ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେବି: ପ୍ରସନ୍ନ

ଖୋର୍ଦ୍ଧା ଅଫିସ/ବାଣପୁର,୯।୧୦ (ଡି.ଏନ୍‌.ଏ.):

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଢ଼ିହ ଗ୍ରାମର ଦୃଷ୍ଟିବାଧିତ ପ୍ରସନ୍ନ କୁମାର ପଣ୍ଡା ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷା(ଓସିଏସ୍‌)ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ପ୍ରକାଶ ପାଇଥିବା ଓସିଏସ୍‌ ପରୀକ୍ଷାରେ ମୋଟ୍‌ ୩୯୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେଥିରେ ପ୍ରସନ୍ନ ୨୬୬ ର଼୍ୟାଙ୍କ୍‌ ପାଇଛନ୍ତି। ସେ ଏବେ ବ୍ରହ୍ମପୁରସ୍ଥିତ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତାର ଯାତ୍ରା ସମ୍ପର୍କରେ ପ୍ରସନ୍ନଙ୍କ କେଇପଦ କଥା।

ଓସିଏସ୍‌ ପାଇବା ପରେ କ’ଣ କହିବେ?
ଖୁସି ଅନୁଭବ କରୁଛି। ପ୍ରଥମଥର ୨୦୧୯ରେ ଅକୃତକାର୍ଯ୍ୟ ହୋଇଥିଲି। ଏହା ମୋର ଦ୍ୱିତୀୟ ପ୍ରୟାସ। ସଫଳତା ମିଳିବ ବୋଲି ଆଶା ରହିଥିଲା। ଯେଉଁ ବିଭାଗ ମିଳିବ, ନିଷ୍ଠାର ସହ ଦାୟିତ୍ୱ ତୁଲାଇବି। ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି।
ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତି କରିଥିଲେ?
ଜେଏନ୍‌ୟୁରେ ପାଠପଢ଼ା ସହ ଓସିଏସ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲି। ଏହା ବଡ଼ ଚ୍ୟାଲେଞ୍ଜ ରହିଥିଲା। ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଏହି ସଫଳତା ହାସଲ କରିଛି। ସାଧାରଣ ପିଲାଙ୍କ ଭଳି ପାଠ ପଢିବା ମୋ ପାଇଁ ବହୁତ କଷ୍ଟକର ଥିଲା। ତଥାପି ଏଥିଲାଗି ନିଜକୁ ପ୍ରସ୍ତୁତ କରିଥିଲି। ବହିକୁ ସ୍କାନ୍‌ କରି ହାର୍ଡକପିରୁ ସଫ୍ଟକପି କରିବା ପରେ ଶୁଣି ଶୁଣି ପଢ଼ିବା କଷ୍ଟକର। ଏଥିରେ ବହୁ ସମୟ ଲାଗେ। ରେକର୍ଡ କରି ବାରମ୍ବାର ଶୁଣି ଶୁଣି ମନେରଖିବା ମଧ୍ୟ ବହୁ କଷ୍ଟ। ଏଥିପାଇଁ ସଫଳତା ବିଳମ୍ବରେ ମିଳିଥାଏ। କଥାରେ ଅଛି କଠିନ ପରିଶ୍ରମ ସଫଳତା ଆଣେ, ଯାହା ମୋ ପକ୍ଷେ ସମ୍ଭବ ହୋଇଛି।
ସାକ୍ଷାତ୍‌କାର ଅନୁଭୂତି କିପରି ଥିଲା?
ସାକ୍ଷାତ୍‌କାରରେ ୨୦ ମିନିଟ୍‌ ସମୟ ମିଳିଥିଲା। ୧୦ରୁ ୧୫ଟି ପ୍ରଶ୍ନ ପଚରା ଯାଇଥିଲା। ସେଥିରୁ ୨ରୁ ୩ଟି ଠିକ୍‌ ଉତ୍ତର ଦେଇପାରିନାହିଁ। ରାଜନୀତି ବିଜ୍ଞାନର ଛାତ୍ର ହୋଇଥିବାରୁ ରାଜନୀତି ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ। ଭାରତୀୟ ରାଜନୀତି, ଜାତୀୟସ୍ତରୀୟ କେତେକ ପ୍ରସଙ୍ଗ, ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ପକ୍ଷରୁ ଦଳଗୁଡ଼ିକୁ ଦିଆଯାଉଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ପଚାରିଥିଲେ। ସାକ୍ଷାତ୍‌କାର ସନ୍ତୋଷଜନକ ରହିଥିଲା।
ଓଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କୁ କ’ଣ କହିବେ?
ଜଣେ ଦୃଷ୍ଟିହୀନ ବୋଲି କେବେ ନିଜକୁ ଅନ୍ୟଠାରୁ କମ୍‌ ବୋଲି ଭାବିନାହିଁ। ଭିନ୍ନକ୍ଷମତା, ବାଧାବିଘ୍ନ ସଫଳତାରେ ବାଧା ସୃଷ୍ଟି କରିପାରିବ ନାହିଁ। ଅଦମ୍ୟ ଇଚ୍ଛାଶକ୍ତି, ଦୃଢ଼ ମନୋବଳ, ଆତ୍ମବିଶ୍ୱାସ, କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଅଭାବ ଅନଟନ, ଶାରୀରିକ ଭିନ୍ନକ୍ଷମତାକୁ ଖାତିର ନ କରି ଆଗକୁ ବଢ଼ିଲେ ସଫଳତା ପାଇପାରିବେ।
ସଫଳତାର ଶ୍ରେୟ କାହାକୁ ଦେବେ?
ଏହି ସଫଳତା ପାଇଁ ପ୍ରଥମେ ମା’ବାପା, ପରିବାରବର୍ଗଙ୍କୁ ଶ୍ରେୟ ଦେବି। ଦୃଷ୍ଟିହୀନ ବୋଲି ଜାଣି ମଧ୍ୟ ମୋତେ କେବେ ହତାଦର କରିନାହାନ୍ତି। ପିଲାବେଳୁ ମୋର ଉପଯୁକ୍ତ ଲାଳନପାଳନ ସହ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ଯୋଗୁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚତ୍ ପାରିଛି। ଦ୍ୱିତୀୟରେ ମୋତେ ସ୍କାଇପ୍‌ ଲେଖିବାରେ ସହଯୋଗ କରିଥିବା ବନ୍ଧୁ, ତୃତୀୟରେ ମୋ ପାଠପଢ଼ାରେ ସହଯୋଗ କରିଥିବା କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ କର୍ତ୍ତୃପକ୍ଷ। ଭିନ୍ନକ୍ଷମମାନେ ଓସିଏସ୍‌ ପରୀକ୍ଷାରେ ଯୋଗଦାନ କରିପାରିବାର ସୁଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଛଡେଇ ନେବାରୁ ଜୀବନ ହାରିଲା ପୁଅ

କୋରାପୁଟ, ୧୨ା୧୦(ସ୍ବ.ପ୍ର.): କୋରାପୁଟ ସହରର ଗୌତମନଗରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଖେଳ ପାଇଁ ଜଣେ ନାବାଳକଙ୍କ ଜୀବନ ଯାଇଛି। ପରିବାର ଲୋକେ...

ଲିଭୁନି ନିଆଁ, ଅସୁରକ୍ଷିତ ଅବସ୍ଥାରେ ଚାଲୁଛି କାମ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ବୁଧବାର ଲାଗିଥିବା ନିଆଁ ଲିଭୁନାହିଁ। ଫଳରେ ଚାରିଆଡ଼େ ପ୍ରଦୂଷଣ ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।...

କୋରାପୁଟ ଏମ୍‌ପି କରୋନା ପଜିଟିଭ

ଭୁବନେଶ୍ବର,୧୪।୧(ବ୍ୟୁରୋ): କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଏମ୍‌ପି ଉଲ୍ଲାକା ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇ କହିଛନ୍ତି। ଏମ୍‌ପି...

ଛାତ୍ରଙ୍କୁ ମିଳିଲା ଶ୍ରବଣଯନ୍ତ୍ର

ଦାରିଙ୍ଗବାଡ଼ି,୧୨।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲାଦାଙ୍ଗି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଟୁନା ପ୍ରଧାନଙ୍କ ଗୋଟିଏ କାନକୁ ଆଦୌ ଶୁଣାଯାଉ ନ...

ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ଚମକିଲେ ସୋନାଲୀ

ଅନୁଗୋଳ ଅଫିସ, ୯।୧ – ଧୀରେ ଧୀରେ ବଢ଼ୁଥିବା ପ୍ରଦୂଷଣ ସମସ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ନିଜ ପ୍ରକଳ୍ପ...

୧୩ ବର୍ଷର ନାବଳିକା ୭ ମାସର ଗର୍ଭବତୀ:ଅଭିଯୁକ୍ତ ୨ ଛୁଆର ବାପା ନାଁରେ ଏତଲା

ଜୟପୁର,୧୪ା୫(ଡି.ଏନ୍‌.ଏ.): ଦୁଇଟି ଛୁଆର ବାପା ଜଣେ ୧୩ ବର୍ଷର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ୭ ମାସର ଗର୍ଭବତୀ କରିଛନ୍ତି। ଅଭିଯୁକ୍ତ ଜଣକ...

ବଗଲା ବଞ୍ଚାଓ ପଦଯାତ୍ରା ଆରମ୍ଭ

ପୁରୀ ଅଫିସ,୧୪ା୧୦:ବଗଲା ଧର୍ମଶାଳା ଜମି ବିକ୍ରି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବ ଭାଜପା। ଏନେଇ ବୁଧବାର ସକାଳ ୯ଟାରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସିଂହଦ୍ୱାରଠାରୁ...

ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୨ା୫- ଘରଭଡ଼ାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଷାଣୀନୂଆଗଁା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଷାଣୀନୂଆଗଁା...

Advertisement
Archives

Model This Week