ନର୍ଦ୍ଦମା ପାଖରେ ଖାଦ୍ୟ ପ୍ରସ୍ତୁତି
ପୁରୀ ଅଫିସ,୯।୧୦:ମଣିଷ ପାଇଁ ଖାଦ୍ୟ ଯେତେ ଜରୁରୀ, ଶରୀର ପାଇଁ ସୁଷମ ଓ ପୁଷ୍ଟିସାର ଖାଦ୍ୟ ସେତିକି ଆବଶ୍ୟକ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି ଭାବେ ବର୍ତ୍ତମାନ ଖାଦ୍ୟର ମାନ କମିବା ସହ ନକଲି ପଦାର୍ଥରେ ଖାଦ୍ୟ ପ୍ରସ୍ତୁତି ହେଉଛି,…
ଠେଙ୍ଗାପାଳି କରି ଚୋର ଜଗୁଛନ୍ତି ଗ୍ରାମବାସୀ
ବୋଲଗଡ଼,୯।୧୦(ଡି.ଏନ୍.ଏ.):ଖୋର୍ଦ୍ଧା ଜିଲା ବୋଲଗଡ଼ ଏବଂ ବେଗୁନିଆ ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଇବାରେ ଲାଗିଛି। ବେଗୁନିଆ ଥାନା ତଥା ବୋଲଗଡ ବ୍ଲକ ଅଧୀନ ଧଳାପଥର ଫାଣ୍ଡି ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମରେ ଚୋରି ବଢ଼ିଚାଲିଥିବାରୁ ଗ୍ରାମବାସୀ ଠେଙ୍ଗାପାଳି କରି ଗ୍ରାମ ଜଗୁଥିବା ଦେଖିବାକୁ…
ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେବି: ପ୍ରସନ୍ନ
ଖୋର୍ଦ୍ଧା ଅଫିସ/ବାଣପୁର,୯।୧୦ (ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଢ଼ିହ ଗ୍ରାମର ଦୃଷ୍ଟିବାଧିତ ପ୍ରସନ୍ନ କୁମାର ପଣ୍ଡା ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା(ଓସିଏସ୍)ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।…
ହାତିଆସୁଣୀ ପୀଠର ଉନ୍ନତୀକରଣ କରାଯାଉ
ବୋଲଗଡ଼, ୯।୧୦(ଡି.ଏନ୍.ଏ.):ରା.େଜ୍ୟ ସରକାର ବିଭିନ୍ନ ପୀଠର ପୁନରୁଦ୍ଧାର ଏବଂ ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗଁା ଗ୍ରାମରେ ଥିବା ହାତିଆସୁଣୀ ପୀଠ ଅବହେଳିତ ଅବସ୍ଥାରେ ରହିଛି,…
୯ବର୍ଷର ପୁତୁରାଙ୍କୁ ଚେଙ୍କ
କଟକ ଅଫିସ, ୯।୧୦: ମା’ଙ୍କ ଅକାଳ ବିୟୋଗ ପରେ ବାପା ୨ୟ ବିବାହ କଲେ। ହେଲେ ସେମାନଙ୍କଠାରୁ ଠିକ୍ରେ ଯତ୍ନ ନ ପାଇବାରୁ ଦାଦାଖୁଡ଼ୀଙ୍କୁ ଭରସା କଲେ। ସେମାନେ ମଧ୍ୟ ନିଷ୍ଠୁର ହୋଇଗଲେ। ପାଠପଢ଼ା ବୟସରେ କାମ ନ କରିବାରୁ ୯ବର୍ଷୀୟ…
ବିଲୁପ୍ତି ପଥେ ମୂଷାନଈ
ଏକଦା ପୁରୀର ଜୀବନରେଖା କୁହାଯାଉଥିବା ମୂଷାନଈ ବିଲୁପ୍ତ ହେବାକୁ ବସିଲାଣି। ଜବରଦଖଲ ଓ ବେଆଇନ କୋଠାବାଡ଼ି ନିର୍ମାଣ ଯୋଗୁ ଏହା ସଙ୍କୁଚିତ ହୋଇ ଏବେ ଏକ କ୍ଷୁଦ୍ର ଜଳାଶୟ ପାଲଟିଛି। ମୂଷାନଈର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ…
ବାଲିଯାତ୍ରା ଲାଗି ଆରମ୍ଭ ହେଲା ପ୍ଲଟ୍ ବୁକିଂ
