ବିଲୁପ୍ତି ପଥେ ମୂଷାନଈ

ଏକଦା ପୁରୀର ଜୀବନରେଖା କୁହାଯାଉଥିବା ମୂଷାନଈ ବିଲୁପ୍ତ ହେବାକୁ ବସିଲାଣି। ଜବରଦଖଲ ଓ ବେଆଇନ କୋଠାବାଡ଼ି ନିର୍ମାଣ ଯୋଗୁ ଏହା ସଙ୍କୁଚିତ ହୋଇ ଏବେ ଏକ କ୍ଷୁଦ୍ର ଜଳାଶୟ ପାଲଟିଛି। ମୂଷାନଈର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡର(ଏସ୍‌ଜେଏଚ୍‌ସି) ଅଧୀନରେ ସ୍ଥିର କରାଯାଇଥିଲା। ଏପରି କି ଅଗ୍‌ମେଣ୍ଟେଶନ୍‌ ଅଫ୍‌ ବେସିକ୍‌ ଆମେନିଟିଜ୍‌ ଆଣ୍ଡ୍‌ ଡେଭେଲପମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ୍‌ ଆର୍କିଟେକ୍ଚର (ଅବଢ଼ା) ଯୋଜନାରେ ୨୫୦ କୋଟି ଟଙ୍କା ବ୍ୟୟରେ ମୂଷା ରିଭରଫ୍ରଣ୍ଟକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୧ ନଭେମ୍ବର ୧୫ରେ ଏହାର ପ୍ରଥମ ପର୍ଯ୍ୟାୟ ଉନ୍ନତୀକରଣ ବ୍ଲ୍ୟୁପ୍ରିଣ୍ଟ ଜାରି କରାଯାଇଥିଲା। ଉକ୍ତ ବ୍ଲ୍ୟୁପ୍ରିଣ୍ଟ ଅନୁସାରେ ନଈ ଦୁଇପାର୍ଶ୍ୱରେ ୪୬ ଏକର ଜମି ଅଧିଗ୍ରହଣ କରାଯିବା କଥା। କିନ୍ତୁ ପୁରୀ ଜିଲା ପ୍ରଶାସନ ଓ୍ବେବ୍‌ସାଇଟରେ ପ୍ରଦତ୍ତ ତଥ୍ୟାନୁସାରେ ଅଦ୍ୟାବଧି ମାତ୍ର ୧୪ ଏକର ୨୮୨ ଡେସିମିଲ ଜାଗା ଅଧିଗ୍ରହଣ କରାଯାଇଛି। ଇଚ୍ଛାଶକ୍ତିର ଅଭାବ ଅଗ୍ରଗତିରେ ବାଧକ ସାଜିଥିବା କୁହାଯାଉଛି।

ପୁରୀ ଅଫିସ, ୯।୧୦: ଦିନ ଥିଲା ଶ୍ରୀକ୍ଷେତ୍ର ପୁରୀର ପ୍ରମୁଖ ଜଳଉତ୍ସ ତଥା ଜୀବନରେଖା ଭାବେ ପରିଚିତ ଥିଲା ଐତିହ୍ୟସମ୍ପନ୍ନ ମୂଷାନଈ। ଏହା ଏବେ ଜମି ମାଫିଆଙ୍କ କବଳରେ ପଡ଼ି ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି। ହୁଳୁହୁଳିଆ ପୋଲ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଜବରଦଖଲ ହେବା ଫଳରେ ମୂଷାନଈ ସଙ୍କୁଚିତ ହୋଇଗଲାଣି। ନଦୀ ପ୍ରବାହିତ ହେବା ପାଇଁ ଖାଲି ସ୍ଥାନ ନ ଥିବାରୁ ଏହା କ୍ରମଶଃ ପୋତି ହୋଇପଡୁଛି। ସମ୍ପୃକ୍ତ ଅଞ୍ଚଳରେ ବଢ଼ିଚାଲିଥିବା ଜବରଦଖଲ ଅଭିଯୋଗ ପ୍ରଶାସନ ପାଖରେ ପହଞ୍ଚୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
ମୂଷାନଈର ପ୍ରଥମ ନାମ ଥିଲା ଅଠରନଳା ନଦୀ। ଅଠରନଳାର ଐତିହ୍ୟ ମଧ୍ୟରେ ମୂଷାନଈ ସାମିଲ। ଭାର୍ଗବୀ ନଦୀର ଶାଖାନ୍ତ ମୂଷାନଈ ହୁଳୁହୁଳିଆ ପୋଲ ଦେଇ ଅଠରନଳା ତଳେ ଯାଇ ମଙ୍ଗଳା ନଦୀରେ ମିଶିଥିଲା। ମୂଷାନଈ ପୁରୀ ସହରର ଜଳ ନିଷ୍କାସନ ବ୍ୟବସ୍ଥାର ଏକ ପ୍ରମୁଖ ଭାଗ ଥିଲା। ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର ପୋଖରୀ ମଧ୍ୟ ମୂଷାନଈ ଉପରେ ନିର୍ଭରଶୀଳ ଥିଲା। ମୂଷାନଈ ଓ ନରେନ୍ଦ୍ର ପୋଖରୀ ଭିତରେ ଏକ ବାଟ ରହିଥିଲା। ନରେନ୍ଦ୍ର ପୋଖରୀରେ ଜଳସ୍ତର ଅଧିକ ହେଲେ ପାଣି ସ୍ବତଃ ମୂଷାନଈକୁ ନିଷ୍କାସିତ ହୋଇଯାଉଥିଲା। ସେହିଭଳି ପୁରୀ ସହରର ଗୋଟିଏ ପାର୍ଶ୍ୱରେ ସମୁଦ୍ର ଓ ଅନ୍ୟ ପାର୍ଶ୍ୱରେ ଥିବା ନଦୀଟି ନିମ୍ନଗାମୀ। ଏଣୁ ସହରରେ ପାଣି ପଶିବା ମାତ୍ରେ ତାହା ନୂଆନଈକୁ ନିଷ୍କାସିତ ହେଉଥିଲା। ନଦୀ ଜଳ ଭାର୍ଗବୀ ଓ ଅପରପାର୍ଶ୍ୱରେ ମଙ୍ଗଳା ନଦୀ ସହ ମିଶୁଥିଲା। ହେଲେ ଗତ ଦୁଇ ଦଶନ୍ଧି ଭିତରେ ମୂଷାନଈ ସଙ୍କୁଚିତ ହୋଇପଡ଼ିଛି। ନବକଳେବର ରାସ୍ତା ପାର୍ଶ୍ୱକୁ ଛାଡ଼ି ଅନ୍ୟ ସବୁପଟେ ନଈକୁ ଜବରଦଖଲ କରିନିଆଯାଇଛି।
ସରକାରୀ ସ୍ତରରେ ମୂଷାନଈର ପୁନରୁଦ୍ଧାର ପାଇଁ ୨୦୦୫ ଜୁନ୍‌ ୧୨ରେ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ଜବରଦଖଲକୁ ବାଦ୍‌ ଦେଇ ନଦୀର ଅବଶିଷ୍ଟ ଭାଗକୁ କିପରି ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯାଇପାରିବ ସେଥିଲାଗି ପ୍ରୟାସ କରାଯାଇଥିଲା। ମାତ୍ର ତାହା ଫଳପ୍ରଦ ହୋଇପାରିନାହିଁ। ପ୍ରଶାସନ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରି ଦଳ କଢ଼ା, ବୋଟିଂ ସୁବିଧା ଓ ଦୋକାନ ଘର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୮୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲେ ହେଁ ଆଗକୁ ବଢ଼ିପାରିନାହିଁ। କେବଳ ଦଳ କାଢ଼ିବା ପାଇଁ ସରକାର ୫ କୋଟି ଟଙ୍କା ଖର୍ଚ୍ଚ କଲେଣି। ସେହିଭଳି ନବକଳେବର ସମୟରେ ମୂଷାନଈର ପୁନରୁଦ୍ଧାର ପାଇଁ ପୁଣି ଥରେ ଉଦ୍ୟମ କରାଯାଇଥିଲା। ୨୦୧୭ ଡିସେମ୍ବର ୬ରେ ସାନି ଟେଣ୍ଡର ହେଲା। ସ୍ବେରେଜ ବିଭାଗ କୌଣସି ଘରୋଇ ସଂସ୍ଥାକୁ ଦାୟିତ୍ୱ ନ ଦେଇ ନିଜେ ବୁଝିଲା। ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୮ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟବରାଦ ହେଲା। ମାତ୍ର ସେହି କାର୍ଯ୍ୟ ୧୦ ପ୍ରତିଶତ ବି ପୂରା ହୋଇପାରିଲା ନାହିଁ। ଏହାପରେ ଅବଢ଼ା ଯୋଜନାରେ ୪୫ ଲକ୍ଷ ଓ ହୃହୟ ଯୋଜନାରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ଏ ନେଇ ବୁଦ୍ଧିଜୀବୀ ବଦ୍ରି ମିଶ୍ର କହିଛନ୍ତି, ମୂଷାନଈ ପାର୍ଶ୍ୱ ଏକ ଛୋଟ ଅଣଓସାରିଆ ଜାଗାରେ କେବଳ ରାସ୍ତା ଓ ବସିବାକୁ ସିମେଣ୍ଟ ବେଞ୍ଚ ନିର୍ମାଣ କରି ସରକାର ନିଜ ଦାୟିତ୍ୱରୁ ମୁକ୍ତ ହୋଇଗଲେ। ମୂଷାନଈକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନିକ ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଛି। ସହରକୁ ଜଳବନ୍ଦୀରୁ ମୁକ୍ତ କରିବାକୁ ହେଲେ ମୂଷାନଈର ସମ୍ପ୍ରସାରଣ ସମେତ ମୂଷାନଈକୁ ଜବରଦଖଲ ମୁକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। ସଦର ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ କହିଛନ୍ତି, ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମୋର ଧାରଣା ନାହିଁ। କେଉଁ ସବୁ ସ୍ଥାନରେ ଜବରଦଖଲ ହୋଇଛି ତାହା ଚିହ୍ନଟ କରିବାକୁ ପଡ଼ିବ। ଏ ନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଅବଢ଼ା ଯୋଜନାରେ ସାମିଲ ପ୍ରକଳ୍ପ ମଧ୍ୟରେ ମୂଷା ନଈ ସମ୍ପ୍ରସାରଣ ସାମିଲ ରହିଛି। ତେବେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ପ୍ରଥମେ କୋଭିଡ୍‌ ଓ ଲଗାଣ ବର୍ଷା କାରଣରୁ ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁ ନାହିଁ। ଖୁବ୍‌ଶୀଘ୍ର ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ପାଇଁ ଯୋଜନା ରଖାଯାଇଛି। ଏଥିସହ ମୂଷାନଈରେ ବୋଟିଂ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ମୂଷାନଈ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଆଗେଇବ।

 

ଦତ୍ତାତ୍ରେୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri