ଖଣି, ଶିଳ୍ପାଞ୍ଚଳରେ ବର୍ଷା ପ୍ରଭାବିତ

ଯାଜପୁର ଅଫିସ,୩ା୧୦: ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ଚଳିତବର୍ଷ ବୃଷ୍ଟିପାତ ହ୍ରାସ ଚିନ୍ତାର ବିଷୟ ହୋଇଛି। ସାରା ଜିଲାରେ ଏହାର ପ୍ରଭାବ ମଧ୍ୟ ପଡିଛି। ଅତ୍ୟାଧୁନିକ ଜୀବନଶୈଳୀ, ଶିଳ୍ପ କାରଖାନା ଏବଂ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଅବାଧ ଗଛ କଟା ପରିବେଶକୁ ଅସନ୍ତୁଳିତ କରିଛି। ଫଳରେ ବର୍ଷାଋତୁରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ହେଉଛି। ବର୍ଷାର ହାର କ୍ରମଶଃ କମିକମି ଯାଉଛି। ଚଳିତ ବର୍ଷା ଋତୁରେ କେବଳ ଅଗଷ୍ଟରେ ସ୍ବାଭାବିକ ବର୍ଷାକୁ ବାଦ୍‌ ଦେଲେ ସେପ୍ଟେମ୍ବରରେ ୨୦%, ଜୁଲାଇରେ ୩% ଓ ଜୁନ୍‌ରେ ୨୫% କମ ବର୍ଷା ରେକର୍ଡ ହୋଇଛି। ସେପ୍ଟେମ୍ବରରେ କୃଷି କ୍ଷେତ୍ର ପାଇଁ ଜିଲାକୁ ହାରାହାରି ୨୩୮ ମିମି ବର୍ଷା ଆବଶ୍ୟକ କରୁଥିବାବେଳେ ମାତ୍ର ୧୮୯ ମିମି ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ସେଥିମଧ୍ୟରୁ ଖଣି ଓ ଶିଳ୍ପାଞ୍ଚଳ ସୁକିନ୍ଦା ଓ ଦାନଗଦି ବ୍ଳକ ଏବଂ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ଧର୍ମଶାଳା ବ୍ଲକରେ ବର୍ଷାହାର ସାଂଘାତିକ ଭାବେ ହ୍ରାସ ହେଉଛି। ଜଙ୍ଗଲ ସଫା କରି କଳାପଥର ଉତ୍ତୋଳନ ହେଉଥିବା ଧର୍ମଶାଳା ବ୍ଲକରେ ଜୁନ୍‌ରେ ୪୯%, ଜୁଲାଇରେ ୬%, ଅଗଷ୍ଟରେ ୧୧% ଏବଂ ସେପ୍ଟେମ୍ବରରେ ୪୫% କମ ବର୍ଷା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି।
ସୂଚନାଯୋଗ୍ୟ, ଜିଲାରେ ମୋଟ ୧ ଲକ୍ଷ ୪୫ହଜାର ୪୫୦ହେକ୍ଟର ଚାଷ ଜମି ରହିଛି। ସମୁଦାୟ ଚାଷ ଜମିରୁ ଚଳିତବର୍ଷ ପ୍ରାୟ ୧ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଧାନ ଚାଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତବର୍ଷ ଚାଷର ଶେଷ ସମୟରେ ଅର୍ଥାତ୍‌ ସେପ୍ଟେମ୍ବରରେ ବର୍ଷା ଅଭାବରୁ ଜିଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ଗତ ୨୦ ବର୍ଷର ବର୍ଷାକୁ ଅନୁଧ୍ୟାନ କଲେ ଜଣାପଡେ ଜିଲାରେ ବର୍ଷାର ଆନୁପାତିକ ହାର କ୍ରମଶଃ କମି କମି ଯାଉଛି। ଫଳରେ ଚାଷ କାର୍ଯ୍ୟରେ ଗୁରୁତର ଭାବେ ପ୍ରଭାବ ପଡୁଥିବାବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି। ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ଜୁନ, ଜୁଲାଇ ଓ ସେପ୍ଟେମ୍ବରରେ ବର୍ଷା ଅପେକ୍ଷାକୃତ କମ୍‌ ହୋଇଛି। କୃଷି ବିଭାଗ କୌଣସି ବିକଳ୍ପ ପନ୍ଥା ଗ୍ରହଣ କରିବା ପରିବର୍ତ୍ତେ ବୈଠକ ପରେ ବୈଠକ କରି ଚାଲିଥିବାବେଳେ ଅଣ ଜଳସେଚିତ ଅଞ୍ଚଳର ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନିୟମିତ ବୃଷ୍ଟିପାତ ଓ ସାଧାରଣ ବୃଷ୍ଟିପାତଠାରୁ କମ୍‌ ବର୍ଷା ହେବା ଫଳରେ ଜିଲାର ଜଳସେଚିତ ଓ ଅଣଜଳସେଚିତ ଚାଷ ଜମିଗୁଡିକରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି।
ଜରୁରୀକାଳୀନ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ଜୁନ୍‌ରେ ୨୩୮.୫ ମିମି ବର୍ଷା ସ୍ଥଳେ ମାତ୍ର ୧୭୯.୧୬ ମିମି ବର୍ଷା ହୋଇଥିଲା। ଏହା ଆବଶ୍ୟକତା ବର୍ଷାଠାରୁ ୨୫ ପ୍ରତିଶତ କମ୍‌ ବୋଲି ଆକଳନ କରାଯାଇଛି। ଏହି ମାସରେ ଲଘୁ ଖଣିଜ ସମ୍ପଦରେ ଭରପୁର ଧର୍ମଶାଳା ବ୍ଲକରେ ୧୨୨ ମିମି ବର୍ଷା ରେକର୍ଡ କରାଯାଇଥିଲା। ଏହାସହ ବିଞ୍ଝାରପୁରରେ ୧୦୬ ମିମି, ବଡ଼ଚଣାରେ ୧୦୦ ମିମି, ବରୀରେ ୧୩୫ ମିମି ଓ ବିଞ୍ଝାରପୁରରେ ୧୦୬ ମିିମି ବର୍ଷା ରେକର୍ଡ କରାଯାଇଛି। ଯାଜପୁର ବ୍ଲକରେ ସର୍ବାଧିକ ୨୬୫ ମିମି ବର୍ଷା ହୋଇଥିଲା। ଚାଷର ପ୍ରକୃଷ୍ଟ ସମୟ କୁହାଯାଉଥିବା ସେପ୍ଟେମ୍ବରରେ ବର୍ଷା ଚାଷୀଙ୍କୁ ଧୋକା ଦେଇଥିଲା। ଆବଶ୍ୟକ ୨୩୮ ମିମି ବର୍ଷା ସ୍ଥଳେ ମାତ୍ର ୧୮୯.୯୧ ମିମି ବର୍ଷା ରେକର୍ଡ ହୋଇଛି। ଏହି ମାସରେ ମଧ୍ୟ ଖଣି ଓ ଶିଳ୍ପାଞ୍ଚଳ ସୁକିନ୍ଦା ଓ ଦାନଗଦି ବ୍ଲକରେ ବର୍ଷା ଅଭାବର ଶିକାର ହୋଇଥିଲା।
ସୁକିନ୍ଦାରେ ୧୮୯.୮୦ ମିମି ଏବଂ ଦାନଗଦିରେ ୧୭୩.୩୦ ମିମି ବର୍ଷା ହୋଇଥିଲା। ଲଘୁ ଖଣିଜରେ ଭରପୁର ଧର୍ମଶାଳା ବ୍ଲକରେ ସର୍ବନିମ୍ନ ୧୩୩ ମିମି ବର୍ଷା ରେକର୍ଡ କରାଯାଇଛି। ସେପ୍ଟେମ୍ବର ବର୍ଷା ଉପରେ ଜିଲାର ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। କିନ୍ତୁ ଚଳିତବର୍ଷ ଏହି ମାସରେ ବର୍ଷାଭାବ ସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁ ଅଣ ଜଳସେଚିତ ଅଞ୍ଚଳରେ ଧାନ ଚାଷ ପ୍ରଭାବିତ ହୋଇଥିବାବେଳେ ପନିପରିବା ଗଛ ଝାଉଁଳି ଯାଇ ବ୍ୟାପକ ନଷ୍ଟ ହୋଇଯାଇଛି। ଧାନଚାଷ ପରେ ଏବେ ପନିପରିବା ଉପରେ ଭରସା ରଖିଥିବା ଚାଷୀଙ୍କ ଆଶା ମଉଳି ଯାଇଛି। ଝାଉଁଳା ରୋଗ ଚାଷୀଙ୍କୁ ସର୍ବନାଶ କରି ପକାଇଛି। କୃଷି କିମ୍ବା ଉଦ୍ୟାନ ବିଭାଗ ଅଧିକାରୀଙ୍କ ଉଦାସୀନତା ଯୋଗୁ ଚାଷୀ ଶେଷ ଭରସା ମଧ୍ୟ ହରାଇବାକୁ ବସିଛି। ଶିଳ୍ପ ଓ ଖଣି ଆଗମନ ପୂର୍ବରୁ ଜିଲାର ବର୍ଷାନୁପାତ ସ୍ବାଭାବିକ ଥିଲା ବୋଲି କୁହାଯାଉଛି। ହେଲେ ଖଣି ଖନନ ଏବଂ ଶିଳ୍ପ ପ୍ରତିଷ୍ଠା ଯୋଗୁ ବ୍ୟାପକ ଜଙ୍ଗଲ ନଷ୍ଟ ସ୍ବାଭାବିକ ବର୍ଷାକୁ ପ୍ରଭାବିତ କରୁଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମାଣପତ୍ର ପାଇଁ ଟଙ୍କା

ପରଜଙ୍ଗ, ୧୨।୩(ଡି.ଏନ.ଏ.) ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା, ଦୁର୍ନୀତି ରୋକିବା, ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘୫-ଟି’ ବ୍ୟବସ୍ଥା।...

ମାହାଙ୍ଗା, ସାଲେପୁର ବିଦ୍ୟୁତ୍‌ ସେବା ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ମାହାଙ୍ଗା ଏବଂ ସାଲେପୁର ନିର୍ବାଚନମଣ୍ଡଳୀରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଣ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।...

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁବଳି ବନ୍ଦ ପାଇଁ ପଦକ୍ଷେପ:ଲୋକଙ୍କୁ ସଚେତନ କରିବ ପୋଲିସ ପ୍ରଶାସନ

ଭବାନୀପାଟଣା,୨୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅକ୍ଟୋବର ୬ ତାରିଖ (ରବିବାର) ମହାସମାରୋହରେ ଅନୁଷ୍ଠିତ ହେବ । ପୋଲିସ ପ୍ରଶାସନ ତରଫରୁ...

ରାସ୍ତା କାମ ସରିନି, ବିଲ୍‌ ମଞ୍ଜୁର

ବେଗୁନିଆ,୨୩।୭ (ଡି.ଏନ୍‌.ଏ.): ସରକାର ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଅନେକ ଗ୍ରାମରେ...

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬%, ତିର୍ତ୍ତୋଲରେ ୩୯.୬୮ % ମତଦାନ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଉଭୟ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରିରହିଛି। ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...

ମହିଳାଙ୍କୁ ଅଶାଳୀନ ଇଙ୍ଗିତ, ଯୁବକ କୋର୍ଟ ଚାଲାଣ

ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ଓଡ଼ିଶୋ ପଞ୍ଚାୟତ ଅରତିଆ-କୁସୁନପୁର ଗ୍ରାମରେ ହରିହର ମଳିକ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ପ୍ରଦର୍ଶନ...

ସିପିଏମ୍‌ ପକ୍ଷରୁ ପ୍ରତିବାଦ ସଭା

ଖଇରା,୨୨।୪(ଡି.ଏନ.ଏ.)-ସିପିଏମ ଆଞ୍ଚଳିକ କମିଟି ଖଇରା ଶାଖା ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବଜାରରେ ମଙ୍ଗଳବାର ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ସାହୁଙ୍କ...

ନିରାଶ୍ରୟଙ୍କ ସାହାରା ସାଜିଲେ ଯୁବକ

ମାର୍ଶାଘାଇ, ୨୯।୩ (ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଓଷଧ, ପନିପରିବା, ମାଛ, ମାଂସ ଆଦି...

Advertisement
Archives

Model This Week