ଚନ୍ଦ୍ର ଆଞ୍ଜୁଳି ପାଇଁ ବଡ଼ଦାଣ୍ଡରେ ଖୋଲିଛି ପସରା

ପୁରୀ ଅଫିସ,୮।୧୦- ଦଶହରା ସରିବା ପରେ ରବିବାର କୁମାର ପୂର୍ଣ୍ଣିମା। ଏହି ଉତ୍ସବ ପାଳନ କରିବା ପାଇଁ ସହରର କୁଆଁରି ଝିଅଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଗତ ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ ଆନନ୍ଦ ଉଲ୍ଲାସରେ କୁମାର ଉତ୍ସବ ପାଳନ କରିବେ କୁମାରୀମାନେ। ଏଥିପାଇଁ ଲୁଗା ଦୋକାନ, ପୂଜା ସାମଗ୍ରୀ ଦୋକାନ ଓ ଆଞ୍ଜୁଳି ପସରା ଦୋକାନରେ ନାହିଁ ନ ଥିବା ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। କୁମାର ପୂର୍ଣ୍ଣମୀରେ କୁମାରୀମାନେ ଉପବାସ ରଖିବା ସହ ମାସାଧିକ କାଳ ରଖିଥିବା ଜହ୍ନି ଓଷା ବ୍ରତ ଉଦ୍‌ଯାପନ କରିବେ। କୁଆଁରି କନ୍ୟାମାନେ ଭୋରରୁ ଉଠି ସ୍ନାନ ଓ ନିତ୍ୟକର୍ମ ସାରି ଚତୁର୍ଦ୍ଦଶୀ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବା ସହ ଉପବାସ ପାଳନ କରିବେ। ଚନ୍ଦ୍ର ଉଦିୟା ବର ପାଇବା ପାଇଁ ଏହି ବ୍ରତ କନ୍ୟାମାନେ ପାଳନ କରିବା ପରମ୍ପରା ଉତ୍କଳ ଭୂ-ଖଣ୍ଡରେ ପ୍ରଚଳିତ। ପୂର୍ଣ୍ଣମୀ ଦିନ ନୂଆ ବସ୍ତ୍ର ପିନ୍ଧି ଏହି ବ୍ରତ ପାଳନ କରିବାର ପରମ୍ପରା ଥିବାରୁ ସହରରେ ଥିବା ଲୁଗା ଦୋକାନୀଗୁଡ଼ିକରେ ଭିଡ଼ ଲାଗି ରହିଛି। ଏଥିସହ ଲିଆ ଓ ଖଇ ଉଦିତ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଆଯିବା ଓ ଚାନ୍ଦ ଚକଟା ପାଇଁ ଖଇ, କଦଳି, ଛେନା ଆବଶ୍ୟକ ହେଉଥିବାରୁ ଏହି ସବୁ ଦୋକାନରେ କିଣାବିକା ଚାଲିଥିଲା। ଚନ୍ଦ୍ରପୂଜା ସଂକଳ୍ପ କରିବା ପାଇଁ ଫୁଲ ଲଗା ଜହ୍ନି, କାକୁଡି, ଗୋଟାଗୁଆ, କରମଙ୍ଗା, ମେଘୁଆ, ନଡିଆ ଓ କଇଁଫୁଲ ପସରା ନିକଟରେ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri