ହାତିଆସୁଣୀ ପୀଠର ଉନ୍ନତୀକରଣ କରାଯାଉ

ବୋଲଗଡ଼, ୯।୧୦(ଡି.ଏନ୍‌.ଏ.):ରା.େଜ୍ୟ ସରକାର ବିଭିନ୍ନ ପୀଠର ପୁନରୁଦ୍ଧାର ଏବଂ ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ସାଗରଗଁା ଗ୍ରାମରେ ଥିବା ହାତିଆସୁଣୀ ପୀଠ ଅବହେଳିତ ଅବସ୍ଥାରେ ରହିଛି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏହି ପୀଠର ଉନ୍ନତୀକରଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି। ସୂଚନାଥାଉ କି, ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ହାତିସୁଆଣୀ ପୀଠଟି ବହୁ ପ୍ରାଚୀନ। ପ୍ରାୟ ୯୦୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ମା’ ହସ୍ତିନୀଙ୍କ ଏହି ପୀଠ। ଏଠାରେ ମାନସିକ କଲେ ପୂର୍ଣ୍ଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି।
ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ବିଶେଷକରି ଶୀତଦିନେ ଏଠାରେ ଲୋକଙ୍କ ଭିଡ଼ ବେଶି ହୋଇଥାଏ। ପ୍ରାକୃତିକ ପରିବେଶ, ଭୋଜି କରିବା ସହ ମା’ଙ୍କ ଦର୍ଶନ, ସେଲ୍ଫି ନେବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିଲେ ମଧ୍ୟ ନିକଟତମ ପର୍ଯ୍ୟଟନସ୍ଥଳୀ ଆରିକମା ଗ୍ରାମର ମା’ କୋଶଳାଶୁଣୀ ଏବଂ ମା’ କୀଚକେଶ୍ବରୀ ଦେବୀଙ୍କ ସହିତ ଏହି ହସ୍ତିନୀ ଦେବୀଙ୍କ ସମ୍ପର୍କ ରହିଥିବା ଅଞ୍ଚଳର ଜନସାଧାରଣଙ୍କଠାରୁ ଶୁଣିବାକୁ ମିଳିଥାଏ। ହାତିଆସୁଣୀ ପୀଠର ଉନ୍ନତୀକରଣ, ଗମନାଗମନ, ପାନୀୟଜଳ ଓ ଆଶ୍ରୟ ପାଇଁ ପକ୍କାଘରର ଆବଶ୍ୟକତା ରହିଛି। ସ୍ଥାନୀୟ ଅଞ୍ଚଳବାସୀ ପୀଠର ଉନ୍ନତୀକରଣ ପାଇଁ ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇବା ପରେ ପଞ୍ଚାୟତ ପକ୍ଷରୁ କିଛି କାର୍ଯ୍ୟ କରାଯାଇଛି। ତେବେ ଉପରୋକ୍ତ ସମସ୍ୟାଗୁଡିକର ସମାଧାନ ହୋଇପାରିଲେ ଏହି ପୀଠ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇବା ସହ ଅଞ୍ଚଳର ବିକାଶରେ ସହାୟକ ହୋଇପାରନ୍ତା। ଏଥିପ୍ରତି ଜିଲା ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେବାକୁ ସାମାଜିକ କର୍ମୀ କୈଳାସ ଚନ୍ଦ୍ର ରଥ, ଶିକ୍ଷାବିତ୍‌ ମହାଦେବ ପାଟ୍ଟଯୋଶୀ, ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ, ଏନ୍‌ଆର୍‌ସି କାର୍ଯ୍ୟକାରୀ ଦାବି

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା କୁଆଁସ ଯୁବ ସଙ୍ଗଠନ ସଦସ୍ୟଙ୍କ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସି କାର୍ଯ୍ୟକାରୀ ନେଇ ଦାବି ହୋଇଛି। ପୂର୍ବାହ୍ନରେ ସଦସ୍ୟମାନେ...

ବନ କର୍ମଚାରୀ ନାକେଦମ୍‌

ପାଟଣା,୨୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ପୁଣି ଗତ ଶୁକ୍ରବାର ରାତିରେ ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ଉତ୍ପାତ...

ନିଯୁକ୍ତିରେ ଅଣଦେଖା, କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଗଞ୍ଜାମ,୧୩ା୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ବୁଧବାର ଏକ ପ୍ରତିନିଧି ଦଳ ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ କର୍ତ୍ତୃପକ୍ଷ...

ରାଜସ୍ବ ଗଁ। ମାନ୍ୟତା ପାଇବାରୁ ବଞ୍ଚିତ ବାଞ୍ଜିପଦର

କର୍ଲାମୁଣ୍ଡା,୧୭।୬ (ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସାପଲହରା ପଞ୍ଚାୟତ ଅର୍ନ୍ତଗତ ସାପଲହରା ରାଜସ୍ବ ଗ୍ରାମର ହାମ୍‌ଲେଟ ହେଉଛି ବାଞ୍ଜିପଦର। ବ୍ଲକ କାର୍ଯ୍ୟାଳୟଠାରୁ ୮ କି.ମି....

୧୦୦ ବର୍ଷ ପଛକୁ ଫେରିଗଲା କଟକ ଦଶହରା

କଟକଣା ଭିତରେ ହଜିଗଲା ପୁରୁଣା ପରମ୍ପରା। ଯାହା ସହରର ପୁରୁଖା ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ କେବେ ଦେଖି ନ ଥିଲେ, ତାହା ଚଳିତବର୍ଷ ଦେଖିବାକୁ ମିଳିଛି।...

ପ୍ରମାଣପତ୍ର ପାଇଁ ଟଙ୍କା

ପରଜଙ୍ଗ, ୧୨।୩(ଡି.ଏନ.ଏ.) ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା, ଦୁର୍ନୀତି ରୋକିବା, ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘୫-ଟି’ ବ୍ୟବସ୍ଥା।...

ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା...

ପିଚୁ ପାଇଁ ଅନନ୍ତପୁର-ନେନ୍ଧେରା ଢଳେଇ ରାସ୍ତା ବିପର୍ଯ୍ୟସ୍ତ: ସାଧାରଣରେ ତୀବ୍ର ଅସନ୍ତୋଷ

ବାଲିକୁଦା,୧୫ା୩(ସ୍ବ.ପ୍ର.): ବାଲିକୁଦା ବ୍ଲକ୍‌ର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଥିବା ଏକମାତ୍ର ରାସ୍ତା ଅନନ୍ତପୁର-ନେନ୍ଧେରା ଏବେ ବିପର୍ଯ୍ୟସ୍ତ। ଉକ୍ତ ରାସ୍ତାର କିଛି ଭାଗ ଟେଣ୍ଡର କରାଯାଇ...

Advertisement
Archives

Model This Week