ ଦାବି ହୋଇଛି।
ଏନେଇ ଉଦୟନଗରର ପ୍ରଭାତ କୁମାର ପରିଡ଼ା, ଅଯୋଦ୍ଧାନଗରର ପ୍ରଶାନ୍ତ କୁମାର ନାୟକ, ଗୁଲନଗରର ଲକ୍ଷ୍ମୀକାନ୍ତ ନାୟକ, ଡେରାବିଶର କରୁଣାକର କର, ଚଉଦକୁଲାଟର ଜୟନ୍ତ କୁମାର ପାତ୍ର ପ୍ରମୁଖ କହିଛନ୍ତି, ଗତ କିଛି ଦିନ ଧରି ଗଛର ପତ୍ରଗୁଡିକ ଧଳା ରଙ୍ଗରେ ଆଚ୍ଛାଦିତ ହୋଇଯାଉଛି। ପରେ ଏହି ପତ୍ର ସାମୟିକ ଭାବେ ମୋଡ଼ି ହେବା ସହିତ ଫିମ୍ପି ମାରୁଛି। ଏହି ଫିମ୍ପିରେ ପିମ୍ପୁଡି ଲାଗୁଥିବାରୁ ଏହା ମିଠା ବୋଲି ଅନୁମାନ କରାଯାଉଛି। ପରେ ପତ୍ର ନଷ୍ଟ ହେବା ସହ ଫଳ । ଉତ୍ପାଦନ କମ୍‌ ହେଉଛି। ପୂର୍ବରୁ ଏହି ରୋଗ ନଡ଼ିଆ ଗଛରେ ଦେଖା ଯାଉଥିବା ବେଳେ ଏବେ କଦଳି ଗଛ ଓ କେତେକ ପନିପରିବା ଚାଷ ସମୟରେ ଦେଖିବାକୁ ମିଳୁଛି। ପରିବେଶ ସନ୍ତୁଳନ ବିଗିଡି ଯାଇଛି। ବିଶ୍ୱ ତାପନ ସହିତ ଶିଳ୍ପ, ଜଳ ଓ ବାୟୁ ପ୍ରଦୂଷଣ ବଢ଼ୁଛି। ଯାହାଦ୍ୱାରା ଏହି ରୋଗ ବ୍ୟାପୁଛି । ଏହାର ନିରାକରଣ ପାଇଁ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଅଥବା ଉଦ୍ୟାନ କୃଷି ବିଭାଗକୁ ଜଣାଇଲେ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଔଷଧ ସିଞ୍ଚନରେ ବିଭିନ୍ନ ସମସ୍ୟା ଅଛି। ନଡ଼ିଆ ଚାଷରେ ଏହି ରୋଗ ବ୍ୟାପକ ଭାବେ ଦେଖା ଦେଇଥିଲା ବେଳେ ଔଷଧ ସିଞ୍ଚନ ଏକ ପ୍ରକାର ଅସମ୍ଭବ ହୋଇଛି। ଜିଲାରେ କୌଣସି ଠାରେ ଫୁଟ ପ୍ରେସର ପମ୍ପ ନାହିଁ। ଏହା ବ୍ୟତୀତ ରୋଗର ବ୍ୟାପକତା ଦୃଷ୍ଟିରୁ ସାମୂହିକ ସିଞ୍ଚନ କିମ୍ବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ପାଇଁ ଚାଷୀ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଏସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ପରିଚାଳକ ତଥା ବରିଷ୍ଠ ବୈଜ୍ଞାନିକ ଡ. ସୂର୍ଯ୍ୟ ନାରାୟଣ ମିଶ୍ର କହିଛନ୍ତି, ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ହେଉଛି ଚକ୍ରାକାର ଧଳା ମାଛି। ଏହାର ଉପତ୍ତି ସ୍ଥଳ ସେଣ୍ଟ୍ରାଲ ଆମେରିକା। ୨୦୧୬ ଅଗଷ୍ଟରେ ଏହି ବିଦେଶୀ କୀଟ ଭାରତରେ ଦେଖିବାକୁ ମିଳିଛି। ଏହାର ୬ ମାସ ମଧ୍ୟରେ କେରଳ, ତାମିଲନାଡୁ, କର୍ନାଟକ ଓ ଆନ୍ଦ୍ରପ୍ରଦେଶରେ ଦେଖିବାକୁ ମିଳିଥିଲା। ଏବେ ଓଡ଼ିଶାରେ ଏହାର ପ୍ରଭାବ ଆରମ୍ଭ ହୋଇଛି। ଛୋଟ ଓ ବୟସ୍କ ମାଛି ପତ୍ରର କୋମଳ ଅଂଶରୁ ରସ ଶୋଷଣ କରି ଖାଇଥାନ୍ତି। ଯାହାଦ୍ୱାରା ଗଛ ଉପରେ ବିଭିନ୍ନ ଚାପ ସୃଷ୍ଟି ହେଉଛି। ରୋଗର ବ୍ୟାପକତାରୁ ନିସ୍ତାର ପାଇଁ ଫ୍ଲୁବେନଡିଆମାଇଡ ୪୮୦ ଏସସିର ୫ ମି.ଲି. ସହିତ ୧୦ ଲିଟର ପାଣିରେ ମିଶାଇ ରୋଗଗ୍ରସ୍ତ ଗଛ ଉପରେ ପକାଇ ପାରିବା। ସେହିପରି ୧୦ ଲିଟର ପାଣି ସହିତ ଇମାମେକଟିନ ବେନଜୋଏଟ ୫ ଏସଜିର ୫ ମି.ଲି. କିମ୍ବା ସ୍ପିନୋସାଡ୍‌ ୪୫ ଏସସିର ୫ ମି.ଲି. ପରିମାଣର ଔଷଧ ସହିତ ମିଶାଇ ସିଞ୍ଚନ କରିବା ଆବଶ୍ୟକ। ଏହା ବ୍ୟତୀତ ଜୈବିକ ପ୍ରଣାଳୀରେ ଏହି କୀଟକୁ ରୋକିବା ପାଇଁ ନିମ୍ବ ତେଲ ବ୍ୟବହାର କରାଯାଉଛି। କେତେକ ପ୍ରଜାତିର ଗୋବର ପୋକ ଓ ବିରୁଡି ଏହି କୀଟକୁ ନଷ୍ଟ କରିଥାନ୍ତି ବୋଲି ବୈଜ୍ଞାନିକ ଡ. ମିଶ୍ର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?