କଟକ ଅଫିସ, ୮ା୧୦: ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ବୁକିଂ। ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆ ଲାଗି ଏକ ହଜାର ବର୍ଗ ଫୁଟ ଯାଏ ବ୍ୟବସାୟୀମାନେ ପ୍ଲଟ୍ ବୁକିଂ କରି ପାରିବେ। ଗୋଟିଏ ପ୍ଲଟ୍କୁ ପଞ୍ଜିକରଣ କରିବାକୁ…
ଓଟିଇଟି ପାଇଁ ୧୦ରୁ ଆବେଦନ
କଟକ ଅଫିସ, ୮ା୧୦: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୧୦ରୁ ୧୯ ତାରିଖ ମଧ୍ୟରେ ପରିକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏଥିପାଇଁ ବୋର୍ଡ ୱେବ୍ସାଇଟ୍ www.bseodisha.ac.inରେ ସମସ୍ତ…
ଚନ୍ଦ୍ର ଆଞ୍ଜୁଳି ପାଇଁ ବଡ଼ଦାଣ୍ଡରେ ଖୋଲିଛି ପସରା
ପୁରୀ ଅଫିସ,୮।୧୦- ଦଶହରା ସରିବା ପରେ ରବିବାର କୁମାର ପୂର୍ଣ୍ଣିମା। ଏହି ଉତ୍ସବ ପାଳନ କରିବା ପାଇଁ ସହରର କୁଆଁରି ଝିଅଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଗତ ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ ଆନନ୍ଦ ଉଲ୍ଲାସରେ କୁମାର ଉତ୍ସବ…
ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଲେ ଅତିରିକ୍ତ ଜିଲାପାଳ
ଦାରିଙ୍ଗବାଡ଼ି,୮ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ। ତାଙ୍କ ସହ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଅଶୋକ…
ଜୁଆଆଡ୍ଡାରେ ଚଢ଼ାଉ: ୩୮ ହଜାର ଟଙ୍କା, ୩ ବାଇକ୍ ସହ କାର୍ ଜବତ
କୁଆଁରମୁଣ୍ଡା,୮ା୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳ ଏବେ ଅସାମାଜିକ ଓ ଅପରାଧିକ ଗୋଷ୍ଠୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଚାରିଆଡ଼େ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ଖୁଲମ୍ଖୁଲା ଚାଲୁଥିଲେ ମଧ୍ୟ ପୋଲିସ ସାଜିଛି। ନୀରବଦ୍ରଷ୍ଟା କାଁଭାଁ କେତେବେଳେ ଲୋକଦେଖାଣିଆ ଭାବେ ପୋଲିସ ଚଢ଼ାଉ…
ହାତୀ ସୁରକ୍ଷା ଲାଗି ଝୁଲନ୍ତା ସୋଲାର ବାଡ଼
କେନ୍ଦୁଝର,୮ା୧୦(ସ୍ବ.ପ୍ର.): ରେଳ ଦୁର୍ଘଟଣାରୁ ହାତୀପଲଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ ଯୋଡ଼ା ବେହେରା ହାଟିଂ ନିକଟରେ ଝୁଲନ୍ତା ସୋଲାର ବାଡ଼ ପ୍ରତିଷ୍ଠା କରାଯାଇଛି। ଡିଏଫ୍ଓ ଏଚ୍.ଡି. ଧନରାଜ ଏହାର ଉଦଘାଟନ କରିଥିଲେ। ଏହି…

