୯ବର୍ଷର ପୁତୁରାଙ୍କୁ ଚେଙ୍କ

କଟକ ଅଫିସ, ୯।୧୦: ମା’ଙ୍କ ଅକାଳ ବିୟୋଗ ପରେ ବାପା ୨ୟ ବିବାହ କଲେ। ହେଲେ ସେମାନଙ୍କଠାରୁ ଠିକ୍‌ରେ ଯତ୍ନ ନ ପାଇବାରୁ ଦାଦାଖୁଡ଼ୀଙ୍କୁ ଭରସା କଲେ। ସେମାନେ ମଧ୍ୟ ନିଷ୍ଠୁର ହୋଇଗଲେ। ପାଠପଢ଼ା ବୟସରେ କାମ ନ କରିବାରୁ ୯ବର୍ଷୀୟ ପୁତୁରାଙ୍କୁ ଦାଦାଖୁଡ଼ୀ ବେଲ୍‌ଟରେ ମାରିବା ସହ ଚେଙ୍କ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ନାବାଳକଙ୍କ ଅଜା ଏବଂ ଆଈ ଜାଣିବା ପରେ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଆଇପିସି ଦଫା ୩୨୩,୩୨୪,୫୦୬, ୩୪ ଏବଂ ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟର ଦଫା ୨୬ରେ ସମ୍ପୃକ୍ତ ଦାଦା ଓ ଖୁଡ଼ୀଙ୍କ ବିରୋଧରେ ଏକ ମାମଲା(ନଂ.୧୯୦/୨୦୨୨) ରୁଜୁ କରିଛି। ତଦନ୍ତ ଆରମ୍ଭ ହୋଇଛି, ସମ୍ପୃକ୍ତ ନାବାଳକଙ୍କୁ ସିଡବ୍ଲ୍ୟୁସି ନିକଟରେ ହାଜର କରାଯିବ ବୋଲି ପୋଲିସ କହିଛି।
ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଅଞ୍ଚଳର ଜଣେ ନାବାଳକଙ୍କ ମା’ଙ୍କ ୪ବର୍ଷ ତଳେ ମୃତ୍ୟୁ ଘଟିଥିଲା। ମା’ଙ୍କ ମୃତ୍ୟୁ ପରେ ସେ ବାପା ଏବଂ ସାବତ ମା’ଙ୍କ ନିକଟରେ ରହୁଥିଲେ। ହେଲେ ସେଠାରେ ବାପା ଏବଂ ସାବତ ମା’ଙ୍କ ମଧ୍ୟରେ ଝଗଡ଼ା ହେବାରୁ ଗତ ମାର୍ଚ୍ଚ ମାସରେ କଟକ ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁଥିବା ନାବାଳକଙ୍କ ଦାଦା ଓ ଖୁଡ଼ୀ ତାଙ୍କୁ ପାଠପଢ଼ାଇବା ପାଇଁ ନିଜ ପାଖକୁ ଆଣିଥିଲେ। ତେବେ ପାଠ ପଢ଼ାଇବା ବଦଳରେ ସେମାନେ ନାବାଳକଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଥିଲେ। କାମ ନ କଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ନିକଟରେ ଦାଦା ଖୁଡ଼ୀ ମିଶି ତାଙ୍କୁ ଚେଙ୍କ ଦେବା ସହ ବେଲ୍ଟରେ ମାଡ଼ ମାରିଥିଲେ। ଦଶହରାରେ ନାବାଳକ ଜଣକ ଅଜାଙ୍କ ଘରକୁ ବୁଲିବାକୁ ଯାଇଥିବାବେଳେ ଚେଙ୍କ ଦାଗ ଶରୀରରେ ଦେଖି କେମିତି ହେଲା ବୋଲି ପଚାରିଥିଲେ। ଏହା ପରେ ନାବାଳକ ଜଣକ ସବୁକଥା ଅଜାଆଈଙ୍କ ନିକଟରେ ବର୍ଣ୍ଣନା କରିଥିଲେ। କାମ ନ କରିବାରୁ ସେମାନେ ଖାଇବାକୁ ନ ଦେଇ ଓଲଟି ଗାଳିଗୁଲଜ କରୁଛନ୍ତି। ବେଲ୍‌ଟରେ ବାଡ଼େଇବା ସହ ବେକକୁ ନଖ ଦ୍ୱାରା ଆମ୍ପୁଡ଼ିବା ଭଳି ଜଘନ୍ୟ କାର୍ଯ୍ୟ ମଧ୍ୟ କରୁଛନ୍ତି ବୋଲି ନାବାଳକ କହିଛନ୍ତି। ସେଥିପାଇଁ ନାତି ଆଉ ଦାଦାଖୁଡ଼ୀଙ୍କ ନିକଟରେ ରହିବାକୁ ମନା କରୁଛି। ତେଣୁ ଆମେ ତାକୁ ନିଜ ପାଖରେ ରଖିବାକୁ ଚାହୁଁଛୁ ବୋଲି ନାବାଳକଙ୍କ ଅଜା ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ନାବାଳକଙ୍କ ଖୁଡ଼ୀ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପୁତୁରାକୁ ଭଲ ପାଠ ପଢ଼ାଇବାକୁ ଆମେ କଟକ ଆଣିଥିଲୁ। ତାକୁ ଆମେ ପୁଅ ଭଳି ଦେଖିବା ସହ କେବେ ନିର୍ଯାତନା ଦେଇନାହୁଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri