ବିଲୁପ୍ତି ପଥେ ମୂଷାନଈ

ଏକଦା ପୁରୀର ଜୀବନରେଖା କୁହାଯାଉଥିବା ମୂଷାନଈ ବିଲୁପ୍ତ ହେବାକୁ ବସିଲାଣି। ଜବରଦଖଲ ଓ ବେଆଇନ କୋଠାବାଡ଼ି ନିର୍ମାଣ ଯୋଗୁ ଏହା ସଙ୍କୁଚିତ ହୋଇ ଏବେ ଏକ କ୍ଷୁଦ୍ର ଜଳାଶୟ ପାଲଟିଛି। ମୂଷାନଈର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡର(ଏସ୍‌ଜେଏଚ୍‌ସି) ଅଧୀନରେ ସ୍ଥିର କରାଯାଇଥିଲା। ଏପରି କି ଅଗ୍‌ମେଣ୍ଟେଶନ୍‌ ଅଫ୍‌ ବେସିକ୍‌ ଆମେନିଟିଜ୍‌ ଆଣ୍ଡ୍‌ ଡେଭେଲପମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ୍‌ ଆର୍କିଟେକ୍ଚର (ଅବଢ଼ା) ଯୋଜନାରେ ୨୫୦ କୋଟି ଟଙ୍କା ବ୍ୟୟରେ ମୂଷା ରିଭରଫ୍ରଣ୍ଟକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୧ ନଭେମ୍ବର ୧୫ରେ ଏହାର ପ୍ରଥମ ପର୍ଯ୍ୟାୟ ଉନ୍ନତୀକରଣ ବ୍ଲ୍ୟୁପ୍ରିଣ୍ଟ ଜାରି କରାଯାଇଥିଲା। ଉକ୍ତ ବ୍ଲ୍ୟୁପ୍ରିଣ୍ଟ ଅନୁସାରେ ନଈ ଦୁଇପାର୍ଶ୍ୱରେ ୪୬ ଏକର ଜମି ଅଧିଗ୍ରହଣ କରାଯିବା କଥା। କିନ୍ତୁ ପୁରୀ ଜିଲା ପ୍ରଶାସନ ଓ୍ବେବ୍‌ସାଇଟରେ ପ୍ରଦତ୍ତ ତଥ୍ୟାନୁସାରେ ଅଦ୍ୟାବଧି ମାତ୍ର ୧୪ ଏକର ୨୮୨ ଡେସିମିଲ ଜାଗା ଅଧିଗ୍ରହଣ କରାଯାଇଛି। ଇଚ୍ଛାଶକ୍ତିର ଅଭାବ ଅଗ୍ରଗତିରେ ବାଧକ ସାଜିଥିବା କୁହାଯାଉଛି।

