ନର୍ଦ୍ଦମା ପାଖରେ ଖାଦ୍ୟ ପ୍ରସ୍ତୁତି

ପୁରୀ ଅଫିସ,୯।୧୦:ମଣିଷ ପାଇଁ ଖାଦ୍ୟ ଯେତେ ଜରୁରୀ, ଶରୀର ପାଇଁ ସୁଷମ ଓ ପୁଷ୍ଟିସାର ଖାଦ୍ୟ ସେତିକି ଆବଶ୍ୟକ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି ଭାବେ ବର୍ତ୍ତମାନ ଖାଦ୍ୟର ମାନ କମିବା ସହ ନକଲି ପଦାର୍ଥରେ ଖାଦ୍ୟ ପ୍ରସ୍ତୁତି ହେଉଛି, ତାହା ସ୍ବାସ୍ଥ୍ୟ ପାଇଁ ହିତକାରକ ସାବ୍ୟସ୍ତ ହୋଇଛି। ଏହିି ପରିପ୍ରେକ୍ଷୀରେ ଏବେ ପୁରୀରେ ନାଳ, ନର୍ଦ୍ଦମା ପାଖରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ନଜରକୁ ଆସିଛି। ସହରର ଅନେକ ଛୋଟ ଖାଦ୍ୟ ଉତ୍ପାଦନକାରୀ ଦୋକାନୀ ଓ ସଂସ୍ଥା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ନିମ୍ନମାନର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରୁଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଏଭଳି ଦୋକାନୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଥିବା ଅଭିଯୋଗ ହୋଇଛି।
ପୁରୀ ସହରସ୍ଥିତ କୁମୁଟିପାଟଣା ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହୋଇ ବିକ୍ରି କରାଯାଉଥିବା ନେଇ ସ୍ଥାନୀୟଲୋକେ ପୁରୀ ପୌରସଂସ୍ଥା ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଉକ୍ତ ଅଞ୍ଚଳରେ ଜଣେ ବ୍ୟବସାୟୀ ଏକ ମିକ୍ସର୍‌ ଓ ପାମ୍ପଡ କାରଖାନା କରିଛନ୍ତି। କାରଖାନାଟି ଏକ ନର୍ଦ୍ଦମା ନିକଟରେ ଥିବାବେଳେ ଖାଦ୍ୟର ମାନ ସମେତ ସ୍ବଚ୍ଛତା ଦିଗରେ ଧ୍ୟାନ ଦିଆଯାଉ ନାହିଁ। ଏପରିକି କାରଖାନାରର ବର୍ଜ୍ୟବସ୍ତୁକୁ ସାହି ଭିତରକୁ ଛାଡ଼ି ଦିଆଯାଉଛି। ମାତ୍ରାଧିକ ପୋଡ଼ା ମୋବିଲର ବ୍ୟବହାର ମଧ୍ୟ ସ୍ବାସ୍ଥ୍ୟଜନିତ ସମସ୍ୟା ବଢ଼ାଇଛି। ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ତେବେ ଏଭଳି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୌର ସଂସ୍ଥା ଏସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇ ଚୁପ୍‌ ବସିଛି। ଏ ସମ୍ପର୍କରେ ପୌର ସଂସ୍ଥା କାର୍ଯ୍ୟନିିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ କହିଛନ୍ତି, ଏଭଳି ଅଭିଯୋଗ ହସ୍ତଗତ ହେବା ପରେ ଆମେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଛୁ। ତେବେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ରିପୋର୍ଟ ହସ୍ତଗତ ହୋଇନାହିଁ। ଅନ୍ୟପଟେ ସୂଚନା ଅଧିକାର କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି, ପୁରୀ ସହର ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ହୋଇଥିବା ବେଳେ ପ୍ରଶାସନ ଅବହେଳା ହେତୁ ଖାଦ୍ୟ ସୁରକ୍ଷା ଆଇନ କଡ଼ାକଡ଼ି ହୋଇପାରୁ ନାହିଁ। ନିୟମ ଅନୁଯାୟୀ, ଖାଦ୍ୟ ସୁରକ୍ଷା ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ପୌର ସଂସ୍ଥାର ମିଳିତ ଟିମ୍‌ ଜିଲାରେ ଖାଦ୍ୟ ସୁରକ୍ଷା ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ। ମାତ୍ର ଦୀର୍ଘଦିନ ହେବ ଏଭଳି କରାଯାଉ ନାହିଁ। ସବୁ ବିଭାଗ ପରସ୍ପର ଉପରେ ଦାୟିତ୍ୱ ଲଦିବାରେ ଲାଗିଛନ୍ତି। ମାତ୍ର କେହି ଖାଦ୍ୟର ମାନ ଓ ଏହାର ପ୍ରସ୍ତୁତିର ଗୁଣବତ୍ତା ଉପରେ ଦୃଷ୍ଟି ରଖୁନାହାନ୍ତି। ସମ୍ପୃକ୍ତ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ପଦାର୍ଥ ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ନାଳ ନର୍ଦ୍ଦମା ନିକଟରେ ଖାଦ୍ୟ ପ୍ରସ୍ତୁତ ହେଉଛି। ତାହାକୁ ପ୍ୟାକେଜ କରି ବଜାରକୁ ଛଡାଯାଉଛି। ଖୋଲାଖୋଲି ଭାବେ ଖାଦ୍ୟ ସୁରକ୍ଷା ଆଇନର ଉଲ୍ଲଂଘନ ହେଉଥିଲେ ମଧ୍ୟ କାହାରି ଏହି ଦିଗରେ ନିଘା ନାହିଁ ।
ଅନ୍ୟପକ୍ଷେ ସୋସିଆଲ ମିଡିଆର ଏକ ଫଟୋ ସ୍ଥାନୀୟ ଲୋକମାନେ ଶେୟାର କରୁଛନ୍ତି। ଫଟୋରେ କେତେକ ଅଧିକାରୀ ସମ୍ପୃକ୍ତ କାରଖାନାରୁ ଖାଦ୍ୟ ପଦାର୍ଥ ଆଣି ସରକାରୀ ଗାଡ଼ି ଭିତରେ ରଖୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି ଯେ, ଯାଞ୍ଚ ଟିମ୍‌ ସମ୍ପୃକ୍ତ କାରଖାନା ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ କେବଳ ଲାଞ୍ଚ ଓ ଖାଦ୍ୟ ପଦାର୍ଥ ନେଇ ଫେରିଛନ୍ତି। ଏ ନେଇ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ କହିଛନ୍ତି, ଅଭିଯୋଗ ହେବା ପରେ ଗୁରୁବାର ଘଟଣାସ୍ଥଳରେ ଚଢ଼ାଉ କରି ମାଲିକଙ୍କୁ ତାଗିଦ୍‌ କରାଯାଇଛି। ୧୫ଦିନ ମଧ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଆନୁଷଙ୍ଗିକ ବ୍ୟବସ୍ଥା କାରଖାନାରେ କରିବା ପାଇଁ ନୋଟିସ୍‌ ହୋଇଛି। ସେହିଭଳି ଜିଲାର ଅନେକ ସ୍ଥାନରେ ଚଢାଉ କରି ସ୍ଥିତି ଯାଞ୍ଚ କରିଛୁ। ପୁରୀ ସହରରେ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବିକ୍ରି ପାଇଁ ଅନେକ ସ୍ଥାନୀୟ ଖାଦ୍ୟ କାରଖାନା କାର୍ଯ୍ୟକ୍ଷମ ରହିଛି। ଏହାର ଗୁଣବତ୍ତା ଯାଞ୍ଚ ପାଇଁ ପ୍ରଶାସନ ସ୍ତରରେ ସାମଗ୍ରିକ ପ୍ରୟାସ କେବେ ହେଲେ ହୋଇ ନାହିଁ। କେବଳ ରଥ ଯାତ୍ରା ସମୟରେ କିଛି ହୋଟେଲକୁ ଯାଇ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରିଥାନ୍ତି । ତେବେ କାରଖାନାରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ କେବେ ହେଲେ ଯାଞ୍ଚ ହୋଇପାରେ ନାହିଁ। ସାଧାରଣତଃ ବଡ଼ ବଡ଼ ସହର ଓ ପ୍ରମୁଖ ପର୍ଯଟନ ସ୍ଥଳୀରେ ଏହି ଆଇନ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସ୍ଥାନୀୟ ଖାଦ୍ୟ ପଦାର୍ଥର ମାନ ସମୟ ସମୟରେ ଯାଞ୍ଚ କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ପ୍ରଣୟ ଜଗଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri