ଟ୍ରାଫିକ୍‌ ଜଗିଛି ୪ ସାଧାରଣ ସିସି କ୍ୟାମେରା

ଛତ୍ରପୁର,୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ମନିଟରିଂ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ସହରକୁ ଗଞ୍ଜାମ ସମେତ ଗଜପତି, କନ୍ଧମାଳ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲାରୁ ଦୈନିକ ବହୁ ସଂଖ୍ୟାରେ ଯାନବାହନ ଆସିବା ସହ ହଜାର ହଜାର ଲୋକ ବିଭିନ୍ନ କାମରେ ଆସିଥାନ୍ତି। ଏଥିଲାଗି ଟ୍ରାଫିକ୍‌ ଜାମ୍‌ ଏକ ସାଧାରଣ କଥା ହେଲାଣି। ଅନ୍ୟପକ୍ଷରେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି ପାଳନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ହେଲେ ସହରରେ ଟ୍ରାଫିକ୍‌ ମନିଟରିଂ ପାଇଁ ପର୍ଯ୍ୟାପ୍ତ ପ୍ରମୁଖ ଛକରେ ସିସି କ୍ୟାମେରା ଲାଗିନି। ମାତ୍ର ୪ଟି ସ୍ଥାନରେ ସାଧାରଣ ସିସି କ୍ୟାମେରା ଲାଗିଛି। ଏଚ୍‌ଡି ସିସି କ୍ୟାମେରା ବଦଳରେ ସାଧାରଣ ଲାଗିଛି।
ବ୍ରହ୍ମପୁର ସହରର ଗେଟ୍‌ ବଜାର, କମାପଲ୍ଳୀ, ପିଭିଏନ୍‌ ରାଓ ଛକ ଓ ଟାଟା ବେଞ୍ଜ ଛକରେ ସାଧାରଣ ସିସି କ୍ୟାମେରା ଲାଗିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟ୍ରାଫିକ୍‌ ମନିଟରିଂ ପାଇଁ ଏହା ଲଗାଯାଇଥିଲା। ସେତିକିରେ ଏହି ବ୍ୟବସ୍ଥା ଅଟକି ରହିଛି। ବ୍ରହ୍ମପୁର ମହାନଗର ନିଗମ, ବ୍ରହ୍ମପୁର ଏସପି ଅଫିସ୍‌ ଓ ଛତ୍ରପୁର ସ୍ଥିତ ଆରଟିଓ ଅଫିସ୍‌ ପକ୍ଷରୁ ଉକ୍ତ ସିସି କ୍ୟାମେରା ଦ୍ୱାରା ଟ୍ରାଫିକ୍‌ ମନିଟରିଂ ହେଉଛି। ଅନ୍ୟପକ୍ଷରେ ବ୍ରହ୍ମପୁର ସହରର ଆହୁରି ବହୁ ଗୁରତ୍ୱପୂର୍ଣ୍ଣ ଛକ ରହିଛି। ସେଠାରେ ଟ୍ରାଫିକ୍‌ ଜାମର ମୁକାବିଲା ସହ ମନିଟରିଂର ଜରୁରୀ ଆବଶ୍ୟକତା ରହିଛି। ବ୍ରହ୍ମପୁର ସହରରେ ଆହୁରି ସିସି କ୍ୟାମେରା ଏବଂ ଏଗୁଡିକ ଏଚ୍‌ଡି ହେବା ଆବଶ୍ୟକ ବୋଲି ଗତ କିଛି ଦିନ ପୂର୍ବେ ଛତ୍ରପୁର ଠାରେ ଅନୁଷ୍ଠିତ ପାର୍ଲାମେଣ୍ଟ ସଦସ୍ୟ ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଥିଲା। ଟ୍ରାଫିକ୍‌ ମନିଟରିଂ ପାଇଁ ଏହି ସିସି କ୍ୟାମେରା ଲଗାଯାଇଥିଲା ଏବଂ ସହରର ସମସ୍ତ ଛକରେ ଏହା ଲଗାଯିବା କଥା ବୋଲି ବିଏମସି କମିଶନର ସେତେବେଳେ କହିଥିଲେ। ଅନୁଦାନ ମିଳିଲେ ଉକ୍ତ ସିସି କ୍ୟାମେରା ଲଗାଯାଇପାରିବ ବୋଲି କୁହାଯାଇଥିଲା। ବ୍ରହ୍ମପୁର ସହର ପ୍ରବେଶ ପଥ ତଥା ଲାଞ୍ଜିପଲ୍ଳୀ ଛକରେ ଫ୍ଲାଏ ଓଭର ଆବଶ୍ୟକ ଥିବା ବ୍ରହ୍ମପୁର ଏସପି ମଧ୍ୟ କହିଛନ୍ତି। ଏଥିସହ ରାସ୍ତା ଗୁଡିକର ଇଂଜିନିୟରିଂ ତ୍ରୁୃଟି ରହୁଛି। ଏଥିଲାଗି ଦୁର୍ଘଟଣା ବୃଦ୍ଧି ପାଉଛି। ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବା ଉପରେ ବ୍ରହ୍ମପୁର ଏସପି ଗୁରୁତ୍ୱାରୋପ ମଧ୍ୟ କରିଥିଲେ। ଦୈନିକ ବ୍ରହ୍ମପୁର ସହରକୁ ୪୫୦ ବସ ପ୍ରବେଶ କରୁଛି। ଏଥିସହ ମାଲ ପରିବହନ ପାଇଁ ମଧ୍ୟ ଶତାଧିକ ଟ୍ରକ ସହରକୁ ଯାତାୟତ କରିଥାଏ। ଟ୍ରକ୍‌ ଟର୍ମିନାଲ ପ୍ରସ୍ତାବରେ ଅଟକିଥିବା ବେଳେ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଉନଥିବାରୁ ବସଗୁଡିକ ସହର ମଧ୍ୟରେ ଯାତାୟତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଟିକିରି, ୩୦।୧୨(ଡି.ଏନ୍‌.ଏ.): ଅନେକ ଦିନର ଦାବି ପରେ ରାୟଗଡ଼ା ଜିଲା କାଶୀପୁରରେ ଖୋଲାଯାଇଥିବା ଏକଲବ୍ୟ ବିଦ୍ୟାଳୟକୁ ଏବେ ୫୦ କି.ମି. ଦୂରକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି...

ଶାଶୁଘର ସମ୍ମୁଖରେ ଧାରଣାଦେଲେ ବୋହୂ

ସାଲେପୁର,୨୯।୧୧(ଡି.ଏନ୍‌.ଏ.): ଜଣେ ବୋହୂ ଶାଶୁଘର ସମ୍ମୁଖରେ ଧାରଣାରେ ବସିବା ଓ ସମ୍ପୃକ୍ତ ବୋହୂକୁ ସମର୍ଥନ କରି ଉକ୍ତ ଗ୍ରାମର ଏସ୍‌ଏଚ୍‌ଜି ମହିଳା ଧାରଣାରେ ବସିବା ଚର୍ଚ୍ଚାର...

ବାଉଁଶ ବାଡ଼ରେ ତିଆରି ବିଦ୍ୟାଳୟରେ ଗଢ଼ା ହେଉଛି ଦେଶର ଭବିଷ୍ୟତ

ମାଲକାନଗିରି,୧୦।୧୨(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଏପର୍ଯ୍ୟନ୍ତ ପକ୍କା ଘରଟିଏ ନାହିଁ। ରାଜ୍ୟ ସରକାର ଜିଲାରେ ଶିକ୍ଷା ସହ ଅନେକ କ୍ଷେତ୍ରରେ...

ଛିଡ଼ିଲା ଦୁଃଖର ପାହାଡ଼: ସ୍ବାମୀଙ୍କ ପରେ ପରେ ୨ ଝିଅ ବୁଜିଲେ ଆଖି

ରେଢ଼ାଖୋଲ, ୮।୬(ଡି.ଏନ.ଏ): ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଧୀନ ହିରାଲୋଇ ଗ୍ରାମରେ ବିଷଧର ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ଭଉଣୀ...

ରାସ୍ତାରେ ଧାନ ରୋଇଲେ

ବରଗଡ଼ ଅଫିସ୍‌,୨।୮: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ଶୋଚନୀୟ ହୋଇପଡ଼ିଛି । ଫଳରେ ରାସ୍ତାରେ ଯାତାୟାତ ହୋଇପାରୁ...

ଭୁଷୁଡ଼ିଲା ସ୍କୁଲ ପାଚେରି, ଆଖିବୁଜିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ

ରାୟଗଡ଼ା ଅଫିସ/ଗୁଣୁପୁର,୧୬।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚିକଟ ସରକାରି ଉଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ପାଚେରି କାନ୍ଥ ଭୁଷୁଡ଼ି ଜଣେ...

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୯ ଦିନ ପୂରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି।...

ମାସକରେ ବୃଦ୍ଧାଙ୍କ ସହ ୧୯ ଗୃହପାଳିତ ପଶୁଙ୍କୁ ମାରିଲାଣି ବାଘ

ନୂଆପଡ଼ା ଅଫିସ,୮।୪: ନୂଆପଡ଼ା ଜିଲାରେ ଗତ ପ୍ରାୟ ୧ ମାସ ହେବ ବାଘ ଆତଙ୍କ ଦେଖାଦେଇଛି। ବାଘ ଭୟରେ ଲୋକେ ସନ୍ଧ୍ୟା ନ ହେଉଣୁ ତାଟିକବାଟ...

Advertisement
Archives

Model This Week