ପୁରୀ ଅଫିସ, ୯।୧୦: ଦିନ ଥିଲା ଶ୍ରୀକ୍ଷେତ୍ର ପୁରୀର ପ୍ରମୁଖ ଜଳଉତ୍ସ ତଥା ଜୀବନରେଖା ଭାବେ ପରିଚିତ ଥିଲା ଐତିହ୍ୟସମ୍ପନ୍ନ ମୂଷାନଈ। ଏହା ଏବେ ଜମି ମାଫିଆଙ୍କ କବଳରେ ପଡ଼ି ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି। ହୁଳୁହୁଳିଆ ପୋଲ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଜବରଦଖଲ ହେବା ଫଳରେ ମୂଷାନଈ ସଙ୍କୁଚିତ ହୋଇଗଲାଣି। ନଦୀ ପ୍ରବାହିତ ହେବା ପାଇଁ ଖାଲି ସ୍ଥାନ ନ ଥିବାରୁ ଏହା କ୍ରମଶଃ ପୋତି ହୋଇପଡୁଛି। ସମ୍ପୃକ୍ତ ଅଞ୍ଚଳରେ ବଢ଼ିଚାଲିଥିବା ଜବରଦଖଲ ଅଭିଯୋଗ ପ୍ରଶାସନ ପାଖରେ ପହଞ୍ଚୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
ମୂଷାନଈର ପ୍ରଥମ ନାମ ଥିଲା ଅଠରନଳା ନଦୀ। ଅଠରନଳାର ଐତିହ୍ୟ ମଧ୍ୟରେ ମୂଷାନଈ ସାମିଲ। ଭାର୍ଗବୀ ନଦୀର ଶାଖାନ୍ତ ମୂଷାନଈ ହୁଳୁହୁଳିଆ ପୋଲ ଦେଇ ଅଠରନଳା ତଳେ ଯାଇ ମଙ୍ଗଳା ନଦୀରେ ମିଶିଥିଲା। ମୂଷାନଈ ପୁରୀ ସହରର ଜଳ ନିଷ୍କାସନ ବ୍ୟବସ୍ଥାର ଏକ ପ୍ରମୁଖ ଭାଗ ଥିଲା। ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର ପୋଖରୀ ମଧ୍ୟ ମୂଷାନଈ ଉପରେ ନିର୍ଭରଶୀଳ ଥିଲା। ମୂଷାନଈ ଓ ନରେନ୍ଦ୍ର ପୋଖରୀ ଭିତରେ ଏକ ବାଟ ରହିଥିଲା। ନରେନ୍ଦ୍ର ପୋଖରୀରେ ଜଳସ୍ତର ଅଧିକ ହେଲେ ପାଣି ସ୍ବତଃ ମୂଷାନଈକୁ ନିଷ୍କାସିତ ହୋଇଯାଉଥିଲା। ସେହିଭଳି ପୁରୀ ସହରର ଗୋଟିଏ ପାର୍ଶ୍ୱରେ ସମୁଦ୍ର ଓ ଅନ୍ୟ ପାର୍ଶ୍ୱରେ ଥିବା ନଦୀଟି ନିମ୍ନଗାମୀ। ଏଣୁ ସହରରେ ପାଣି ପଶିବା ମାତ୍ରେ ତାହା ନୂଆନଈକୁ ନିଷ୍କାସିତ ହେଉଥିଲା। ନଦୀ ଜଳ ଭାର୍ଗବୀ ଓ ଅପରପାର୍ଶ୍ୱରେ ମଙ୍ଗଳା ନଦୀ ସହ ମିଶୁଥିଲା। ହେଲେ ଗତ ଦୁଇ ଦଶନ୍ଧି ଭିତରେ ମୂଷାନଈ ସଙ୍କୁଚିତ ହୋଇପଡ଼ିଛି। ନବକଳେବର ରାସ୍ତା ପାର୍ଶ୍ୱକୁ ଛାଡ଼ି ଅନ୍ୟ ସବୁପଟେ ନଈକୁ ଜବରଦଖଲ କରିନିଆଯାଇଛି।
ସରକାରୀ ସ୍ତରରେ ମୂଷାନଈର ପୁନରୁଦ୍ଧାର ପାଇଁ ୨୦୦୫ ଜୁନ୍‌ ୧୨ରେ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ଜବରଦଖଲକୁ ବାଦ୍‌ ଦେଇ ନଦୀର ଅବଶିଷ୍ଟ ଭାଗକୁ କିପରି ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯାଇପାରିବ ସେଥିଲାଗି ପ୍ରୟାସ କରାଯାଇଥିଲା। ମାତ୍ର ତାହା ଫଳପ୍ରଦ ହୋଇପାରିନାହିଁ। ପ୍ରଶାସନ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରି ଦଳ କଢ଼ା, ବୋଟିଂ ସୁବିଧା ଓ ଦୋକାନ ଘର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୮୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲେ ହେଁ ଆଗକୁ ବଢ଼ିପାରିନାହିଁ। କେବଳ ଦଳ କାଢ଼ିବା ପାଇଁ ସରକାର ୫ କୋଟି ଟଙ୍କା ଖର୍ଚ୍ଚ କଲେଣି। ସେହିଭଳି ନବକଳେବର ସମୟରେ ମୂଷାନଈର ପୁନରୁଦ୍ଧାର ପାଇଁ ପୁଣି ଥରେ ଉଦ୍ୟମ କରାଯାଇଥିଲା। ୨୦୧୭ ଡିସେମ୍ବର ୬ରେ ସାନି ଟେଣ୍ଡର ହେଲା। ସ୍ବେରେଜ ବିଭାଗ କୌଣସି ଘରୋଇ ସଂସ୍ଥାକୁ ଦାୟିତ୍ୱ ନ ଦେଇ ନିଜେ ବୁଝିଲା। ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୮ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟବରାଦ ହେଲା। ମାତ୍ର ସେହି କାର୍ଯ୍ୟ ୧୦ ପ୍ରତିଶତ ବି ପୂରା ହୋଇପାରିଲା ନାହିଁ। ଏହାପରେ ଅବଢ଼ା ଯୋଜନାରେ ୪୫ ଲକ୍ଷ ଓ ହୃହୟ ଯୋଜନାରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ଏ ନେଇ ବୁଦ୍ଧିଜୀବୀ ବଦ୍ରି ମିଶ୍ର କହିଛନ୍ତି, ମୂଷାନଈ ପାର୍ଶ୍ୱ ଏକ ଛୋଟ ଅଣଓସାରିଆ ଜାଗାରେ କେବଳ ରାସ୍ତା ଓ ବସିବାକୁ ସିମେଣ୍ଟ ବେଞ୍ଚ ନିର୍ମାଣ କରି ସରକାର ନିଜ ଦାୟିତ୍ୱରୁ ମୁକ୍ତ ହୋଇଗଲେ। ମୂଷାନଈକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନିକ ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଛି। ସହରକୁ ଜଳବନ୍ଦୀରୁ ମୁକ୍ତ କରିବାକୁ ହେଲେ ମୂଷାନଈର ସମ୍ପ୍ରସାରଣ ସମେତ ମୂଷାନଈକୁ ଜବରଦଖଲ ମୁକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। ସଦର ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ କହିଛନ୍ତି, ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମୋର ଧାରଣା ନାହିଁ। କେଉଁ ସବୁ ସ୍ଥାନରେ ଜବରଦଖଲ ହୋଇଛି ତାହା ଚିହ୍ନଟ କରିବାକୁ ପଡ଼ିବ। ଏ ନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଅବଢ଼ା ଯୋଜନାରେ ସାମିଲ ପ୍ରକଳ୍ପ ମଧ୍ୟରେ ମୂଷା ନଈ ସମ୍ପ୍ରସାରଣ ସାମିଲ ରହିଛି। ତେବେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ପ୍ରଥମେ କୋଭିଡ୍‌ ଓ ଲଗାଣ ବର୍ଷା କାରଣରୁ ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁ ନାହିଁ। ଖୁବ୍‌ଶୀଘ୍ର ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ପାଇଁ ଯୋଜନା ରଖାଯାଇଛି। ଏଥିସହ ମୂଷାନଈରେ ବୋଟିଂ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ମୂଷାନଈ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଆଗେଇବ।

 

ଦତ୍ତାତ୍ରେୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri