୯ବର୍ଷର ପୁତୁରାଙ୍କୁ ଚେଙ୍କ

କଟକ ଅଫିସ, ୯।୧୦: ମା’ଙ୍କ ଅକାଳ ବିୟୋଗ ପରେ ବାପା ୨ୟ ବିବାହ କଲେ। ହେଲେ ସେମାନଙ୍କଠାରୁ ଠିକ୍‌ରେ ଯତ୍ନ ନ ପାଇବାରୁ ଦାଦାଖୁଡ଼ୀଙ୍କୁ ଭରସା କଲେ। ସେମାନେ ମଧ୍ୟ ନିଷ୍ଠୁର ହୋଇଗଲେ। ପାଠପଢ଼ା ବୟସରେ କାମ ନ କରିବାରୁ ୯ବର୍ଷୀୟ ପୁତୁରାଙ୍କୁ ଦାଦାଖୁଡ଼ୀ ବେଲ୍‌ଟରେ ମାରିବା ସହ ଚେଙ୍କ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ନାବାଳକଙ୍କ ଅଜା ଏବଂ ଆଈ ଜାଣିବା ପରେ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଆଇପିସି ଦଫା ୩୨୩,୩୨୪,୫୦୬, ୩୪ ଏବଂ ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟର ଦଫା ୨୬ରେ ସମ୍ପୃକ୍ତ ଦାଦା ଓ ଖୁଡ଼ୀଙ୍କ ବିରୋଧରେ ଏକ ମାମଲା(ନଂ.୧୯୦/୨୦୨୨) ରୁଜୁ କରିଛି। ତଦନ୍ତ ଆରମ୍ଭ ହୋଇଛି, ସମ୍ପୃକ୍ତ ନାବାଳକଙ୍କୁ ସିଡବ୍ଲ୍ୟୁସି ନିକଟରେ ହାଜର କରାଯିବ ବୋଲି ପୋଲିସ କହିଛି।
ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଅଞ୍ଚଳର ଜଣେ ନାବାଳକଙ୍କ ମା’ଙ୍କ ୪ବର୍ଷ ତଳେ ମୃତ୍ୟୁ ଘଟିଥିଲା। ମା’ଙ୍କ ମୃତ୍ୟୁ ପରେ ସେ ବାପା ଏବଂ ସାବତ ମା’ଙ୍କ ନିକଟରେ ରହୁଥିଲେ। ହେଲେ ସେଠାରେ ବାପା ଏବଂ ସାବତ ମା’ଙ୍କ ମଧ୍ୟରେ ଝଗଡ଼ା ହେବାରୁ ଗତ ମାର୍ଚ୍ଚ ମାସରେ କଟକ ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁଥିବା ନାବାଳକଙ୍କ ଦାଦା ଓ ଖୁଡ଼ୀ ତାଙ୍କୁ ପାଠପଢ଼ାଇବା ପାଇଁ ନିଜ ପାଖକୁ ଆଣିଥିଲେ। ତେବେ ପାଠ ପଢ଼ାଇବା ବଦଳରେ ସେମାନେ ନାବାଳକଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଥିଲେ। କାମ ନ କଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ନିକଟରେ ଦାଦା ଖୁଡ଼ୀ ମିଶି ତାଙ୍କୁ ଚେଙ୍କ ଦେବା ସହ ବେଲ୍ଟରେ ମାଡ଼ ମାରିଥିଲେ। ଦଶହରାରେ ନାବାଳକ ଜଣକ ଅଜାଙ୍କ ଘରକୁ ବୁଲିବାକୁ ଯାଇଥିବାବେଳେ ଚେଙ୍କ ଦାଗ ଶରୀରରେ ଦେଖି କେମିତି ହେଲା ବୋଲି ପଚାରିଥିଲେ। ଏହା ପରେ ନାବାଳକ ଜଣକ ସବୁକଥା ଅଜାଆଈଙ୍କ ନିକଟରେ ବର୍ଣ୍ଣନା କରିଥିଲେ। କାମ ନ କରିବାରୁ ସେମାନେ ଖାଇବାକୁ ନ ଦେଇ ଓଲଟି ଗାଳିଗୁଲଜ କରୁଛନ୍ତି। ବେଲ୍‌ଟରେ ବାଡ଼େଇବା ସହ ବେକକୁ ନଖ ଦ୍ୱାରା ଆମ୍ପୁଡ଼ିବା ଭଳି ଜଘନ୍ୟ କାର୍ଯ୍ୟ ମଧ୍ୟ କରୁଛନ୍ତି ବୋଲି ନାବାଳକ କହିଛନ୍ତି। ସେଥିପାଇଁ ନାତି ଆଉ ଦାଦାଖୁଡ଼ୀଙ୍କ ନିକଟରେ ରହିବାକୁ ମନା କରୁଛି। ତେଣୁ ଆମେ ତାକୁ ନିଜ ପାଖରେ ରଖିବାକୁ ଚାହୁଁଛୁ ବୋଲି ନାବାଳକଙ୍କ ଅଜା ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ନାବାଳକଙ୍କ ଖୁଡ଼ୀ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପୁତୁରାକୁ ଭଲ ପାଠ ପଢ଼ାଇବାକୁ ଆମେ କଟକ ଆଣିଥିଲୁ। ତାକୁ ଆମେ ପୁଅ ଭଳି ଦେଖିବା ସହ କେବେ ନିର୍ଯାତନା ଦେଇନାହୁଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri